ବାଲୁକାକଳାରେ ରକ୍ଷା ବନ୍ଧନର ଶୁଭେଚ୍ଛା, ରାକ୍ଷୀରେ ଶିବଙ୍କ ଛବି - Raksha Bandhan 2024 - RAKSHA BANDHAN 2024
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/19-08-2024/640-480-22240688-thumbnail-16x9-dee.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 19, 2024, 11:14 AM IST
ପୁରୀ: ଆଜି ପବିତ୍ର ରାକ୍ଷୀ ପୂର୍ଣିମା। ଘରେ ଘରେ ଜମିଛି ପିଠା ପଣାର ଆସର । ଭାଇ ହାତରେ ରାକ୍ଷୀ ଭିଡୁଛି ଭଉଣୀ । ଏହି ରାକ୍ଷୀ ବାନ୍ଦିବା ପରେ ଜୀବନ ସାରା ଉଭଣୀକୁ ରକ୍ଷା କରିବାକୁ ଭାଇ ପ୍ରତିଶୃତି ଦେଇଛି । ଏହି ଅବସରରେ ବାଲୁକା କଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ପବିତ୍ର ରକ୍ଷା ବନ୍ଧନ ସହ ଶ୍ରାବଣ ଶେଷ ସୋମବାରର ଶୁଭେଚ୍ଛା ଦେଇଛନ୍ତି। ବାଲୁକାରେ ତିଆରି ହୋଇଥିବା ରାକ୍ଷୀରେ ଶିବଙ୍କୁ ସ୍ଥାନ ଦେଇଛନ୍ତି ସୁଦର୍ଶନ । ବାଲୁକା ଚିତ୍ରକଳା ଦେଖିବାକୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ହିନ୍ଦୁ ଧର୍ମର ଏହି ମହାନ ପରମ୍ପରାକୁ ସାରା ଭାରତରେ ବେଶ ଉତ୍ସାହର ସହ ପାଳନ କରାଯାଉଛି । ରାକ୍ଷୀ ବାନ୍ଧିବାର ଶୁଭ ସମୟ ହେଉଛି ଅପରାହ୍ନ ୧.୩୦ରୁ ରାତି ୯.୦୭ ପର୍ଯ୍ୟନ୍ତ । ବିଶ୍ୱାସ କରାଯାଏ ଯେ ଶୁଭ ସମୟରେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ଦ୍ୱାରା ତାଙ୍କର ଭାଗ୍ୟ ବଦଳିଥାଏ ଏବଂ ସେ ସମସ୍ତ କାମରେ ବିଜୟର ସଫଳତା ହାସଲ କରେ ।
ଇଟିଭି ଭାରତ, ପୁରୀ