ରଥ ଖଳା ହାଲଚାଲ: ତିନିରଥର ନାହାକ ତୁମ୍ୱରେ ପନ୍ଦାରି ବଳା ଲାଗି ଅନୁକୂଳ, ତୁମ୍ବ ଅରରେ ପଇ ପିନ୍ଧା - Ratha Khala Halchal - RATHA KHALA HALCHAL
🎬 Watch Now: Feature Video


Published : May 25, 2024, 8:48 AM IST
Ratha Khala Halchal ପୁରୀ: ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥଖଳା । ତିନିରଥର ନାହାକ ତୁମ୍ୱରେ ପନ୍ଦାରି ବଳା ଲାଗି ଅନୁକୂଳ ସହ ତୁମ୍ବ ଅରରେ ପଇ ପିନ୍ଧା ଅନୁକୂଳ ସମ୍ପନ୍ନ ହୋଇଛି । ରଥ ନିର୍ମାଣର ଚତୁର୍ଦ୍ଦଶ ଦିବସରେ ରଥ ନିର୍ମାଣକାରୀ ସେବକମାନେ ରଥଖଳାଠାରେ ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା । ତିନିରଥର ନାହାକ ତୁମ୍ୱରେ ପନ୍ଦାରି ବଳା ଲାଗି ଅନୁକୂଳ ସହ ତୁମ୍ବ ଅରରେ ପଇ ପିନ୍ଧା ଅନୁକୂଳ ସମ୍ପନ୍ନ ହୋଇଛି ।
ତିନି ରଥର ଦୁଇଟି ଲେଖାଏଁ ନାହାକ ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥ ନାହାକ ତୁମ୍ୱରେ ଅଖ ବିନ୍ଧ ପରେ ତିନି ରଥ ମହାରଣା ସେବକମାନେ ମାପ ପ୍ରକାରେ ତୁମ୍ବରେ ପନ୍ଦାରି ଗାଡ଼ ଖୋଦେଇ ଶେଷ କଲାପରେ ମୁଖ୍ୟ ମହାରଣାଙ୍କ ଦ୍ଵାରା ପନ୍ଦାରି ବଳା ଅନୁକୂଳ ପୂଜା ପୂର୍ବକ ତୁମ୍ବରେ ପନ୍ଦାରି ବଳା ବସିବା ବିଧି ସମ୍ପନ୍ନ ହୋଇଥିଲା । ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ଦୁଇଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ହୋଇ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇ, ପଇ କଳସା କାର୍ଯ୍ୟ ଆରମ୍ଭ ହୋଇଛି ।
ଏଥିସହ ତିନି ରଥର ୧୧ଟି ଗୁଜ ୯ ଗୋଟି ଯାଖନ୍ତ୍ର, ୬ଟି ତିଖ ଗୁଜ, ୪ ଗୋଟି ଲେଖାଏ କୁଡୁକା ଶେଷ ହୋଇଛି । ଏଥିସହ ତିନି ରଥର ରୂପକାର ସେବକମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର ଓଝା ସେବକମାନେ ତିନି ରଥର ସମସ୍ତ ପନ୍ଦାରି ବଳା ନିର୍ମାଣ ଶେଷ କରି ପନ୍ଦାରି ଚାବି ଏବଂ ପନ୍ଦାରି ବଳା ନିର୍ମାଣ କରୁଛନ୍ତି ।
ଇଟିଭି ଭାରତ, ପୁରୀ