ଗାଁକୁ ନାହିଁ ପକ୍କା ରାସ୍ତା; ଖଟିଆ ପାଲଟିଲା ଆମ୍ବୁଲାନ୍ସ, 5 କିମି ଭାରରେ ବୁହାହେଲେ ଗର୍ଭବତୀ - Pregnant Woman Carried On Cot

By ETV Bharat Odisha Team

Published : Aug 6, 2024, 9:47 PM IST

thumbnail
Pregnant Woman Carried On Cot (ETV Bharat Odisha)

Pregnant Woman Carried On Cot: ଭବାନୀପାଟଣା: ସ୍ୱାସ୍ଥ୍ୟ ବ୍ୟବସ୍ତାର ନଗ୍ନ ଚିତ୍ର । ପୁଣି ଭରାରେ ବୁହା ହେଲେ ଗର୍ଭବତୀ । ଗ୍ରାମାଞ୍ଚର ବିକାଶ ପାଇଁ ସରକାର ରାସ୍ତା ନିର୍ମାଣ ଓ ପୋଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଯୋଜନା ଆଜି ବି ଅପହଞ୍ଚ ଇଲାକାବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି । ପକ୍କା ରାସ୍ତା ଟିକକ ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ ଫଳରେ ଖଟିଆ ପାଲଟୁଛି ଆମ୍ବୁଲାନ୍ସ । ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଡ୍ରୀ ପଞ୍ଚାୟତର କୋକେଲ ପଦର ଗାଁରେ । ଗାଁକୁ ରାସ୍ତା ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗାଁର ଅର୍ଜୁନ ମାଝୀଙ୍କ ପତ୍ନୀ ଲକ୍ଷ୍ମୀ ମାଝୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ନ ଆସିପାରି ଗାଁ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ବଡ଼ବାଫଲା ଗାଁରେ ଅଟକି ରହିଥିଲା । ଫଳରେ ବାଧ୍ୟ ହୋଇ ଗାଁର କିଛି ଯୁବକ ଓ ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ  ୫ କିଲୋମିଟର ଖଟିଆରେ ବୋହି ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ । ପରେ ଲକ୍ଷ୍ମୀଙ୍କୁ ଅଡ୍ରୀ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ଜଣାପଡିଛି । ବର୍ତ୍ତମାନ ମାଆ ଓ ଛୁଆ ଦୁହେଁ ସୁସ୍ଥଥିବା ଡାକ୍ତର ସୂଚନା ଦେଇଥିବା ବେଳେ କେବେ ଏହି ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ହେବ ତାକୁ ହିଁ ଅପେକ୍ଷା ।
 

ଏହା ମଧ୍ୟ ପଢ଼ନ୍ତୁ....ବିକାଶକୁ ଉପହାସ: ଗାଁକୁ ନାହିଁ ପକ୍କା ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ ଓ ରୋଗୀ - PREGNANT LADY CARRIED ON COT


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.