ସଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି, ଦେଖନ୍ତୁ LIVE... - President Murmu address

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 25, 2024, 7:13 PM IST

Updated : Jan 25, 2024, 7:24 PM IST

ନୂଆଦିଲ୍ଲୀ: ଆସନ୍ତାକାଲି 75 ତମ ସଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରୂପେ ଭାରତ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରିତ କରାଯାଇଛି । ପ୍ରଥମେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ସମୟ ଅଭାବ ହେତୁ ଆସିପାରିବେ ନାହିଁ ବୋଲି ମନା କରିବାରୁ ମାକ୍ରନଙ୍କୁ ଆମନ୍ତ୍ରିତ କରାଯାଇଛି । ଗତ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସ ଯାଇ ବାଷ୍ଟିଲ ଡେ’ (ଫ୍ରାନ୍ସର ଜାତୀୟ ଦିବସ) ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ କହିରଖୁଛୁ କି, ଭାରତର ସାଧାରଣତନ୍ତ୍ର ଦିବସ ପରଡେରେ ମୁଖ୍ୟ ଅତିଥି ହେବାରେ ଇମାନୁଏଲ ମାକ୍ରନ ହେଉଛନ୍ତି ଷଷ୍ଠ ଫ୍ରାନ୍ସ ନେତା । ୧୯୭୬ ଏବଂ ୧୯୯୮ ମସିହାରେ ତତ୍କାଳୀନ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜାକ୍ୟୁସ ଚିରାକ ସାଧାରଣନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଥିଲେ ।

Last Updated : Jan 25, 2024, 7:24 PM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.