କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହି ବସ,୧୦ ଗୁରୁତର - BUS ACCIDENT

By ETV Bharat Odisha Team

Published : May 13, 2024, 9:24 PM IST

thumbnail
କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହି ବସ ,୧୦ ଗୁରୁତର (ETV Bharat Odisha)

BUS ACCIDENT IN KEONJHAR:କେନ୍ଦୁଝର: କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା କମିବାରେ ନାଁ ନେଉନାହିଁ । ବିଶେଷ କରି ୪୯ ନମ୍ୱର୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ସଂଖ୍ୟା ବୃଦ୍ଧି ହେଉଛି । ଆଜି (ସୋମବାର) ଦିନ ତେଲକୋଇ ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଘାଟିରେ ଓଲଟିଛି ଯାତ୍ରୀବାହୀ ଏକ ବସ । ମାଆ ନାମକ ବସଟି କେନ୍ଦୁଝରରୁ ରାଉରକେଲା ଭାୟା ତେଲକୋଇ ଯାଉଥିଲା । ଆଜି ଅପରାହ୍ନରେ ଭାରସାମ୍ୟ ହରାଇ ଘାଟି ରାସ୍ତାରେ ବସଟି ଓଲଟି ପଡିଥିବା ଜଣାପଡିଛି । 

ଏହି ଦୁର୍ଘଟଣା ଫଳରେ ଜଣେ ମହିଳା ସମେତ ୩ ଗୁରୁତର ଥିବାବେଳେ ଅନ୍ୟ ୧୦ରୁ ଊର୍ଦ୍ଧ୍ବ ଗୁରୁତର ଆହାତ ହୋଇଛନ୍ତି । ସମସ୍ତ ଗୁରୁତର ଓ ଆହତଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଉକ୍ତ ଯାତ୍ରିବାହୀ ମାଆ ବସରେ ୪୫ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ । ଆହତ ଓ ଗୁରୁତରଙ୍କ ମଧ୍ୟରେ ସାତ ଜଣ ଛୋଟ ପିଲା ଥିବାବେଳେ ୧୦ ଜଣ ମହିଳା ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘାଟିରେ ବର୍ଷା ହେଉଥିବାରୁ ପ୍ରଥମେ ଉଦ୍ଧାର କାର୍ଯ୍ୟ ମନ୍ଥର ହୋଇଥିବା ବେଳେ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ ....ପଳାଶୁଣି ଛକରେ ମର୍ମନ୍ତୁଦ ଦୁର୍ଘଟଣା; ରାସ୍ତା ପାର୍ ହେବାବେଳେ ବୃଦ୍ଧ ଦମ୍ପତିଙ୍କୁ ଦଳି ଦେଲା ଟ୍ରକ - Road Accident

ଇଟିଭି ଭାରତ,କେନ୍ଦୁଝର

ରାଣୀପଥର ଘାଟି

ବୌଦ୍ଧ ବସ ଦୁର୍ଘଟଣା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.