thumbnail

ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୀଳାଦ୍ରି ବିଜେ - Niladri Bije

By ETV Bharat Odisha Team

Published : Jul 19, 2024, 11:28 AM IST

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ନୀଳାଦ୍ରି ବିଜେ କଲେ ଶ୍ରୀଜିଉ । ନବଦିନାତ୍ମକ ଯାତ୍ରା ସାରି ମନ୍ଦିରକୁ ବାହୁଡିଛନ୍ତି ମହାପ୍ରଭୁ ।  ଗୁରୁବାର ରଥ ଉପରେ ସନ୍ଧ୍ୟା ଆଳତି ସରିବା ପରେ ଭକ୍ତଙ୍କ ଦ୍ୱାରା ତିନି ଠାକୁର ପହଣ୍ଡି ବିଜେ ହୋଇଥିଲା । ଏହାପରେ ରାତି 10ଟା ସମୟରେ ଚତୁର୍ଦ୍ଧାମୂର୍ତ୍ତୀ  ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ପ୍ରଭୁ ସୁଦର୍ଶନ ପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ସିଧାସଳଖ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିବା ବେଳେ ମହାପ୍ରଭୁ ଜଗନ୍ନାଥ ସିଂହଦ୍ଵାରରେ ପହଞ୍ଚିବା ପରେ ମା ଲକ୍ଷ୍ମୀ ତାଙ୍କୁ ସାଥିରେ ଯାତ୍ରାରେ ନେଇନଥିବା ଯୋଗୁଁ ଅଭିମାନ କରି ପରଦା ଟାଣିଦେଇ ରାସ୍ତା ଅବରୋଧ କରିଥିଲେ । ମହାପ୍ରଭୁ ବଚନୀକା ମାଧ୍ୟମରେ ମା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପରେ ସେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଜି ସରୁଛି ଶ୍ରୀଜୀଉଙ୍କ ବାହାର ଲୀଳାଖେଳା: ରତ୍ନବେଦୀକୁ ଫେରିବେ କଳାଠାକୁର, ରାଗିଛନ୍ତି ମହାଲକ୍ଷ୍ମୀ, ରସଗୋଲା ଖୁଆଇ କରିବେ ମାନଭଞ୍ଜନ - Niladri Bije

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.