ଶେଷ ରଜରେ ପିଲାଙ୍କୁ ଆକର୍ଷିତ କରୁଛି ମୁଭିଂ ଡାଇନୋସର - motion dinosaur in bhubaneswar - MOTION DINOSAUR IN BHUBANESWAR
🎬 Watch Now: Feature Video
Published : Jun 16, 2024, 6:28 PM IST
RAJA FESTIVAL 2024: ଭୁବନେଶ୍ବର: ଓଡ଼ିଆ କଳା, ସଂସ୍କୃତି, ଐତିହ୍ୟକୁ ନେଇ ବର୍ଷକୁ ଥରେ ଆସେ ରଜ । ଆଉ ଏହି ରଜ ତିନିଦିନ ଧରି ପାଳିତ ହେଉଥିବା ବେଳେ ଆଜି ହେଉଛି ଶେଷ ରଜ ବା ଭୂମି ଦହନ । ଏହି ତିନିଦିନ ଧରି ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ରଜ ମହୋତ୍ସବର ପାଳିତ ହେଉଛି । ରଜ ପିଠା ଓ ପାନ ଖାଇ ଦୋଳି ଖେଳି ଏଠାରେ ସମସ୍ତେ ମଉଜ କରୁଥିବା ବେଳେ ମୁଭିଂ (ସେନ୍ସର) ଡାଇନୋସରକୁ ନେଇ ରହିଛି ବିଶେଷ ଆକର୍ଷଣ । ଦୋଳି ଖେଳ ସହ ଏହି ଡାଇନୋସରକୁ ଦେଖି କୁନି କୁନି ପିଲାମାନେ ବେଶ ଖୁସି ହେବା ସହ ନିଆରା ଅନୁଭୂତି ନେଇ ଯାଉଛନ୍ତି । ଡାଇନୋସରଟି ଏତେ ଜୀବନ୍ତ ଲାଗୁଛି ଯେ ଏହାର ଶବ୍ଦ ସମସ୍ତଙ୍କୁ କିଛି କ୍ଷଣ ପାଇଁ ଡରାଇ ଦେଉଛି । ସେହିପରି କିଛି ପିଲା ଏତେ ବଡ଼ ଡାଇନୋସରକୁ ଦେଖି ଡର ଲାଗୁଛି ବୋଲି କହୁଥିବା ବେଳେ ରାଜ୍ୟ ସଂଗ୍ରହାଳୟର ଏହି ନିଆରା ବ୍ୟବସ୍ଥାକୁ ନେଇ ରାଜଧାନୀବାସୀ ବି ଖୁସି ବ୍ୟକ୍ତ କରିଛନ୍ତି । ପହିଲି ରଜରେ ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ....ପିପିଲିରେ ରଜ ପର୍ବ ୨୦୨୪ ପାଳିତ, ଯୋଗଦେଲେ ପୁରୀ ସାଂସଦ - RAJA FESTIVAL 2024
ଇଟିଭି ଭାରତ, ଭୁବନେଶ୍ବର