ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବାଲୁକାକଳାରେ ଶୁଭେଚ୍ଛା - Sudarsan Pattnaik Sand Art

By ETV Bharat Odisha Team

Published : Jun 11, 2024, 11:06 PM IST

thumbnail
Sudarsan Pattnaik Sand Art (ETV Bharat Odisha)

Sudarsan Pattnaik Sand Art: ପୁରୀ: ବରିଷ୍ଠ ବିଜେପି ବିଧାୟକ ମୋହନ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ। ବିଜେପି ପକ୍ଷରୁ ମୋହନ ମାଝୀଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ପରେ ମୋହନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା ଚିତ୍ରକଳାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶୁଭେଚ୍ଛା ଦେଇଛନ୍ତି। ପୁରୀ ନିଳାଦ୍ରୀ ବିଚରେ ସୁଦର୍ଶନ ନିର୍ମାଣ କରିଥିବା ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ମୋହନ ମାଝୀଙ୍କ ପ୍ରତିକୃତିକୁ ସ୍ଥାନ ଦିଆଯାଇଛି। ଓଡ଼ିଶାର ଗର୍ବ ଗୌରବ କୋଣାର୍କ ଚକ୍ରକୁ ବାଲୁକା ଚିତ୍ରକଳାରେ ସ୍ଥାନ ଦିଆଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ହେବାକୁ ଥିବାରୁ ବାଲୁକା ଚିତ୍ର କଳାରେ ମୋଦିଙ୍କୁ ସ୍ଵାଗତ କରିଛନ୍ତି ସୁଦର୍ଶନ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.