ରଥଖଳା ହାଲଚାଲ: ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ - Puri Ratha Construction Work - PURI RATHA CONSTRUCTION WORK

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 1, 2024, 10:28 AM IST

Puri Ratha Construction Work:  ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥର ୨୪ ଗୋଟି ରଥ ଚକ ନିର୍ମାଣ ଶେଷ ହୋଇଛି । ତିନି ରଥର ଚକ ନିର୍ମାଣ ସହ ତିନିରଥ ମୁହାଣ୍ଟ ଏବଂ ନିରାଡି ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତି ରଥର ଚାରି ପାର୍ଶ୍ୱରେ ଗୋଟିଏ ଗୋଟିଏ ନିରାଡି ଏବଂ ଗୋଟିଏ ଗୋଟିଏ ମୁହାଣ୍ଟ ଲାଗିଥାଏ । ଦୁଇଟି ମୁହାଣ୍ଟ ଏବଂ ଦୁଇଟି ବିରାଡ଼ି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମୁହାଣ୍ଟ ଉପରେ ଗୁଜ ସଂଯୋଗ କରାଯିବା ପରେ ଗୁଜ ଉପରେ ନିରାଡ଼ି ପଡ଼ି ଗୟଳ ମୋଡା ହୁଏ । 

ତାଳଧ୍ଵଜ ରଥର ୧୪ ଚକ ମଧ୍ୟରୁ ୯ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ଦଶମ ଚକର ପଇ କଳସା ସହ ୧୧ ତମ ଚକ ସିଙ୍ଗଡ଼ାରେ ପଇ ସଂଯୋଗ ସହ ନିରାଡି ଏବଂ ମୁହାଣ୍ଟ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସୁଦ୍ଧା ଦର୍ପଦଳନ ରଥର ୧୨ ଗୋଟି ଚକ ମଧ୍ୟରୁ ଦେବୀ ରଥର ମହାରଣା ସେବକ ମାନେ ୯ଗୋଟି ଚକ ନିର୍ମାଣ ଶେଷ କରିଛନ୍ତି ଏହାଛଡା ଦୁଇଟି ଲେଖାଏଁ ନୀରାଡି ଏବଂ ମୂହାଣ୍ଟର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଏହାମଧ୍ୟ ପଢନ୍ତୁ..ରଥ ଖଳା ଚଳଚଞ୍ଚଳ, 24 ଚକ ନିର୍ମାଣ ଶେଷ - PURI RATHA CONSTRUCTION


ନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ ମହାରଣା ସେବକମାନେ ୧୦ ଗୋଟି ଚକ ନିର୍ମାଣ ଶେଷ କରିଛନ୍ତି । ଏଥିସହ ଏକାଦଶ ଚକର ପଇ କଳସା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦ୍ୱାଦଶ ଚକର ପଇ ସାଲ ଶେଷ ହୋଇ ତୁମ୍ବ ଅଖ ବିନ୍ଧର ଠେକ ତିଲିଆ କାର୍ଯ୍ୟ ଜାରୀ ରହିଛି । ଏଥିସହ ନନ୍ଦିଘୋଷ ରଥର ଦୁଇଟି ଲେଖାଏଁ ନିରାଡି କାଠର ଚଉପଟ ଶେଷ ହୋଇ ଦୁଇଟି ମୁହାଣ୍ଟର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।


ରୂପକାର ସେବକମାନେ ତିନି ରଥର ସାଲଗୁଜ ବା କୋଣଗୁଜ ଗୁଡିକରେ ରୂପ ଖୋଦେଇ ଜାରୀ ରଖିବା ସହ ଶେଷ ହୋଇଥିବା ଖୋଦେଇ ରୂପ ଗୁଡ଼ିକରେ ବାଲି କାଗଜ ଦ୍ଵାରା ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଅର କଣ୍ଟା, ପନ୍ଦାରି, ନିର୍ମାଣ ଶେଷ କରି ତିନି ରଥର ଯୋକା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.