ମନ କିଣିଲେ ମଣ୍ଟୁ ଛୁରିଆ, ଝୁମିଲା ବାଲିଯାତ୍ରା - MANTU CHHURIA IN BALI YATRA

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 23, 2024, 8:21 AM IST

କଟକ: ମନ କିଣିଲେ ଜଣାଶୁଣା ଯୁବ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ । ଐତିହାସିକ ବାଲିଯାତ୍ରାର ଅଷ୍ଟମ ସନ୍ଧ୍ୟା ଥିଲା ବେଶ ରୋମଞ୍ଚପୂର୍ଣ୍ଣ । ଦର୍ଶକଙ୍କ ମଧ୍ୟର ସମ୍ବଲପୁରୀ ସଙ୍ଗୀତର ସ୍ୱାଦ ଭରିଥିଲେ ସମ୍ବଲପୁରିଆ ବାବୁ ମଣ୍ଟୁ ଛୁରିଆ । ନିଜର ସଙ୍ଗୀତର ଯାଦୁରେ ଦର୍ଶକଙ୍କୁ କରିଥିଲେ ମତୁଆଲା । ବୈଷ୍ଣବ ପାଣି ମଞ୍ଚରେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଗାଇ ସମସ୍ତଙ୍କ ମନ କିଣିଥିଲେ ସେ । ‘ଲାଲ ଟହ ଟହ’, ‘ରାନୀ ଗୁରି’, ‘ଲାଲ ଗୁଲବୀ’, ‘ରସିଆ ପିଲା’, ‘ଜିଗର ବାଲା’, ‘କ୍ୟୁଟୁ ଗେଲହି’ ଓ ‘ନାଗୀନ ଗୀତ’ ଗାଇ ବାଲିଯାତ୍ରାର ଅଷ୍ଟମ ଶୀତୁଆ ସନ୍ଧ୍ୟାକୁ ଗରମ କରିଦେଇଥିଲେ ମଣ୍ଟୁ ଛୁରିଆ ।

ଏହି ଅବସରରେ ମଣ୍ଟୁ ଛୁରିଆ କହିଛନ୍ତି,‘‘ ବାଲିଯାତ୍ରାରେ ଦ୍ୱିତୀୟ ଥର ପ୍ରୋଗ୍ରାମ କରିବାର ସୌଭାଗ୍ୟ ଭଗବାନଙ୍କ ଦୟାରୁ ମିଳିଛି । ବାଲିଯାତ୍ରାକୁ ଆସିବା ସମସ୍ତଙ୍କ ଇଛା ଥାଏ । ଏପରିକି ଏହି ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ମେଳା ବିଷୟରେ ସାରା ବିଶ୍ୱ ଅବଗତ । ଏହି ବାଲିଯାତ୍ରାରେ ଲକ୍ଷାଧିକ ଦର୍ଶକଙ୍କ ଆଗରେ ଗାଇବା ମଧ୍ୟ ଚ୍ୟାଲେଞ୍ଜ ପୂର୍ଣ୍ଣ । କଟକବାସୀ ଦେଉଥିବା ଏହି ଭଲ ପାଇବା ସବୁ ଦିନ ପାଇଁ ମୋ ସହ ରହୁ । "

ଏହା ମଧ୍ୟ ପଢନ୍ତୁ...ବାଲିଯାତ୍ରାରେ ବଲିଉଡ ଗାୟକ ସୁରେଶ ୱାଡକର, ଓଡ଼ିଆ ଗୀତରେ ଦର୍ଶକଙ୍କ ମନ ମୋହିଲେ

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.