ସଂସଦ ଅଧିବେଶନ: ଧନ୍ୟବାଦ ପ୍ରସ୍ତାବର ଜବାବ ରଖୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ LIVE - PM MODI SPEECH IN PARLIAMENT

By ETV Bharat Odisha Team

Published : Jul 2, 2024, 4:16 PM IST

Updated : Jul 2, 2024, 6:41 PM IST

thumbnail

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ଅଧିବେଶନର ଆଜି ସପ୍ତମ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହ ଜଡିତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଜବାବ ଦେବେ । ଗତକାଲି ଷଷ୍ଠ ଦିନରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟଙ୍କୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା । ରାହୁଲ ନିଟ୍ ପ୍ରଶ୍ନପତ୍ର ଲିକ୍, ମଣିପୁର, ଅଗ୍ନିବୀର ଯୋଜନା ଇତ୍ୟାଦି ପ୍ରସଙ୍ଗ ଉଠାଇ ଗୃହରେ ମୋଦି ସରକାରକୁ ସିଧାସଳଖ ଟାର୍ଗେଟ କରିଥିଲେ । ହାତରେ ମହାଦେବ, ଗୁରୁ ନାନକଙ୍କ ଫଟୋ ଧରି ଯେଉଁମାନେ ହିଂସ୍ର ଆଚରଣ କରୁଛନ୍ତି, ସେମାନେ ହିନ୍ଦୁ ନୁହଁନ୍ତି ବୋଲି କହି ବିଜେପିକୁ ଟାର୍ଗେଟ କରିଥିଲେ । ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତୀବ୍ର ବିରୋଧ କରିଥିଲେ  । କାଲିର ହଟ୍ଟଗୋଳ ପରେ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଜବାବ ରଖୁଛନ୍ତି, ଦେଖନ୍ତୁ ସଂସଦରୁ ଲାଇଭ

Last Updated : Jul 2, 2024, 6:41 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.