ହାଇଦ୍ରାବାଦ: ସ୍ବଦେଶୀ କାର ନିର୍ମାତା କମ୍ପାନୀ ଟାଟା ମୋଟର୍ସ (Tata Motors) ଭାରତୀୟ ବଜାରରେ ନିଜର Tata Safari ବ୍ରାଣ୍ଡ୍ର 27ବର୍ଷ ପୂରଣ କରିଛି । ଏହି ଅବସରରେ କମ୍ପାନୀ Tata Safari ଓ Harrier ମଡେଲର ନୂଆ Stealth Edition ଲଞ୍ଚ କରିଛି । ଏହା ଷ୍ଟାଣ୍ଡାର୍ଡ Safari ଓ Harrierଠାରୁ ଅଲଗା । ଏଥିରେ ସ୍ବତନ୍ତ୍ର ପେଣ୍ଟ୍ ସ୍କିମ୍ ଓ ଇଣ୍ଟିରିଅର ଫିନିଶ୍ ଦିଆଯାଇଥିବାବେଳେ ଏହାକୁ ସୀମିତ ସଂଖ୍ୟାରେ ବିକ୍ରି କରାଯାଇଛି ।
Tata Harrier Stealth Editionର ପ୍ରାରମ୍ଭିକ ମୂଲ୍ୟ 25.09 ଲକ୍ଷ ଟଙ୍କା ଥିବାବେଳେ Tata Safari Stealth Editionର ମୂଲ୍ୟ 25.74 ଲକ୍ଷ ଟଙ୍କା (ଏକ୍ସଶୋରୁମ, ଦିଲ୍ଲୀ) ରହିଛି । ଉଭୟ ଲିମିଟେଡ୍ ଏଡିସନ୍ କାରର ବୁକିଂ ଲାଗି କମ୍ପାନୀର ଅଫିସିଆଲ ୱେବସାଇଟ୍ରେ ଉପଲବ୍ଧ ଅଛି । ଗ୍ରାହକ ଭାରତରେ ନିଜର ନିକଟତମ ଟାଟା ମୋଟର୍ସ ଡିଲରସିପ୍କୁ ଯାଇ ସ୍ପେଶିଆଲ୍ ଏଡିସନ୍କୁ ବୁକ୍ କରିପାରିବେ । ଧ୍ୟାନ ଦେବା କଥା ହେଉଛି କାରର କେବଳ 2700 ୟୁନିଟ୍ସ ରହିଛି । ଏହାବାଦ Safari Stealth Edition ଉଭୟ 6 ଓ 7-ସିଟ୍ର କନଫିଗିରେସନରେ ଉପଲବ୍ଧ ।
Tata Stealth Edition: ଦାମ ଓ ବୁକିଂ
ମାନୁଆଲ୍ ଟ୍ରାନ୍ସମିଶନ Tata Harrier Stealth Editionର ଦାମ 25.09 ଲକ୍ଷ ଟଙ୍କା (ଏକ୍ସଶୋରୁମ) ରହିଛି । ସେପଟେ ଅଟୋମେଟିକ୍ ଟ୍ରାନ୍ସମିଶନ ଭାରିଏଣ୍ଟର ଦାମ 26.49 ଲକ୍ଷ ଟଙ୍କା (ଏକ୍ସଶୋରୁମ) ରହିଛି । Tata Safari Stealth Edition ତିନୋଟି ଭାରିଏଣ୍ଟରେ ବିକ୍ରି ହେଉଥିବାବେଳେ ଏହାର 7-ସିଟର୍ ମାନୁଆଲ୍ ଭାରିଏଣ୍ଟକୁ କମ୍ପାନୀ 25.74 ଲକ୍ଷ ଏକ୍ସଶୋରୁମ ମୂଲ୍ୟରେ ବିକ୍ରି କରୁଛି । ନିମ୍ନରେ ଦିଆଯାଇଥିବା ଟେବୁଲ୍ରେ ଦାମ ସମ୍ପର୍କରେ ବିସ୍ତୃତ ଭାବରେ ଜାଣନ୍ତୁ:
ମଡେଲ୍ | ଟ୍ରାନ୍ସମିଶନ୍ ପ୍ରକାର | ସିଟିଂ କ୍ଷମତା | ମୂଲ୍ୟ |
---|---|---|---|
ଟାଟା ହାରିଅର୍ ସ୍ଟେଲ୍ଥ୍ ଏଡିସନ୍ | ମାନୁଆଲ୍ | 5 | 25.09 ଲକ୍ଷ ଟଙ୍କା |
ଟାଟା ହାରିଅର୍ ସ୍ଟେଲ୍ଥ୍ ଏଡିସନ୍ | ଅଟୋମେଟିକ୍ | 5 | 26.49 ଲକ୍ଷ ଟଙ୍କା |
ଟାଟା ସଫାରି ସ୍ଟେଲ୍ଥ୍ ଏଡିସନ୍ | ମାନୁଆଲ୍ | 7 | 25.74 ଲକ୍ଷ ଟଙ୍କା |
ଟାଟା ସଫାରି ସ୍ଟେଲ୍ଥ୍ ଏଡିସନ୍ | ଅଟୋମେଟିକ୍ | 7 | 27.14 ଲକ୍ଷ ଟଙ୍କା |
ଟାଟା ସଫାରି ସ୍ଟେଲ୍ଥ୍ ଏଡିସନ୍ | ମାନୁଆଲ୍ | 6 | 27.24 ଲକ୍ଷ ଟଙ୍କା |
Your journey to exclusivity begins now.
