ଶାବର ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା, ନବଦିନାତ୍ମକ ଯାତ୍ରା ସାରି ଫେରିଲେ ଚତୁର୍ଦ୍ଧାମୂର୍ତ୍ତି - Bahuda Yatra 2024

By ETV Bharat Odisha Team

Published : Jul 15, 2024, 9:37 PM IST

thumbnail
ଶାବର ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା (ETV Bharat Odisha)

Koraput Sabar Srikhetra: କୋରାପୁଟ: ଆଜି ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମନ୍ଦିରକୁ ବାହୁଡା ଯାତ୍ରା ସମ୍ପନ୍ନ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ରଥରେ ରଙ୍ଗବାଲି କୁମ୍ଭା ଗାଁର ଦାସୀ ନାୟକ ଛେରା ପହଁରା କରିଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥରେ କୋଟିଆରୁ ଆସିଥିବା ଦାନୁ ତାଡିଙ୍ଗି ଓ ପ୍ରଭୁ ବଳଭଦ୍ରଙ୍କ ରଥରେ କାକିରିଗୁମ୍ମାର ସାଧୁ ସାଉଁନ୍ତା ଛେରାପହଁରା କରିଥିଲେ । ପରେ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଅଭିମୁଖେ ରଥକୁ ଟାଣି ନେଇଥିଲେ  । 

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରି ୩ ରଥ ମାଉସୀ ମା'ଙ୍କ ଘରେ ପହଞ୍ଚିବା ପରେ କୋରାପୁଟ ଟାଉନ ପୋଲିସ ଥାନାର ଆଇଆଇସିଙ୍କ ତରଫରୁ ବିଭିନ୍ନ ମିଠା ଓ ବିଶେଷ କରି ପୋଡପିଠା ଭୋଗ ଲାଗି ହୋଇଥିଲା । ଏହାସହ ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ, ସେହି ପ୍ରାସାଦକୁ ସମସ୍ତେ ଜଣକ ହାତରୁ ଆଉ ଜଣେ ଟାଣି ନେଇ ଜାତି ବର୍ଣ୍ଣ ନିର୍ବିଶେଷରେ ଆବାଳ ବୃଦ୍ଧ ବନିତା ବାଣ୍ଟି ଖାଇଥିଲେ । ପ୍ରବଳ ବର୍ଷାକୁ ଖାତିର ନ କରି ରଥଯାତ୍ରାରେ ସାମିଲ ହେବା ପାଇଁ ବହୁ ଶ୍ରଦ୍ଧାଳୁ କୋରାପୁଟରେ ଆସି ପହଞ୍ଚିଥିଲେ । ୩ ରଥ ସନ୍ଧ୍ୟା ସୁଦ୍ଧା ଶ୍ରୀମନ୍ଦିର ସମ୍ମୁଖରେଭାଗରେ ଆମ୍ବେଦକର ପାର୍କ ନିକଟରେ ପହଞ୍ଚିଥିବା ବେଳେ ବୁଧବାର ରଥ ଉପରେ ସୁନାବେଶ ସମ୍ପନ୍ନ ହେବା । ପରେ ଗୁରୁବାର ଦିନ ତିନି ଠାକୁର ଶ୍ରୀମନ୍ଦିରକୁ ଫେରିବେ ପରେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖ । ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସବୁକିଛି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା କହିଛନ୍ତି ଜଗନ୍ନାଥ ମନ୍ଦିର ସମ୍ପାଦକ। 

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ଲାଗିଲା ତାଳଧ୍ବଜ ଓ ଦର୍ପଦଳନ - Taladhwaja Darpadalana In Srimandir

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.