ବାରଣାସୀରେ ମନୀଷ ମଲହୋତ୍ରାଙ୍କ ଫ୍ୟାଶନ ଶୋ, ରାମ୍ପୱକ୍ କରି ମନ ଜିତିଲେ ରଣଭୀର-କ୍ରିତି - Ranveer Singh Kriti Sanon Ramp Walk
🎬 Watch Now: Feature Video
Fashion Show In Varanasi: ବାରଣାସୀ: ଉତ୍ତରପ୍ରଦେଶ ବାରଣାସୀରେ ନିଜର ଜଲୱା ଦେଖାଇଛନ୍ତି ବଲିଉଡ ଅଭିନେତା ରଣଭୀର ସିଂ ଏବଂ ଅଭିନେତ୍ରୀ କ୍ରିତି ସାନନ । ଏହି ତାରକାମାନେ ରବିବାର ଦିନ ବାରାଣାସୀ ନମୋ ଘାଟରେ ରାମ୍ପୱକ୍ କରିଛନ୍ତି । ଉଭୟ ବାରଣାସୀର ପାରମ୍ପରିକ ଆଉଟଫିଟରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରଣଭୀର ସିଂ ବାଦାମୀ ରଙ୍ଗର ବନାରସୀ ବ୍ରୋକେଡ୍ ପିନ୍ଧି ବନାରସୀ ସଂସ୍କୃତିର ପ୍ରତିନିଧିତ୍ୱ କରିଥିଲେ । ସେହିପରି କ୍ରିତି ସାନନ୍ ଏକ ମରୁନ୍ ରଙ୍ଗର ଘାଗ୍ରା ଚୋଲି ପିନ୍ଧିଥିଲେ । ଉଭୟ ଏହି ପାରମ୍ପରିକ ପୋଷାକ ସହ ବ୍ରାଇଡାଲ ଲୁକରେ ନଜର ଆସିଥିଲେ । ଏହି ଆଉଟଫିଟକୁ ପ୍ରସିଦ୍ଧ ଡିଜାଇନର ମନୀଷ ମଲହୋତ୍ରା ଡିଜାଇନ କରିଥିବା ବେଳେ ଏହି ପୋଷାକ ତିଆରି କରିବାକୁ ତାଙ୍କୁ ୬ ମାସ ସମୟ ଲାଗିଥିଲା ।
ଏହା ମଧ୍ୟ ପଢନ୍ତୁ: ବାବା ବିଶ୍ବନାଥଙ୍କ ଶରଣରେ ବଲିଉଡ଼ ଷ୍ଟାର ରଣଭୀର-କ୍ରିତି, ସାଥୀରେ ଥିଲେ ଡିଜାଇନର ମନୀଷ
ଇଣ୍ଡିଆନ ମାଇନୋରଟି ଫାଉଣ୍ଡେସନ ପକ୍ଷରୁ 'ଧରୋହର କାଶୀ କି' ବୁନକର ସାମୁଦାୟିକ ଗାଥା ନାମକ ଏକ କାର୍ଯ୍ୟକ୍ରମ 13 ଏବଂ 14 ଏପ୍ରିଲରେ ଆୟୋଜିତ ହୋଇଥିଲା । ଏହି ସମୟରେ ମନୀଷ ମଲହୋତ୍ରାଙ୍କ ଫ୍ୟାଶନ ଶୋ' ଆୟୋଜିତ ହୋଇଥିବା ବେଳେ ଏହାର ବିଷୟବସ୍ତୁ ଥିଲା ବନାରସ ସଂସ୍କୃତିର ପ୍ରତିନିଧିତ୍ୱ କରିବା । ତେବେ ଏହି ସମୟରେ ରଣଭୀର ଏବଂ କ୍ରିତି ଉଭୟ ବାରଣାସୀ ସଂସ୍କୃତିକୁ ପ୍ରତିନିଧିତ୍ୱ କରିଥିବା ନେଇ ଖୁସିବ୍ୟକ୍ତ କରିଛନ୍ତି । ଏଥିସହ ବାରଣାସୀର ବିକାଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ଦେଇ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ମନୀଷ, ରଣଭୀର ଏବଂ କ୍ରିତି କାଶୀ ବିଶ୍ୱନାଥ ମନ୍ଦିରରେ ଭୋଳାବାବାଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ ।