ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ, ଗାନ୍ଧୀମାର୍ଗରେ ଦୃଷ୍ଟି ଆକର୍ଷଣ କଲା ସାହିଯାତ ନୃତ୍ୟ - ଗାନ୍ଧୀମାର୍ଗରେ ସାହିଯାତ ନୃତ୍ୟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/26-01-2024/640-480-20597386-thumbnail-16x9-df.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 26, 2024, 2:05 PM IST
Sahijata Dance Performed at Bhubaneswar Gandhi Marg ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ ମହାତ୍ମା ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳ ରାଜ୍ୟପାଳ ରଘୁବର ଦାସ ପତାକା ଉତ୍ତୋଳନ କରିଥିଲେ । ଗାନ୍ଧିମାର୍ଗରେ ଉଡିଲା ତ୍ରିରଙ୍ଗା । ରଙ୍ଗାରଙ୍ଗା ପରେଡରେ ୧୨ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହୋଇଥିଲା । ତେବେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ପୁରୀ ସଂସ୍କୃତିରର ପରିଚୟ ଓ ଲୋକକଳା ସାହିଯାତ ନୃତ୍ୟ ସାମିଲ ହୋଇଥିଲା । ତେବେ ଏହି ଲୋକ ସଂସ୍କୃତିକୁ ଦେଖି ସମସ୍ତେ ବିମୋହିତ ହୋଇଥିଲେ । ଏହାସହ ସ୍କେଟିଂ ସୋ ବିଶେଷ ଆକର୍ଷଣ ସାଜିଥିଲା । ଓଡିଶୀର ଫୁଜନରେ ସ୍କେଟିଂ ସୋ ପଦର୍ଶନ କରିଥିଲେ ସ୍କୁଲ ଛାତ୍ରଛାତ୍ରୀ । ସେହିପରି ପରେଡରେ ସାଂସ୍କୃତିକ କଳା ପଦର୍ଶନରେ ୫ଟି ଜିଲ୍ଲାର ଲୋକକଳା ସାମିଲ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ପରେଡରେ ଅଭିବାଦନ ଗ୍ରହଣ
ଇଟିଭି ଭାରତ, ଭୁବନେଶ୍ବର