ଦାବି ଶୁଣିଲେନି ସରକାର; ଆତ୍ମହୂତି ଉଦ୍ୟମ କଲେ ରେଙ୍ଗାଳି ବିସ୍ଥାପିତ

By ETV Bharat Odisha Team

Published : Mar 14, 2024, 8:01 AM IST

thumbnail

Rengali Displaced Attempt Suicide: ଅନୁଗୋଳ: ରେଙ୍ଗାଳି ବୁଡି ବିସ୍ଥାପିତଙ୍କ ବାରମ୍ବାର ଦାବି ପରେ ବି ଦୁଃଖ ଶୁଣିଲେନି ସରକାର । ଅନୁଗୋଳ ଜିଲ୍ଲାରେ ତିନି ମାସ ତଳେ 6 ଦଫା ଦାବି ପୂରଣ ନେଇ ବିସ୍ଥାପିତମାନେ ଜଳ ସତ୍ୟାଗ୍ରହ କରିଥିଲେ । କୌଣସି ସୁଫଳ ନମିଳିବାରୁ ବୁଧବାର ପାଲଲହଡା ବଜାର ଅଞ୍ଚଳରେ ଆତ୍ମହୂତି ଉଦ୍ୟମ କରିଛନ୍ତି  । ପ୍ରାୟ 48 ବର୍ଷ ହେବ ତାଙ୍କର ବର୍ଦ୍ଧିତ କ୍ଷତିପୂରଣ ରାଶି ପାଇବା ପାଇଁ ସଂଘର୍ଷ କରିଆସୁଛନ୍ତି ବିସ୍ଥାପିତମାନେ  ।     

ଏହା ମଧ୍ୟ ପଢ଼ନ୍ତୁ... ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ

ଗତ ଡିସେମ୍ବର ମାସର ଶୀତ କାକରରେ ରେଙ୍ଗାଳି ଜଳଭଣ୍ଡାର ଭିତରେ ଦୀର୍ଘ 12 ଦିନ ଧରି ବିସ୍ଥାପିତମାନେ ଜଳ ସତ୍ୟାଗ୍ରହ କରିଥିଲେ । ପ୍ରତି ବଦଳରେ ତାଙ୍କୁ ପୁଣି କେବଳ ସେଇ ପ୍ରତିଶ୍ରୁତି ମିଳିଥିଲା । ନିଜର ହକ୍ ପାଇଁ ସରକାରଙ୍କୁ ବାରମ୍ବାର ଦାବି କରି ଆସୁଛନ୍ତି । ରେଙ୍ଗାଳି ବିସ୍ଥାପିତ ପ୍ରଜାଙ୍କ 6 ଦଫା ଦାବି ଯଦି ରାଜ୍ୟ ସରକାର ପୂରଣ ନକରନ୍ତି ତେବେ ପାଲଲହଡା ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ ସମୂହ ଆତ୍ମହୂତି ଦେବେ ବୋଲି ସଂଗଠନ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଥିଲା । ପରିଣାମସ୍ବରୂପ ବୁଧବାର ରେଙ୍ଗାଳି କ୍ଷତିଗ୍ରସ୍ତ ପ୍ରଜା ସଙ୍ଘର ଆବାହକ ଡକ୍ଟର ସନ୍ତୋଷ କୁମାର ଦେହୁରୀଙ୍କ ନେତୃତ୍ବରେ ଆନ୍ଦୋଳନକାରୀମାନେ ଆତ୍ମହୁତି ପାଇଁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା ।  

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.