ଶ୍ରାବଣ ଦ୍ବିତୀୟ ସୋମବାର, ଗୌରୀଶଙ୍କର ରୂପରେ ଦର୍ଶନ ଦେଲେ କାଶୀ ବିଶ୍ୱନାଥ - Kashi Biswanath Special rituals

By ETV Bharat Odisha Team

Published : Jul 29, 2024, 10:04 AM IST

Updated : Jul 29, 2024, 10:26 AM IST

thumbnail
Kashi Biswanath Special rituals (ETV Bharat)

Kashi Biswanath Special rituals on Occasion of Sawan second Monday: ବାରଣସୀ: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ । ଦେଶବ୍ୟାପୀ ସମସ୍ତ ଶୈବପୀଠମାନଙ୍କରେ ଭକ୍ତମାନଙ୍କର ପ୍ରବଳ ଭିଡ ଲାଗିରହିଛି । ହଜାର ହଜାର ମାନସିକଧାରୀ କାଉଡିଆମାନେ କାନ୍ଧରେ ପାଣି ଭାର ନେଇ ମହାଦେବଙ୍କୁ ଜଳ ଲାଗି କରିଛନ୍ତି । ଏହି ଶ୍ରାବଣ ମାସ ପ୍ରଭୁ ଶିବଙ୍କର ଅତି ପ୍ରିୟ ମାସ ବୋଲି କୁହାଯାଏ । 

ଏହାମଧ୍ୟ ପଢନ୍ତୁ.. ଖୁବଶୀଘ୍ର ଶେଷ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ଏହି ସମୟ ଦେଲା ନିର୍ମାଣ କମିଟି - Ram Mandir construction

ଦେଶର ଅନ୍ୟତମ ଜୋର୍ତିଲିଙ୍ଗ ଉତ୍ତର ପ୍ରଦେଶ କାଶୀ ବିଶ୍ୱନାଥ ମନ୍ଦିରରେ ରାତିରୁ ବାବାଙ୍କୁ ଗୌରୀଶଙ୍କର ସ୍ୱରୂପର ଶୃଙ୍ଗାର କରାଯାଇଛି । ଭୋର ସମୟରେ ମଙ୍ଗଳ ଆଳତି ସହ ବାବାଙ୍କ ଭବ୍ୟ ଶୃଙ୍ଗାର କରାଯାଇଛି । ଭକ୍ତମାନେ ଶଙ୍କର-ପାର୍ବତୀ ସ୍ବରୂପର ଦର୍ଶନ କରି ନିଜକୁ ଧନ୍ୟମନେ କରୁଛନ୍ତି । ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ବିଶେଶ୍ୱରଙ୍କୁ ଭିନ୍ନ ଭିନ୍ନ ରୂପରେ ଶୃଙ୍ଗାର କରାଯାଏ । ପ୍ରଥମ ସୋମବାର ବାବା ବିଶ୍ୱନାଥଙ୍କ ଚଳନ୍ତି ପ୍ରତିମା ଭଳି ଶୃଙ୍ଗାର କରାଯାଇଥିଲା । ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ବାବା ଗୌରୀଶଙ୍କର ବେଶରେ ଶୃଙ୍ଗାର ହୋଇଛନ୍ତି । ଚଳିତ ବର୍ଷ ଶ୍ରାବଣ ମାସରେ ୫ଟି ସୋମବାର ପଡୁଛି । ବାବା ପ୍ରତ୍ୟେକ ସୋମବାର ଭିନ୍ନ ଭିନ୍ନ ସ୍ୱରୂପରେ ଦର୍ଶନ ଦେବେ । ଦର୍ଶନ କରନ୍ତୁ ବାବାଙ୍କ ଦିବ୍ୟ ଶଙ୍କର-ପାର୍ବତୀ ସ୍ବରୂପ ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

Last Updated : Jul 29, 2024, 10:26 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.