ରାମୋଜୀ ରାଓଙ୍କ ପରଲୋକ, ଜଗତସିଂହପୁରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ - Tribute To Ramoji Rao

By ETV Bharat Odisha Team

Published : Jun 8, 2024, 10:55 PM IST

thumbnail
ପଦ୍ମବିଭୂଷଣ ରମୋଜୀ ରାଓ (ETV Bharat Odisha)

Tribute Paid To Ramoji Rao:ଜଗତସିଂହପୁର: ରାମୋଜୀ ଫିଲ୍ମସିଟିର ପ୍ରତିଷ୍ଠାତା ତଥା ଭାରତ ବର୍ଷରେ ଆଞ୍ଚଳିକ ବୈଦ୍ୟୁତିକ ଗଣମାଧ୍ୟମରେ ବିପ୍ଳବ ଆଣିଥିବା ମିଡିଆ ଜଗତର ବାଦଶାହା ପଦ୍ମବିଭୂଷଣ ରମୋଜୀ ରାଓଙ୍କ ବିୟୋଗରେ ଜଗତସିଂହପୁରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ଏହି ଅବସରରେ ଇଟିଭି ନେଟୱର୍କରେ କାର୍ଯ୍ୟ କରିଥିବା ପୂର୍ବତନ କର୍ମଚାରୀ ପିନାକୀ ମହାନ୍ତି କହିଛନ୍ତି ଯେ, ସେ 2014ରେ ଇଟିଭି ଓଡ଼ିଆରେ ପ୍ରସାରିତ ଅନ୍ନଦାତା କାର୍ଯ୍ୟକ୍ରମରେ ପ୍ରଥମେ କାର୍ଯ୍ୟ ଆରମ୍ଭ କରଥିଲେ । ପରେ ସେ ଇଟିଭି ଓଡ଼ିଆର ଜଗତସିଂହପୁର ପ୍ରତିନିଧି ଭାବରେ ଯୋଗ ଦେଇଥିଲେ । ସେ ସମୟରେ ବହୁବାର ତାଙ୍କୁ ହାଇଦ୍ରାବାଦରେ ରମୋଜୀ ରାଓଙ୍କ ସହିତ ସାକ୍ଷାତ ହେବାର ସୁଯୋଗ ମିଳିଥିଲା । ଭାରତ ବର୍ଷରେ ସେଭଳି ଜଣେ ବ୍ୟକ୍ତିତ୍ୱ ବିରଳ । ସେ ଅଗାଧ ଜ୍ଞାନର ଅଧିକାରୀ ଥିଲେ । ଜଣେ ଅଣଓଡିଆ ହୋଇଥିଲେ ମଧ୍ୟ ଓଡ଼ିଆ ସଂସ୍କୃତି ପରମ୍ପରାକୁ ସେ ଅଧିକ ଗୁରୁତ୍ୱ ଦେଉଥିଲେ । ତାଙ୍କ ପାଖରେ କେହି ଉଚ୍ଚନିଚ୍ଚ ନଥିଲେ । ସାଧାରଣ ରିପୋର୍ଟଙ୍କ ସହିତ ମଧ୍ୟ ସେ ହୃଦୟ ଖୋଲା କଥା ହେଉଥିଲେ । ତାଙ୍କ ବିୟୋଗ ସମଗ୍ର ଦେଶରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ପରଲୋକରେ ରାମୋଜୀ ରାଓ, ଇଟିଭି ଭାରତ ଓଡ଼ିଶା ବ୍ୟୁରୋ ଅଫିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ସେହିପରି ଜଗତସିଂହପୁର ସାମ୍ବାଦିକ ସଂଘ ଓ ପାରାଦ୍ୱୀପ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ରାଜ୍ୟ କଂଗ୍ରେସ କମିଟିର ସମ୍ପାଦକ ବିପ୍ଳବ ଚୌଧୁରୀ ନିଜ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ରମୋଜୀ ରାଓ ଜଣେ ବ୍ୟକ୍ତି ନଥିଲେ ସେ ଜଣେ ଅନୁଷ୍ଠାନ ଥିଲେ । ନିରପେକ୍ଷ ସମ୍ବାଦ ପରିବେଷଣରେ ସେ ଗୁରୁତ୍ୱ ଦେଇ ଆସୁଥିଲେ । ଭାରତ ବର୍ଷରେ ସାମ୍ବାଦିକତା କ୍ଷେତ୍ର ହେଉ ଅବା ସାମାଜିକ ବିପ୍ଳବ, ସାଂସ୍କୃତିକ ଜାଗରଣ ହେଉ ସବୁ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ବିୟୋଗ ଭାରତବାସୀଙ୍କ ପାଇଁ ଅପୁରଣୀୟ କ୍ଷତି ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲାପରିଷଦ ସଭାପତି ମନୋଜ କୁମାର ଭୋଇ କହିଛନ୍ତି ଯେ, ରମୋଜୀ ରାଓଙ୍କ ଅବଦାନ ଅତୁଳନୀୟ । ଭାରତ ବର୍ଷରେ ଗଣମାଧ୍ୟମ କ୍ଷେତ୍ରରେ ଯେଉଁ ବିପ୍ଳବ ଆଣିଥିଲେ ସମଗ୍ର ଭାରତବର୍ଷ ତାଙ୍କ ପାଖରେ ଋଣି । ତାଙ୍କ ବିୟୋଗ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ଯାହା ଅପୁରଣୀୟ ।
 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.