thumbnail

କେନ୍ଦୁଝରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି

By ETV Bharat Odisha Team

Published : 6 hours ago

କେନ୍ଦୁଝର: ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି।  ଏନେଇ ଆଜି ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ଉପଖଣ୍ଡର 3 ଟି ବ୍ଲକ ଯଥା ହାଟଡିହି, ଘଷିପୁରା ଓ ଆନନ୍ଦପୁର ବ୍ଲକ ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଆନନ୍ଦପୁର ଉପଜିଲ୍ଲାପାଳ, 3ଟି ବ୍ଲକର ବିଡିଓ ଏବଂ ତହସିଲଦାରମାନଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିପଦସଙ୍କୁଳ ଓ କଚା ଘରରୁ ଲୋକ ଓ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଗୁରୁତ୍ୱାରୋପ କରାଯାଇଛି । ବାତ୍ୟା ପରବର୍ତ୍ତୀ ବିଦ୍ୟୁତ ସରବରାହ ପୁନଃ ସଂଯୋଗୀକରଣ, ରାସନ ଓ ରନ୍ଧା ଖାଦ୍ୟ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଉପରେ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ଏହା ବି ପଢନ୍ତୁ...ବାତ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର


ସେହିପରି ବାତ୍ୟା ଓ ଏହାର ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ପରିଚାଳନା ସବୁଠାରୁ ବଡ଼ ଚାଲେଞ୍ଜ ଭାବେ ଉଭା ହେଉଥିବାରୁ କିଭଳି ଔଷଧ ଓ ତୁରନ୍ତ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇପାରିବ ସେଥିପାଇଁ ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପ୍ରତି ବ୍ଲକ ଓ ପଞ୍ଚାୟତସ୍ତରରେ ଜରୁରୀକାଳୀନ କଣ୍ଟ୍ରୋଲ ରୁମ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସରକାରୀ କର୍ମଚାରୀଙ୍କୁ ଅତି ଜରୁରୀ ଆବଶ୍ୟକତା ନପଡ଼ିଲେ ଛୁଟି ନନେବା ଓ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.