ଶ୍ରାବଣ ସୋମବାରରେ ‘ବୋଲବମ୍ ହରହର ବମ୍‌’ରେ ଫାଟିପଡୁଛି ଶୈବ ପୀଠ, ମହାଦେବଙ୍କୁ ଜଳଲାଗି କଲେ ଲକ୍ଷ ଲକ୍ଷ କାଉଡିଆ - Kanwariya At Lord Shiva Temple

By ETV Bharat Odisha Team

Published : Jul 29, 2024, 1:31 PM IST

Updated : Jul 29, 2024, 2:14 PM IST

thumbnail
ଶ୍ରାବଣ ସୋମବାରରେ ଚଳଚଞ୍ଚଳ ବିଭିନ୍ନ ଶୈବ ପୀଠ, ମହାଦେବଙ୍କୁ ଜଳଲାଗି କଲେ ଲକ୍ଷ ଲକ୍ଷ କାଉଡିଆ (ETV Bharat Odisha)

ଭୁବନେଶ୍ୱର-ରାଉରକେଲା-ପୁରୀ: ଆଜି ହେଉଛି ଶ୍ରାବଣର ଦ୍ୱିତୀୟ ସୋମବାର । ଏନେଇ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଶୈବ ପୀଠ ।  ରାଜ୍ୟର ବିଭିନ୍ନ ସ୍ଥାନରେ କାଉଡିଆମାନେ ଜଳଲାଗି କରୁଥିବା ବେଳେ ପ୍ରବଳ ଭିଡ଼ ଜମିଛି । ଭୁବନେଶ୍ୱର, ରାଉରକେଲା ଏବଂ ପୁରୀର ବିଭିନ୍ନ  ଶୈବ ପୀଠରେ କାଉଡିଆ ଏବଂ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ଧାଡ଼ିରେ ଯାଇ ବାବଙ୍କୁ ଦର୍ଶନ ସହ ଜଳଲାଗି କରୁଛନ୍ତି । 

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଭିଡ଼

ବୋଲ ବମ ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜଙ୍କ ମନ୍ଦିର ପରିସର । ମନରେ ଶ୍ରଦ୍ଧା ଓ ଭକ୍ତି ସହ ମାନସିକ କରି ରାଜ୍ୟର କୋଣ ଅନୁକୋଣରୁ କାଉଡିଆ ମାନେ କାନ୍ଧରେ ବାହୁଙ୍ଗି ନେଇ ବିଶ୍ୱାସର ସହ ଚାଲିଚାଲି ଆସି ଲିଙ୍ଗରାଜଙ୍କ ପାଖରେ ଧାର୍ଯ୍ୟର ସହ ଛିଡା ହୋଇ ଧାଡିରେ ଯାଇ ଜଳଲାଗି କରିଛନ୍ତି । ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ଭୋର ୩ଟାରୁ ମନ୍ଦିର ଖୋଲାଯାଇଥିଲା । ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିଥିଲେ । କାଉଡିଆଙ୍କ ପାଇଁ ଲିଙ୍ଗରାଜରେ ସ୍ବତନ୍ତ୍ର ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରାଯାଇଛି । ତେବେ ପ୍ରଭୁଙ୍କର ଦର୍ଶନ କରି ପରମାନଦ ଲାଭ ସହ କୃପା ଭିକ୍ଷା କରି ମାନସିକ ପୁରଣ ପାଇଁ ଜଳଲାଗି କରିଯାଉଛନ୍ତି କାଉଡିଆ । 

ଚଳଚଞ୍ଚଳ ପୁରୀ ବାବା ବାଲି କପିଳେଶ୍ବର ମନ୍ଦିର 

ଶ୍ରାବଣ ସୋମବାର ନେଇ ଚଳଚଞ୍ଚଳ ବାବା ବାଲିକପିଳେଶ୍ବର । ପୁରୀ ଜିଲ୍ଲାର ଦ୍ୱିତୀୟ ପ୍ରମୁଖ ଶୈବ ପୀଠରେ ଲାଗିଛି କାଉଡିଆଙ୍କ ଗହଳି । ରାତ୍ର ପ୍ରାୟ 12ଟା 30ରୁ କାଉଡିଆ ମାନେ ଲମ୍ବା ଧାଡିରେ ଆସି ଶାନ୍ତିସୁଖଳା ସହ ମହାପ୍ରଭୁଙ୍କୁ କରୁଛନ୍ତି ଦର୍ଶନ। ହରିବୋଲ ହୁଳହୁଳିରେ କମ୍ପୁଛି ବାବା ବାଲିକପିଳେଶ୍ବର ପୀଠ । ମହାଦେବଙ୍କୁ ଜଳଲାଗି କରି ଆଶୀର୍ବାଦ ମାଗୁଛନ୍ତି କାଉଡିଆ । ବିଭିନ୍ନ ନଦୀ ପଠାରୁ ପାଣି ଆଣି ବୋଲ ବମ୍ ହର ହର ବମ୍ ତୁଣ୍ଡରେ ଧରି ନଦୀରେ ବୁଡ଼ ପକାଇ କଳସୀରେ ଜଳଧରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡିଆ । ଶୃଙ୍ଖଳିତ ଜଳାଭିଷେକ ପାଇ ପୋଲିସ ପକ୍ଷରୁ ୨ ପ୍ଳାଟୁନ ପୋଲିସ ୨ ଜଣ IIC ୨ଜଣ sdpo ସହ ୧୦ଜଣ ଅଫିସର ମୁତୟନ କରାଯାଇଛି । ଦିନ 1ଟା ପରେ ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି କରାଯିବ ବୋଲି ବଡବଣ୍ଡା କହଛନ୍ତି । 

ଏହା ମଧ୍ୟ ପଢନ୍ତୁ: ଶ୍ରାବଣ ଦ୍ବିତୀୟ ସୋମବାର, ଗୌରୀଶଙ୍କର ରୂପରେ ଦର୍ଶନ ଦେଲେ କାଶୀ ବିଶ୍ୱନାଥ

ରାଉରକେଲା ବେଦବ୍ୟାସରେ କାଉଡିଆଙ୍କ ଭିଡ଼

ଆଜି ହେଉଛି ପବିତ୍ର ଶ୍ରାବଣ ଦ୍ୱିତୀୟ ସୋମବାର ପାଳନ କରିବା ପାଇଁ ରାଉରକେଲା ପ୍ରସିଦ୍ଧ ଶୈବ ପୀଠ ବେଦବ୍ୟାସ ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିରହିଛି । ଶୈବକ୍ଷେତ୍ରରେ ଜଳାଭିଷେକ ଭଳି ପବିତ୍ର କାର୍ଯ୍ୟରେ ସାମିଲ ହେବା ପାଇଁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଆଜି ରାଉରକେଲା ସହରରେ ଦେଖିବାକୁ ମିଳିଛି। ଶୈବପୀଠ ରେ ଭକ୍ତଙ୍କ ଗହଳିରେ ହର ହର ମହାଦେବ ଧ୍ୱନୀରେ କମ୍ପୁଛି ପରିବେଶ । ଲୋକେ କିଏ ବିଭିନ୍ନ ମାନସିକ କରି ତ କିଏ ନିଜର ଭକ୍ତିର ପରିଚୟ ଦେଇ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଜଳାଭିଷେକ କରିବାକୁ ଆସିଛନ୍ତି । 

ଭୁବନେଶ୍ୱର-ରାଉରକେଲା-ପୁରୀ, ଇଟିଭି ଭାରତ 

Last Updated : Jul 29, 2024, 2:14 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.