ନିଶା ଖାଇ ଗାଡି ଚଳାଉଥିଲେ, ସିରିଜ ଦୁର୍ଘଟଣା କଲେ ପୋଲିସ ବାବୁ - police officer car hits bike

By ETV Bharat Odisha Team

Published : Jul 1, 2024, 11:23 AM IST

thumbnail
POLICE OFFICER CAR HITS BIKE (ETV BHARAT ODISHA)

POLICE OFFICER CAR HITS BIKE : କଟକ: ନିଶାସକ୍ତ ହୋଇ ଗାଡି ଚଳାଉଥିଲେ ପୋଲିସ କର୍ମଚାରୀ । ବେପାରୁଆ ଗାଡି ଚଳନା ଯୋଗୁଁ ଘଟିଲା ସିରିଜ ଦୁର୍ଘଟଣା । ପୋଲିସ ଗାଡି ଧକ୍କାରେ  ତିନିଜଣ ଗୁରୁତର ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟିଛି କଟକ ନାରାଜ ନିକଟରେ । ଦୁର୍ଘଟଣା ଘଟାଇଥିବା ପୋଲିସ କର୍ମଚାରୀ ହେଉଛନ୍ତି ଓଡ଼ିଶା ସ୍ପେଶାଲ ଆର୍ମ ପୋଲିସରେ କାର୍ଯ୍ୟରତ ଥିବା ଜୟନ୍ତ ସେଠୀ । ଗତକାଲି ସେ ତାଙ୍କର ଦୁଇଜଣ ସହଯୋଗୀଙ୍କ ସହ ଏକ କାରରେ ଯାଉଥିବା ବେଳେ ନରାଜରେ ରାସ୍ତାରେ ଦୁଇଟି ବାଇକ ଓ ଗୋଟିଏ ସାଇକେଲକୁ ଧକ୍କା ଦେଇଥିଲେ। ଫଳରେ ଦୁର୍ଘଟଣାରେ ଦୁଇଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତମାନଙ୍କୁ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଦୁର୍ଘଟଣା ଘଟାଇଥିବା ପୋଲିସ କର୍ମଚାରୀ ଓ ତାଙ୍କ ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ। ଦୁର୍ଘଟଣା ଘଟାଇଥିବା ଗାଡ଼ି ଭିତରୁ ମଦ ବୋତଲ ଜବତ ହୋଇଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.