ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ‘ଭାରତୀୟ ନ୍ୟାୟ ସଂହିତା’ - New Criminal Laws to be Impose

By ETV Bharat Odisha Team

Published : Jun 26, 2024, 9:20 PM IST

thumbnail
New Criminal Laws (ETV Bharat Odisha)

New Criminal Laws To Come Into Effect: କଟକ: ଦେଶରେ ଜୁଲାଇ ୧ ତାରିଖରୁ ଲାଗୁ ହେବ ନୂଆ ଆଇନ। ଆଇପିସି, ସିଆରପିସି, ଏଭିଡେନସ ଆକ୍ଟ ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା -୨୦୨୩, ଭାରତୀୟ ସାକ୍ଷ୍ୟ ଅଧୁନିୟମ-୨୦୨୩ ଲାଗୁ ହେଉଛି। ଏହି ନୂଆ ଆଇନ ସମ୍ପର୍କରେ ସଚେତନତା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ରାଜ୍ୟବ୍ୟାପି ନୂତନ ଫୌଜଦାରୀ ଆଇନ ସଚେତନତା ଦିବସ ଜୁନ ୨୯ରେ ପାଳିନ ହେବ। ଏହା ୧୮୩ଟି ବାର ଆସୋସିଏସନରେ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ରାଜ୍ୟ ବାର କାଉନସିଲ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ନିଷ୍ପତି ଗ୍ରହଣ କରାଯାଇ ଓଡ଼ିଶା ହାଇକୋର୍ଟବାର ଆସୋସିଏସନ ସହିତ ମିଳିତ ଭାବେ ଏହି ସଚେତନତା ଦିବସ କାର୍ଯ୍ୟକ୍ରମ ପାଳନ କରାଯିବ ।  

ଏହା ମଧ୍ୟ ପଢ଼ନ୍ତୁ... ଜୁଲାଇ ପହିଲାରୁ ନୂଆ ପୋଲିସ ଆଇନ, ହଟିବ ଦେଢ଼ ଶହ ବର୍ଷ ପୁରୁଣା ବ୍ରିଟିଶ ବ୍ୟବସ୍ଥା - BHARATIYA NYAYA SANHITA

ଏହି ସଚେତନତା ଦିବସରେ ବ୍ରିଟିଶ ଅମଳର ଭାରତୀୟ ପିଙ୍ଗଳ କୋଡ ବଦଳରେ ପ୍ରଣୀତ ଭାରତୀୟ ନ୍ୟାୟ ସଂହିତା-୨୦୨୩, କ୍ରିମିନାଲ ପ୍ରୋସିଡିଓର କୋଡ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା -୨୦୨୩, ଓ ଭାରତୀୟ ସାକ୍ଷ୍ୟବିଧ୍ଵ ଆଇନ ବଦଳରେ ଭାରତୀୟ ସାକ୍ଷ୍ୟ ଅଧୁନିୟମ-୨୦୨୩ ସମ୍ପର୍କରେ ଆଇନଜୀବୀମାନେ ସେମାନଙ୍କର ବାର ଆସୋସିଏସନ ଗୁଡିକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବେ । ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ଅନ୍ୟବିଚାରପତି ଓ ବରିଷ୍ଠ ଆଇନଜୀବୀମାନେ ଯୋଗ ଦେବେ । ନୂତନ ପୀଢିର ଆଇନଜୀବୀମାନଙ୍କ ପାଇଁ ଭବିଷ୍ୟତରେ ଏହି ଆଇନ ସମ୍ପର୍କରେ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ। ଦୀର୍ଘବର୍ଷ ଧରି ପ୍ରଚଳିତଥା ଫୌଜଦାରୀ ଆଇନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଡିସେମ୍ବର ମାସରେ ପ୍ରଣୟନ କରାଯାଇଥିବା ଏହି ତିନୋଟି ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯିବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.