3 ମାସ ପରେ ମନ କି ବାତ୍ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ମନର କଥା କହୁଛନ୍ତି ମୋଦି - Mann Ki Baat

By ETV Bharat Odisha Team

Published : Jun 30, 2024, 11:04 AM IST

Updated : Jun 30, 2024, 11:31 AM IST

thumbnail

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ । 3 ମାସ ବନ୍ଦ ରହିବା ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀଙ୍କ ମାସିକ ରୋଡିଓ କାର୍ଯ୍ୟକ୍ରମ । 111 ତମ ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହୁଛନ୍ତି ମୋଦି । ଦେଶରେ ସାଧାରଣ ନିର୍ବାଚନ ଲାଗି 3 ମାସ ଧରି ବନ୍ଦ ରହିଥିଲା ଏହି କାର୍ଯ୍ୟକ୍ରମ । ଶେଷ ଥର ପାଇଁ ଫେବୃଆରୀ 25 ତାରିଖରେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ମୋଦି । ଦିନ 11ଟା ସମୟରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ବିଭିନ୍ନ ପ୍ରସଙ୍ଗ ଉପରେ ଦେଶବାସୀଙ୍କୁ ମନର କଥା କହୁଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ବିଦେଶରେ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ବହୁ ଲୋକପ୍ରିୟତା ରହିଛି । ପ୍ରତି ମାସର ଶେଷ ରବିବାରରେ ଏହି କାର୍ଯ୍ୟକ୍ରମ ହୋଇଥାଏ । ଏହାର 23 କୋଟି ରେଗୁଲାର ଶ୍ରୋତା ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । 

Last Updated : Jun 30, 2024, 11:31 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.