ରଥଖଳା ହାଲଚାଲ: ନାହାକ ତୁମ୍ବରେ ଅର ସଂଯୋଗ, ସିଙ୍ଗଡ଼ା ବାଡିଆ ଅନୁକୂଳ ପୂଜା କଲେ ଭୋଇ ସେବକ - Ratha Khala Halcha - RATHA KHALA HALCHA
🎬 Watch Now: Feature Video

Published : May 24, 2024, 8:48 AM IST
Ratha Khala Halchal: ପୁରୀ: ରଥଯାତ୍ରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଅକ୍ଷୟ ତୃତୀୟା ପରଠାରୁ ଆରମ୍ଭ ହୋଇଛି ତିନି ରଥ କାମ । ଏଥି ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥ ନିର୍ମାଣର ତ୍ରୟୋଦଶ ଦିବସରେ ସେବକ ମାନେ ତିନି ରଥ ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ରଥ ଖଳା ଯନ୍ତା ଗାଡ଼ ଠାରେ ତିନି ରଥର ଗୋଟିଏ ଗୋଟିଏ ନାହାକ ତୁମ୍ବରେ ଅର ସଂଯୋଗ ହୋଇଥିଲା । ତିନି ରଥର ଦୁଇ ଦୁଇଟି ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡିଆ ପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନେ ତିନି ରଥ ମହାରଣା ସେବକ ମାନଙ୍କୁ ଯୋଗାଇଛନ୍ତି । ତିନିରଥ ମହାରଣା ସେବକ ମାନେ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ଦେବା ପରେ ବିଧି ପ୍ରକାରେ ପାଇ ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା । ପରେ ସହୋଯୋଗି ମହାରଣା ସେବକ ପାଇରେ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ । ତତ୍ ପରେ ଅର ସଂଯୋଗ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନଙ୍କ ସହୋଯୋଗରେ ତୁମ୍ବ ବିନ୍ଧ କରିଗର ତୁମ୍ବ ରେ ଅଖ ବିନ୍ଧ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ରଥଖଳା ହାଲଚାଲ: ନୃସିଂହ ଚତୁର୍ଦ୍ଦଶୀରେ ହେଲା ଗୁଜ ଅନୁକୂଳ - Ratha Khala Halchal
ଇଟିଭି ଭାରତ, ପୁରୀ