ବାଲୁକା କଳାରେ ଅଲିମ୍ପିକ୍ସ ପଦକ ବିଜେତା ସ୍ବପ୍ନିଲଙ୍କୁ ଶୁଭେଚ୍ଛା - Sand Art At Puri Sea Beach - SAND ART AT PURI SEA BEACH
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/01-08-2024/640-480-22106167-thumbnail-16x9-swapnil.jpg)
![ETV Bharat Sports Team](https://etvbharatimages.akamaized.net/etvbharat/prod-images/authors/sports-1716536519.jpeg)
Published : Aug 1, 2024, 10:06 PM IST
ପୁରୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ତୃତୀୟ ସଫଳତା । ପୁଣି ଶୁଟିଂରେ ଭାରତକୁ ମିଳିଛି ଆଉ ଏକ ପଦକ । ସ୍ବପ୍ନୀଲ କୁସାଲେ 50 ମିଟର ରାଇଫଲ 3 ପୋଜିସନ ବ୍ୟକ୍ତିଗତ ପୁରୁଷ ସୁଟିଂ ଇଭେଣ୍ଟରେ ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଦମଦାର ପ୍ରଦର୍ଶନ କରି ଗୁରୁବାର ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ତେବେ ଏହି ସଫଳତା ପରେ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଛି । ସ୍ବପ୍ନିଲଙ୍କ ଏହି ଐତିହାସିକ ସଫଳତା ପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା କରି ସ୍ବପ୍ନିଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ଅଲିମ୍ପିକ୍ସରେ ଭାଗ ନେଇଥିବା ସବୁ ଖେଳାଳି ଭଲ ପ୍ରଦର୍ଶନ କରି ମେଡାଲ ଆଣିବାକୁ ସୁଦର୍ଶନ ଶୁଭେଚ୍ଛା ଜଣାଇଛନ୍ତି ।
ଏହା ବି ପଢନ୍ତୁ- ଭାରତକୁ ମିଳିଲା 3ୟ ମେଡାଲ, 50 ମିଟର ରାଇଫଲ 3 ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ ସ୍ବପ୍ନୀଲ
ଇଟିଭି ଭାରତ, ପୁରୀ