ETV Bharat / state

ଅଲିଭ ରିଡଲେକୁ ସୁରକ୍ଷା ଦେବା ପାଇଁ ତଟରକ୍ଷୀ ବାହିନୀର ଅପରେସନ ଓଲିଭିଆ - OPERATION OLIVIA

ଅଲିଭ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡିଛି ଭାରତୀୟ ତଟରକ୍ଷୀ ବାହିନୀ ।

ଜାଲରେ ଫସିଛି ଅଲିଭ ରିଡଲେ
ଜାଲରେ ଫସିଛି ଅଲିଭ ରିଡଲେ (@IndiaCoastGuard)
author img

By ETV Bharat Odisha Team

Published : Feb 22, 2025, 4:39 PM IST

ପାରାଦ୍ଵୀପ: ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ଅପରେସନ ଅଲିଭିଆ । ସମୂହ ଅଣ୍ଡାଦାନ ପାଇଁ ଏବେ ଓଡିଶା ମୁହାଁ ଅଲିଭ ରିଡଲେ କଇଁଛ । ତେଣୁ ଏଭଳି ସମୟରେ ଅଲିଭ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡିଛି ଭାରତୀୟ ତଟରକ୍ଷୀ ବାହିନୀ । ଲଗାତାର ସମୁଦ୍ରରେ ନିରୀକ୍ଷଣ କରୁଛି ତଟରକ୍ଷୀ ବାହିନୀ । ଡ୍ରୋନ, ଜାହାଜ ଆଦି ବ୍ୟବହାର କରି ତଟରକ୍ଷୀ ବାହିନୀ ଅଲିଭ ରିଡଲେଙ୍କୁ ସୁରକ୍ଷା ଦେଉଛି । ସମୁଦ୍ର ଓ ନଦୀ ମୁହାଣରେ କିପରି ଅନୁପ୍ରବେଶକାରୀ ପ୍ରବେଶ କରିପାରିବେ ନାହିଁ ସେ ନେଇ ମଧ୍ୟ ନଜର ରଖିଛି । ଓଡିଶା ମେରାଇନ ଫିସରି ଆକ୍ଟ ଅନୁସାରେ ବେଆଇନ ମାଛଧରା ଉପରେ ବି ନଜର ରଖିଛି ତଟରକ୍ଷୀ ।

  • ଅପରେସନ ଅଲିଭିଆ

ଭାରତୀୟ ତଟରକ୍ଷୀ ବାହିନୀ ରାଜ୍ୟ ମତ୍ସ୍ୟ ଓ ବନ୍ୟ ବିଭାଗ ସହଯୋଗରେ ଏହି ଅଭିଯାନ ଚଳାଇ ଆସୁଅଛି। ଏହି ଅଭିଯାନ 01 ନଭେମ୍ବରରୁ ଆରମ୍ଭ ହୋଇ 31ମେ’ 2025 ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ଅନ୍ତର୍ଗତ ଭାରତୀୟ ତଟ ରକ୍ଷକ ନିୟମିତ ଭାବରେ ସାମାଜିକ ସଚେତନତା ଅଭିଯାନ ଏବଂ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରୁଛି । ଉପକୂଳବାସୀଙ୍କ ସହ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସଜାଗ କରାଯାଉଛି। ସେହିପରି ମାଛ ଧରିବା ବା ମୋଟର ଚାଳିତ ବୋଟ୍‌ ଗୁଡ଼ିକରେ ନିରୀକ୍ଷଣ କରାଯାଉଛି। ଯେଉଁଥିରେ କଇଁଛ ସୁରକ୍ଷା ଯନ୍ତ୍ର ବ୍ୟବହାର ସୁନିଶ୍ଚିତ ହୋଇପାରିବ। ଭାରତୀୟ ତଟରକ୍ଷୀର ଜାହାଜ ଏବଂ ବିମାନଗୁଡ଼ିକ କଇଁଛ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ତାଙ୍କ ପାଇଁ ଉପଯୁକ୍ତ ପରିବେଶ ନିର୍ମାଣ କରିବା ପାଇଁ ଅନବରତ ନିୟୋଜିତ ହୋଇଛି।

