thumbnail

ସାଇବର ଅପରାଧ ରୂପୀ ରାବଣ ପୋଡ଼ିଲା ଝାରସୁଗୁଡ଼ା ପୋଲିସ

By ETV Bharat Odisha Team

Published : Oct 15, 2024, 12:43 PM IST

Updated : Oct 15, 2024, 12:49 PM IST

Ravan Podi in Jharsuguda, ଝାରସୁଗୁଡା: ନିଆରା ଢଙ୍ଗରେ ପୋଲିସ ପ୍ରଶାସନ ପକ୍ଷରୁ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଛି । ବିଭିନ୍ନ ଅପରାଧରୁ ଦୁରେଇ ରହିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏକ ନିଆରା ଢଙ୍ଗରେ ରାବଣପୋଡି ଉତ୍ସବରେ ଲୋକଙ୍କୁ ସଚେତନ କରାଯାଇଛି । ସାଇବର ଫ୍ରଡ ରାବଣ ପ୍ରସ୍ତୁତ କରି ଦହନ କରାଯାଇଛି । ଫାଇନାନ୍ସ ଫ୍ରଡ, ହ୍ବାଟ୍ସ୍ଆପ୍ ଡିପି ଫ୍ରଡ୍, ଅନଲାଇନ ଠକେଇ, ଯୌନ ନିର୍ଯାତନା ଭିଡିଓ ଭାଇରାଲ ଭଳି ଅପରାଧରୁ ଦୂରେଇ ରହିବା ସହ ଏହି ଅପରାଧକୁ ପ୍ରଶ୍ରୟ ନଦେଇ ଏହାର ତୀବ୍ର ବିରୋଧ କରି ସ୍ବର ଉତ୍ଥାପନ ଜରୁରୀ ବୋଲି ସଚେତନ କରାଯାଇଛି ।

ବର୍ତ୍ତମାନ ସମୟରେ ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି । ଲୋକଙ୍କ ସୁରକ୍ଷା ଦାୟିତ୍ୱ ପୋଲିସ ପ୍ରଶାସନ ଉପରେ ନିର୍ଭର କରିଥାଏ । ଲୋକେ ପୋଲିସ ଉପରେ ଭରସା କରିଥାନ୍ତି । ତେବେ ଲୋକମାନେ ବିଭିନ୍ନ ପ୍ରକାର ହେଉଥିବା ଅପରାଧରୁ ନିଜକୁ ନିବୃତ୍ତ ରଖିବା ପାଇଁ ଏକ ସଚେତନମୂଳକ ପଦକ୍ଷେପ ଗ୍ରହଣ କରିଥିଲେ ପୋଲିସ ପ୍ରଶାସନ । ସାଇବର କ୍ରାଇମ, ଦୁଷ୍କର୍ମ, ସାଇବର ଲୋନ, ମୋବାଇଲ ଫୋନରେ ବ୍ଲାକମେଲିଂ ଭଲି ଅପରାଧରୁ ମୁକ୍ତ ରହିବା ପାଇଁ ସଚେତନତା ନିହାତି ଆବଶ୍ୟକ । ଏହା ଦେଖି ପୋଲିସ ପ୍ରଶାସନ ପକ୍ଷରୁ ଏହି ରାବଣପୋଡି ଉତ୍ସବରେ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ସ୍ମିତ ପରମାର ଯୋଗ ଦେଇ ରାବଣରେ ଅଗ୍ନିସଂଯୋଗ କରିଥିଲେ ।

ରାବଣ ପୋଡ଼ି ସଂପର୍କିତ ଏସବୁ ଖବର ପଢ଼ନ୍ତୁ: 

ରାଜଧାନୀର ୧୦ଟି ସ୍ଥାନରେ ସରିଲା ରାବଣ ପୋଡି, ଝାରପଡ଼ାରେ ଉତ୍ସବ ପାଳିଲେ ହିନ୍ଦୁ-ମୁସଲିମ

ରାଜନୀତିରେ ଲୁଚିଛନ୍ତି ଅନେକ ରାବଣ: ଆଇନମନ୍ତ୍ରୀ

 

ଇଟିଭି ଭାରତ, ଝାରସୁଗୁଡା

Last Updated : Oct 15, 2024, 12:49 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.