ଶିବ ବିବାହ: ଚଳଚଞ୍ଚଳ ବାବା ଆଖଣ୍ଡଳମଣିଙ୍କ ପୀଠ - bhadrak Shitalasasthi - BHADRAK SHITALASASTHI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 10, 2024, 11:00 PM IST

BHADRAK SHITALASASTHI: ଭଦ୍ରକ: ଚଳଚଞ୍ଚଳ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି । ଶିବ ବିବାହ ପାଇଁ ଉତ୍ସବ ମୁଖର ହୋଇ ପଡିଛି ସମଗ୍ର ପୀଠ । ଆଜି ମଙ୍ଗନ କାର୍ଯ୍ୟ ସମ୍ପନ୍ନ ହେବା ପରେ ଆସନ୍ତା କାଲି ବାହାଘର ପାଇଁ ଚାଲିଛି ସ୍ଵତନ୍ତ୍ର ପ୍ରସ୍ତୁତି । ମନ୍ଦିର ପରିସରକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ବୈଦିକ ରୀତି ନୀତି ଅନୁଯାୟୀ ବରପିତା ଏବଂ କନ୍ୟା ପିତାଙ୍କ ପକ୍ଷରୁ ଦେବ ଦମ୍ପତିଙ୍କର ମଙ୍ଗଳ ପାଗ ନୀତି ସମ୍ପନ୍ନ ହୋଇଯାଇଛି । ତେଣୁ ଆସନ୍ତାକାଲିି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପ୍ରଯ୍ୟାୟରେ ପହଞ୍ଚିଛି । କାଲି (ମଙ୍ଗଳବାର) ବୈଦିକ ରୀତି ନୀତିରେ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ । ଲୌକିକ ରୀତିନୀତି ଅନୁଯାୟୀ ଦେବ ଦମ୍ପତିଙ୍କ ମଙ୍ଗଳପାଗ କର୍ମ ସମ୍ପନ୍ନ କରାଯିବ । ଏଥିପାଇଁ ଭୋର 4ଟାରେ ଦ୍ବାର ଫିଟା ଯିବା ପରେ ଆଖଣ୍ଡଳମଣିି ବାବାଙ୍କର ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବ । 

ଏହାପରେ ବର ପିତା ଏବଂ କନ୍ୟା ପିତାଙ୍କ ପକ୍ଷରୁ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ବାବାଙ୍କ ଚଳନ୍ତି ପ୍ରତିମା ହର-ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ ନିଜ ଘରକୁ ନେଇ ମଙ୍ଗଳ ପାଗ ନୀତି ସମ୍ପନ୍ନ କରାଯିବ । ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପାରମ୍ପରିକ ବାଦ୍ୟ ସହିତ ନୃତ୍ୟ ପରିବେଶଣ କରାଯିବ । ତେବେ ଅପରାହ୍ନ 4 ଟା ସମୟରେ ବାବା ଆଖଣ୍ଡଳମଣି ଏବଂ ମାତା ପାର୍ବତୀଙ୍କର ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବ । ପରେ ଦିଅ ମଙ୍ଗୁଳା ନୀତି ଅନୁଷ୍ଠିତ ହେବ । 

ଏହା ମଧ୍ୟ ପଢନ୍ତୁ ......ଆଜି ମହାଦେବ-ମାତା ପାର୍ବତୀଙ୍କ ପଡିବ ହାତଗଣ୍ଠି, ଉତ୍ସବମୁଖର ବଲାଙ୍ଗୀର - SHITALA SASHTI 2024

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.