— Tata Motors Cars (@TataMotors_Cars) February 21, 2025
Introducing Harrier & Safari STEALTH Edition!#HarrierStealthEdition: https://t.co/G6mSaD5dq0#SafariStealthEdition: https://t.co/hIpeWFwOfd
#FeelThePresence #27YearsOfSafariLegacy pic.twitter.com/1KURvCNebz
Tata Stealth Edition: ଡିଜାଇନ
ଟାଟା ଷ୍ଟିଲ୍ଥ ଏଡିସନରେ ମ୍ୟାଟ୍ ବ୍ଲାକ୍ ଏକ୍ସଟିରିଅର ସହିତ R19 ଆଲଏ ହ୍ବିଲ୍ସ ଓ 'Stealth' ଲେଖାଯାଇଛି । ଏହାବ୍ୟତୀତ ଏଥିରେ ଡାର୍କ ଥିମ୍ର ବେଜିଂ ଓ ବ୍ଲାକ୍ ଆଉଟ୍ ଫ୍ରଣ୍ଟ ଗ୍ରିଲ ଅଛି ଯାହାକି ଏହାକୁ ବୋଲ୍ଡ ଲୁକ୍ ପ୍ରଦାନ କରେ । ଉଭୟ କାରର ଭିତର ଡିଜାଇନ କାର୍ବନ-ନୋୟର ଥିମ୍ରେ ଭେଣ୍ଟିଲେଟେଡ୍ ସିଟ୍ ଅଛି । ଏହାସହ ବ୍ଲାକ୍ ଲେଦରେଟ୍ ଡ୍ୟାସବୋର୍ଡ ରହିଛି ।
Tata Stealth Edition: ଫିଚର
ଟାଟା ସ୍ଟେଲ୍ଥ୍ ଏଡିସନ ହାରିଅର୍ ଓ ସଫାରୀ ଷ୍ଟାଣ୍ଡାର୍ଡ ଫେୟାରଲେସ+ ଓ ଏକମ୍ପ୍ଲିସଡ୍+ ଭାରିଏଣ୍ଟ ଉପରେ ଆଧାରିତ । ଲିମିଟେଡ୍ ଏଡିସନ୍ ଯାନରେ 12.3 ଇଞ୍ଚର ହରମନ୍ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ, ହରମନ୍ ଅଡିଓବକ୍ସ ସହିତ 10-ସ୍ପିକର JBL ଅଡିଓ ସିଷ୍ଟମ, 10.25 ଇଞ୍ଚ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଓ ୱେୟାରଲେସ୍ ଚାର୍ଜିଂ ପ୍ୟାଡ୍ ଦିଆଯାଇଛି । ଏହାବ୍ୟତୀତ ଏଥିରେ Arcade App Store, ଆଲେକ୍ସା ହୋମ୍-ଟୁ-କାର, ମ୍ୟାପ୍ ମାଇ ଇଣ୍ଡିଆ ନେଭିଗେସନ, ପେନାରୋମିକ୍ ସନରୁଫ୍, ଆମ୍ବିଏଣ୍ଟ ଲାଇଟିଂ ଓ ଅନେକ ରାଇଡ୍ ମୋଡ୍ ସାମିଲ । ସୁରକ୍ଷା ଫିଚର ଭାବେ ଏଥିରେ 7 ଏୟାରବ୍ୟାଗ୍, 360 ଡିଗ୍ରୀ କ୍ୟାମେରା, ଟାୟର ପ୍ରେସର ମନିଟରିଂ ସିଷ୍ଟମ ଆଦି ସାମିଲ ।
Tata Stealth Edition: ଫିଚର
ଉଭୟ କାରରେ Kryotec ସହିତ 2.0 ଲିଟର BS6 ଫେଜ୍-2 ଟର୍ବୋଚାର୍ଜ୍ଡ ଡିଜେଲ ଇଞ୍ଜିନ ମିଳେ, ଯାହାକି 167.67bhp ପାୱାର ଆଉଟପୁଟ୍ ଓ 350nm ଟର୍କ ଜେନେରେଟ୍ କରେ । ଲିମିଟେଡ୍ ଏଡିସନ 6-ସ୍ପିଡ୍ ମାନୁଆଲ୍ ଓ ଅଟୋମେଟିକ୍ ଟ୍ରାନ୍ସମିଶନ ବିକଳ୍ପ ସହ ଉପଲବ୍ଧ ।