9 ଘଣ୍ଟା ଜେରା ପରେ ଇଡି ଅଫିସରୁ ବାହାରିଲେ ଲାଲୁ, ଦେଖନ୍ତୁ ଭିଡିଓ - ED summon to Lalu

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 29, 2024, 10:49 PM IST

RJD president Lalu Prasad Yadav leaves from ED office: ପାଟନା: ବହୁଚର୍ଚ୍ଚିତ ରେଳବାଇରେ ଚାକିରି ପାଇଁ ଜମି ହଡପ ମାମଲାରେ ଆଜି ଦୀର୍ଘ 9 ଘଣ୍ଟା ଜେରା ହେବା ପରେ ରାତିରେ ଇଡି କାର୍ଯ୍ୟାଳୟରୁ ବାହାରିଛନ୍ତି ଲାଲୁ ପ୍ରସାଦ ଯାଦବ । ରାତି ପର୍ଯ୍ୟନ୍ତ ଇଡି ଅଫିସ ସାମ୍ନାରେ ସମର୍ଥକଙ୍କ ଗହଳି ଦେଖିବାକୁ ମିଳିଥିଲା । କଡା ସୁରକ୍ଷା ମଧ୍ୟରେ ଲାଲୁ ଓ ଝିଅ ମିଶା ଭାରତୀ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାଳୟରୁ ବାହାରି ବାସଭବନକୁ ଫେରିଛନ୍ତି । ଆଜି ପୂର୍ବାହ୍ନରେ ଲାଲୁ ଓ ତାଙ୍କ ସାଂସଦ ଝିଅ ମିଶା ଭାରତୀ ପାଟନା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟରେ ହାଜର ହୋଇଥିଲେ । ଦୀର୍ଘ 9 ଘଣ୍ଟାରୁ ଅଧିକ ଘଣ୍ଟା ଧରି ଉଭୟଙ୍କୁ ଜେରା କରିବା ପରେ ଛାଡିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । କାର୍ଯ୍ୟାଳୟ ବାହାରେ ଆରଜେଡି ସମର୍ଥକଙ୍କ ଭିଡକୁ ଦେଖି ବିହାର ପୋଲିସ ସହ କେନ୍ଦ୍ରୀୟ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ଏହା ପରେ ଲୁଲୁଙ୍କ ପୁଅ ତେଜସ୍ବୀ ଯାଦବ ମଧ୍ୟ ଜେରା ହୋଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.