ଅନୁଗୋଳର ବିକାଶ ନେଇ ନିଆଯିବ ପଦକ୍ଷେପ, ଜମି ସେଟଲମେଣ୍ଟର ହେବ ସମାଧାନ: ରାଜସ୍ୱ ମନ୍ତ୍ରୀ - Suresh Pujari Visits Anugul - SURESH PUJARI VISITS ANUGUL
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 26, 2024, 1:26 PM IST
ଅନୁଗୋଳ: ମନ୍ତ୍ରୀ ପଦ ପାଇବା ପରେ ପ୍ରଥମ ଥର ଜିଲ୍ଲା ଗସ୍ତରେ ଆସିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ସମୟରେ ସେ ଅନୁଗୋଳ ବିକାଶ ଦିଗରେ କାମ କରାଯିବା ନେଇ ଆଲୋଚନା କରିବା ସହ ପ୍ରତିଶୃତି ଦେଇଥିଲେ । ଦୀର୍ଘ ବର୍ଷ ଧରି ଶିଳ୍ପାୟନକୁ ନେଇ ଲାଗି ରହିଥିବା ଜମି ସମସ୍ୟା ଦୂର ହେବ । ଏହାସହ ଚାଷ, ଚାଷୀ ଓ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ । ଅନୁଗୋଳରେ ପହଞ୍ଚିବା ପରେ ପ୍ରଥମେ ସମସ୍ତ ନିର୍ବାଚିତ ବିଧ୍ୟାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ସମୀକ୍ଷା କରିଥିଲେ । ଏହାପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଶହ ଶହ କର୍ମୀ ସୁରେଶ ପୂଜାରୀଙ୍କୁ ଭବ୍ୟ ସ୍ଵାଗତ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ କହିଥିଲେ, "ରାଜସ୍ୱ ବିଭାଗ ସବୁ ବିଭାଗ ଆଧାର ଅଟେ । ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ସେବା ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇଛି । ରାଜସ୍ବ ବିଭାଗର ସେବା ବିନା ବାଧାରେ ଧାଡ଼ିର ଶେଷରେ ଛିଡା ହୋଇଥିବା ବ୍ୟକ୍ତିଙ୍କ ପାଖକୁ କିପରି ଭାବେ ପହଞ୍ଚିବ ସେନେଇ ପଦକ୍ଷେପ ନିଆଯିବ ।" ଆଗାମୀ ଦିନରେ ନୂଆ ଓଡି଼ଶା ଗଠନ କରାଯିବ ଯାହା ସମୃଦ୍ଧ, ବିକଶିତ, ଆତ୍ମ ନିର୍ଭର, କ୍ଷୁଧା ମୁକ୍ତ, ଭୟ ମୁକ୍ତ ଓ ହିଂସା ମୁକ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଆସନ୍ତା ମାସରେ ସରକାରୀ ସ୍ଥରରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଯାହାବି ସମସ୍ୟା ଅଛି ତାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ପିସି କାରବାର କରୁଥିଲେ ସାବଧାନ; ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ
ଇଟିଭି ଭାରତ, ଅନୁଗୋଳ