ପଥ ଉତ୍ସବରେ ଦୁଲୁକିଲା କାମାକ୍ଷାନଗର - Kamakhyanagar Mahotsav
🎬 Watch Now: Feature Video
Published : Jan 23, 2024, 11:01 PM IST
Patha Utsav in Kamakhyanagar : ଢେଙ୍କାନାଳ : ରାହାଗିରିରେ ଦୁଲୁକିଲା କାମାକ୍ଷାନଗର । ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର ଓ କଳାକାର । କ୍ରିଡାମହୋତ୍ସବ ଓ କାମାକ୍ଷାନଗର ମହତ୍ସବର ଆଜି ତୃତିୟ ଦିନ, ଏହି ଅବସରରେ ପଥୋତ୍ସବ ଆୟୋଜନ କରାଯାଇଛି ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ପଥଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ବଜାର ଠାରୁ ହନୁମାନ ବଜାର ରାସ୍ତା ଉପରେ ଏହି ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହା ସକାଳ ୭.୩୦ରୁ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସାଧାରଣତଃ ପଥୋତ୍ସବ ରବିବାର ପାଳନ କରାଯାଏ । କିନ୍ତୁ ଆଜି ବିର ସୁରେନ୍ଦ୍ର ସାଏ ଓ ନେତାଜି ଜୟନ୍ତି ଥିବାରୁ ଉପଖଣ୍ଡ ପ୍ରଶାସନ ତରଫରୁ ଏହି ପଥୋତ୍ସବ ଆୟୋଜନ କରାଯାଇଛି । ଏଥିରେ କାମାକ୍ଷାନଗର ଉପଖଣ୍ଡରୁ ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟର, ବିଭିନ୍ନ ବର୍ଗର କଳାକାର ଉପସ୍ଥିତ ରହି ନିଜନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ବ୍ୟସ୍ତ ବହୁଳ ସମୟ ଭିତରୁ କିଛିଟା ସମୟ ବାହାରକରି ମନକୁ ହାଲକା କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଏନଏସି ନିର୍ବାହୀ ଅଧିକାରୀଙ୍କ ସଭାପତିତ୍ୱରେ ହନୁମାନ ବଜାର ଠାରେ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କର ଉତ୍ସାହ ଓ ଆଗ୍ରହକୁ ଭୂୟସୀ ପ୍ରଶଂସା କରିବା ସହ ପ୍ରତିଭା ବିକାଶ ପାଇଁ ଏହିଭଳି ମହୋତ୍ସବ ଏକ ପ୍ରକୃତ ମଞ୍ଚ ବୋଲି ଅତିଥି ମାନେ କହିବା ସହ ଆଗାମୀ ଦିନରେ କାମାକ୍ଷାନଗରର ବିଭିନ୍ନ ଅଂଚଳରେ ଏଭଳି ଉତ୍ସବ ଆୟୋଜନ କରାଇବା ପାଇଁ କହିଥିଲେ । ଏଠାରେ ଅତିଥି ଭାବରେ କାମାକ୍ଷାନଗର ଏସଡିପିଓ, ଏନଏସି ଅଧ୍ୟକ୍ଷ, ବିଡ଼ିଓ, ବ୍ଲକ ଅଧ୍ୟକ୍ଷ ,ଡେପୁଟି କଲେକ୍ଟର,ସହକାରୀ ଜିଲ୍ଲାପାଳ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସେପଟେ ବହୁସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ଇଟିଭି ଭାରତ, ଢେଙ୍କାନାଳ