ଭକ୍ତି ରସରେ ବୁଡି ଶରଧାବାଲିରେ ନୃତ୍ୟ; କାଳିଆ ପାଇଁ ମା’ ଦକ୍ଷିଣକାଳୀ ଏବଂ ଦୁର୍ଗାଙ୍କ ବେଶରେ ଭକ୍ତ - Bahuda Jatra 2024

By ETV Bharat Odisha Team

Published : Jul 15, 2024, 12:23 PM IST

thumbnail
Bahuda Jatra 2024 (ETV Bharat Odisha)

Bahuda Jatra 2024: ପୁରୀ: ପାରମ୍ପରିକ ନୃତ୍ୟରେ ଭକ୍ତିଅର୍ଘ୍ୟ ଅର୍ପଣ କରୁଛନ୍ତି ନୃତ୍ୟଶିଳ୍ପୀ । ଭକ୍ତି ରସରେ ବୁଡି ଶରଧାବାଲିରେ ନୃତ୍ୟ କରୁଛନ୍ତି ଭକ୍ତ । ପବିତ୍ର ବାହୁଡା ଯାତ୍ରା ଅବସରରେ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ବାହୁଡିବେ ତିନିଠାକୁର । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି କୋଟି ପୂର୍ଣ୍ଣ ଲଭିବେ ଭକ୍ତ । ଚକାଆଖିକୁ ବେନିନୟନରେ ଦେଖି ପ୍ରାଣ ପୁରିଉଠିବ । ଆରମ୍ଭ ହୋଇଯାଇଛି ପହଣ୍ଡି ନୀତି । ଦାରୁଦିଅଁଙ୍କୁ ରତ୍ନ ସିଂହାସନକୁ ପାଛୋଟି ଆଣିବାକୁ ଲକ୍ଷାଧିକ ଭକ୍ତ ଭିଡ ଜମାଇଲେଣି । ଆଜି ପୁଣି ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ନିଜକୁ ଧନ୍ୟମନେ କରିବ ଭକ୍ତ । ଭାବବିହ୍ୱଳ କଣ୍ଠରେ ଗଗନ ପବନରେ କମ୍ପିଉଠିବ ଜୟ ଜଗନ୍ନାଥ ନାରା । ଅଶ୍ରୁଳ ଆଖିରେ ଚକାଆଖିକୁ ଦେଖି କୁଣ୍ଢେମୋଟ ହୋଇପଡିବ ଭକ୍ତ । ନିଜ ନୃତ୍ୟକଳାରେ ଭଗବାନଙ୍କୁ ଭକ୍ତି ପ୍ରେମର ସମର୍ପଣ ଜଣାଉଛନ୍ତି ଭକ୍ତ  । କିଏ ରାଧାକୃଷ୍ଣ ବେଶ, କିଏ  ଦୁର୍ଗା ବେଶରେ ତ ଆଉ କିଏ ଦକ୍ଷିଣକାଳୀ ବେଶରେ ନୃତ୍ୟ କରୁଛି । କୁହାଯାଏ ଦକ୍ଷିଣ କାଳୀ ପ୍ରଭୁ ଜଗନ୍ନାଥ ଆଉ ଏକ ରୂପ  । ଭଗବାନଙ୍କ ଭକ୍ତିରେ ଆଜି ସମସ୍ତେ ଏକାଠି ।

ଏହାମଧ୍ୟ ପଢନ୍ତୁ.. ବିଶ୍ବନିଅନ୍ତାଙ୍କ ବାହୁଡା ଯାତ୍ରା; ଭୋରୁ ନୀତିକାନ୍ତି ଆରମ୍ଭ, ରଥକୁ ବିଜେ ହେଲା ଆଜ୍ଞାମାଳ - Bahuda Yatra 2024

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.