thumbnail

ପତିତପାବନଙ୍କ ପହଣ୍ଡି ବିଜେ ନୀତି, ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତେ - Lord Jagannath Pahandi Bije niti

By ETV Bharat Odisha Team

Published : Jul 7, 2024, 2:32 PM IST

Jagannath Pahandi Bije niti ପୁରୀ: ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଳଭଦ୍ର ଓ ସୁଭଦ୍ରାଙ୍କ ପରେ ଧାଡି ପହଣ୍ଡିରେ ଝୁଲି ଝୁଲି ଆସିଲା କାଳିଆ ସାଆନ୍ତ । ଜନ୍ମବେଦୀକୁ ଯିବାକୁ ବ୍ୟାକୁଳ ମନ । ସିଂହଦ୍ବାରରୁ ବାହାରି ଭକ୍ତଙ୍କୁ କଣେଇ କଣେଇ ଚାହୁଁଛି ଜଗା । ତାର ଚକା ଆଖି ଦେଖି ଓଦା ହୋଇଛି ଭକ୍ତର ଆଖି । ଖୋଲା ଆକାଶ ତଳେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଏହି ମୁହୁର୍ତ୍ତକୁ ପ୍ରତି ବର୍ଷ ଚାହିଁ ରହିଥାନ୍ତି ବିଶ୍ବବାସୀ । ଜଗା ଆସିବ, ଭକ୍ତଙ୍କୁ ଦେଖିବ, ରଥରେ ବସି ଶ୍ରୀଗୁଣ୍ଡିଚା ଯିବେ । କାଳିଆ ସାଆନ୍ତେଙ୍କ ପହଣ୍ଡି ଦେଖି ବିଭୋର ଇନ୍ଦ୍ର ଦେବତା । ଖୁସିରେ ଦାରୁବ୍ରହ୍ମଙ୍କ ଉପରେ ବର୍ଷା କରିଛନ୍ତି ଇନ୍ଦ୍ର ଦେବତା ।  ଅପୂର୍ବ ମୁହୂର୍ତ୍ତକୁ ଦେଖି ଭାବବିହ୍ବଳ ଲକ୍ଷ ଲକ୍ଷ ଭକ୍ତ । ତିନି ଠାକୁର ଏହି ଝୁଲି ଝୁଲି ଆସୁଥିବାରୁ ଏହାକୁ ପହଣ୍ଡି ବିଜେ ବୋଲି କୁହାଯାଏ ।

ଏହାମଧ୍ୟ ପଢନ୍ତୁ.. ୫୩ ବର୍ଷ ପରେ ମାହାର୍ଘ୍ୟ ମୁହୂର୍ତ୍ତ, ଗୋଟିଏ ତିଥିରେ ୩ ପର୍ବ, ଜାଣନ୍ତୁ କାହିଁକି ବିରଳ ଏଥର ରଥଯାତ୍ରା - Rare Rath yatra in 5 decades

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.