ଏହି ଅଭିଯାନରେ 29ଟି ଭାରତୀୟ ତଟରକ୍ଷୀ ଜାହାଜ 138 ଦିନ ସମୁଦ୍ରରେ ଘୁରି ବୁଲିଛି । ସେହିପରି ତଟରକ୍ଷୀ ବିମାନ 65 ଘଣ୍ଟା ଅଭିଯାନ ଚଳାଇଛନ୍ତି । ଏହି ଉଦ୍ୟମ ଯୋଗୁଁ ଚତୁର୍ଥାଂଶ ହାରରେ କଇଁଛ ମୃତ୍ୟୁହାର କମାଇବାରେ ସାହାଯ୍ୟ କରିଛି। ଏଥିପର୍ଯ୍ୟନ୍ତ ସମୁଦ୍ରରେ 150 ଟି ମାଛ ଧରୁଥିବା ଡଙ୍ଗା ଉପରେ ନିରୀକ୍ଷଣ କରାଯାଇଛି । ଯେଉଁଥିରେ ସାମୁଦ୍ରିକ ଆଇନକୁ ପାଳନ କରିବା ପାଇଁ ନିଶ୍ଚିନ୍ତ କରାଯାଇଛି। 1991 ମସିହା ଠାରୁ ନିୟମିତ ଭାବରେ ଭାରତୀୟ ତଟରକ୍ଷୀ ବାହିନୀ ବନ୍ୟ ପ୍ରାଣୀ ସୁରକ୍ଷା ଅଧିନିୟମ 1972 ଅନୁଯାୟୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିରନ୍ତର ସାହାଯ୍ୟ ପ୍ରଦାନ କରି ଆସୁଛି।

ଏହା ମଧ୍ୟ ପଢନ୍ତୁ ଚନ୍ଦ୍ରଭାଗା ମୁହାଣରେ କୁଢ କୁଢ ଅଲିଭ ରିଡଲେଙ୍କ ମୃତଦେହ, ବନବିଭାଗ କହିଲା ଏବର୍ଷ କମିଛି

  • ତଟରକ୍ଷୀଙ୍କ ସୁରକ୍ଷାରେ ସୁରକ୍ଷିତ ଅଲିଭ ରିଡଲେ

ଅପରେସନ ଓଲିଭିଆ ଅନ୍ତର୍ଗତ, 20 ଫେବୃଆରୀ 2025 ସୁଦ୍ଧା ଓଡ଼ିଶା ଉପକୂଳରେ ବିପଦଗ୍ରସ୍ତ ଓଲିଭ ରିଡଲେ କଇଁଛଙ୍କ ସମୂହ ଅଣ୍ଡା ଦାନ ଉତ୍ସାହଜନକ ରହିଛି। ଋଷିକୁଳ୍ୟାରେ 6,126 ଟି ବସା ଗଠିତ ହୋଇ ଅଲିଭ ରିଡଲେ କଇଁଛ ମାନେ 5,51,238 ଟି ଅଣ୍ଡା ଦାନ କରିଛନ୍ତି । ସେହିପରି ଦେବୀ ନଦୀ ମୁହାଣରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ କ୍ରମାଗତ ଭାବରେ 60 ଟି ବସା ଓ 5,400 ଟି ଅଣ୍ଡା ମିଳିଛି। ଏସବୁ ସମ୍ଭବ ହୋଇପାରିଛି କେବଳ ଅପରେସନ ଅଲିଭିଆ ପାଇଁ । ଋଷିକୁଳ୍ୟା ଏବଂ ଦେବୀ ନଦୀ ମୁହାଣରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ବିପଦଗ୍ରସ୍ତ ପ୍ରଜାତି ଓଲିଭ ରିଡଲେ କଇଁଛ ସର୍ବମୋଟ 5,55,638 ଟି ଅଣ୍ଡା ଦାନ କରିଛନ୍ତି। ଏହି ପ୍ରୟାସ ବିରଳ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ସାମୁହିକ ସଂରକ୍ଷଣ ଉଦ୍ୟମର ଏକ ପ୍ରତୀକ ଅଟେ। ସଂରକ୍ଷଣବିଦମାନେ ଓଡ଼ିଶା ଉପକୂଳର ଉପଯୁକ୍ତ ସ୍ଥାନରେ ସୁରକ୍ଷିତ ଅଞ୍ଚଳ ତିଆରି କରିଛନ୍ତି। ଯେଉଁଠି ଏହି କଇଁଛ ମାନେ ଅଣ୍ଡା ଦାନ କରିଥାନ୍ତି। ଏହି ସ୍ଥାନଗୁଡ଼ିକୁ ନିୟମିତ ଭାବରେ ନିରୀକ୍ଷଣ କରାଯାଉଛି ।

କେଉଁ ବର୍ଷ କେତେ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ?

  • ୨୦୧୬-୧୭- ୩, ୭୦,୦୦୦
  • ୨୦୧୭ -୧୮- ୪,୮୨,୦୦୦
  • ୨୦୧୯-୨୦- ୩,୨୩,୦୦୦
  • ୨୦୨୦-୨୧- ଗଣ ଅଣ୍ଡାଦାନ ହୋଇନଥିଲା
  • ୨୦୨୨-୨୩ - ୫,୫୦,୦୦୦
  • ୨୦୨୩-୨୪- ୬,୩୭,୦୦୦
  • ୨୦୨୪-୨୫- ଗଣ ଅଣ୍ଡାଦାନ ହୋଇନଥିଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.