thumbnail

ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ, ଶ୍ରୀକ୍ଷେତ୍ରରୁ ଦେଖନ୍ତୁ LIVE - Suna Besha Of Holy Trinity

By ETV Bharat Odisha Team

Published : Jul 17, 2024, 4:06 PM IST

Updated : Jul 17, 2024, 10:41 PM IST

ପୁରୀ: ଜଗତର ନାଥ, ଶ୍ରୀକ୍ଷେତ୍ରାଧିପତି ଶୃଙ୍ଗାର ପ୍ରିୟ ମହାପ୍ରଭୁଙ୍କ ଆଜି ଦୁର୍ଲ୍ଲଭ ସୁନାବେଶ । ମହଣ ମହଣ ସୁନାରେ ଝଟକୁଛନ୍ତି ଶ୍ରୀଜିଉ  । ଶ୍ରୀକ୍ଷେତ୍ରରେ ରଥ ଉପରେ ବଡତଡାଉ ବା ସୁନାବେଶରେ ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରୀକ୍ଷେତ୍ରାଧିପତିଙ୍କ ଏହି ଦୁର୍ଲ୍ଲଭ ଅପୂର୍ବ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ହେଉଛନ୍ତି ଲକ୍ଷ ଲକ୍ଷ ଭକ୍ତ  । ପ୍ରାୟ ୧୩୮ ପ୍ରକାର ରତ୍ନଖଚିତ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇଛି ମଣିମାଙ୍କ ଦେହରେ । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୂଷଣ ଲାଗି କରିଥାନ୍ତି । ସନ୍ଧ୍ୟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଏହି ଦୁର୍ଲ୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି  । ଏଥିପାଇଁ ଆଜି ଜନସମୁଦ୍ର ପାଲଟିଛି ବାଡଦାଣ୍ଡ । ବାହୁଡା ପରେ ବିଶ୍ବନିୟନ୍ତଙ୍କ ସୁନାବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି । ଶ୍ରୀକ୍ଷେତ୍ରରୁ ଦେଖନ୍ତୁ ଶ୍ରୀଜିଉଙ୍କ ସୁନାବେଶର ସିଧାପ୍ରସାରଣ...
Last Updated : Jul 17, 2024, 10:41 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.