thumbnail

ବାଲୁକା ଚିତ୍ରକଳାରେ ପବିତ୍ର ରଥଯାତ୍ରାର ଅଭିନନ୍ଦନ - Ratha Yatra sand art

By ETV Bharat Odisha Team

Published : Jul 6, 2024, 10:23 PM IST

Sand Artist Manas Kumar Sahoo: ପୁରୀ: ଆସନ୍ତାକାଲି ବିଶ୍ବ ପସିଦ୍ଧ ରଥଯାତ୍ରା । ଏନେଇ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ରଥଯାତ୍ରା ଉପଲକ୍ଷେ ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରି ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ରଥଯାତ୍ରାର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି । 

ବାଲୁକା ଶିଳ୍ପୀ ମାନସ ତିଆରି କରିଥିବା ଏହି ବାଲୁକା କଳାରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ଜଗନ୍ନାଥ ମନ୍ଦିରର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହାସହ ଏଥିରେ ବାଲିରେ ରଥ ମଧ୍ୟ ନିର୍ମାଣ କରିଛନ୍ତି । ଏହି ବାଲୁକା କଳାଟି 20 ଫୁଟ ଓସାର ଏବଂ 6 ଫୁଟ ଲମ୍ବର କରାଛନ୍ତି । ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 8 ଘଣ୍ଟା ସମୟ ଲାଗିଥିଲା । ଆସନ୍ତାକାଲି ରଥଯାତ୍ରା ଥିବା ବେଳେ ମାନସ ଏଭଳି ବାଲୁକା କଳା କରି "ରଥଯାତ୍ରାର ଅଭିନନ୍ଦନ" ବାର୍ତ୍ତା ଦେଇଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ମହାବାହୁ ପିନ୍ଧିବେ ପାଟବସ୍ତ୍ର; ବସ୍ତ୍ର ପ୍ରସ୍ତୁତିରେ ସମର୍ପିତ ରାଉତପଡ଼ାର ବୁଣାକାର, ସେବା ଆଗରେ ହାର ମାନିଛି ବୟସ - Pata Bastra Of Lord Jagannath

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.