ଆରମ୍ଭ ହେଲା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଝଲସୁଛି ମହିଳାଙ୍କ ହାତତିଆରି ସାମଗ୍ରୀ - PALLISHREE MELA IN BALASORE

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 14, 2025, 5:53 PM IST

PALLISHREE MELA: ବାଲେଶ୍ବର: ପାରମ୍ପରିକ ନାଚ,ଗୀତରେ ଦୁଲୁକିଲା ବାଲେଶ୍ବର । ଆରମ୍ଭ ହେଲା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା 'କୋଶମ୍ୱ -୨୦୨୫' । ଗତକାଲି (ସୋମବାର) ସନ୍ଧ୍ୟାରେ ପୋଲିସ ଲାଇନ୍‌ ରିଜର୍ଭ ପଡ଼ିଆରେ ବାଲେଶ୍ବର ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ ମେଳା ‘କୋଶମ୍ୱ -୨୦୨୫’ ଉଦଘାଟିତ ହୋଇଛି । ଏହାକୁ ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ମେଳାରେ ଦେଶର ୧୦ଟି ରାଜ୍ୟ ଭାଗ ନେଇଥିବା ବେଳେ ଓଡ଼ିଶାର ୩୦ଟି ଜିଲ୍ଲା ନିଜର ବିବିଧ ସଂସ୍କୃତିର ପ୍ରଦର୍ଶନ କରିଛନ୍ତି । ଏହା ଆସନ୍ତା 19 ତାରିଖ ଯାଏଁ ଚାଲିବ ।

ଏହି ଅବସରରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ କହିଛନ୍ତି,"ଭଲ ଆୟୋଜନ ହୋଇଛି । ବିଗତ ଦିନମାନଙ୍କରେ ଲୋକମାନେ ବୁଲିବା ବେଳେ ଧୂଳି ଉଡ଼ିଥାଏ । ଏଥର କିନ୍ତୁ ମ୍ୟାଟ୍ ପକାଯାଇଛି । ନିଶ୍ଚିତ ପ୍ରଶାସନକୁ ଧନ୍ୟବାଦ ଦେବି । ଲୋକମାନେ ଏହି ମେଳାରେ ମଜା ନେବା ସହ ଜିନିଷ କିଣିବେ । ଏହି ମେଳାରେ ଯେଉଁମାନେ ଅନ୍ୟ ସ୍ଥାନରୁ ଆସି ସାମିଲ ହୋଇଛନ୍ତି । ସେମାନଙ୍କୁ ଆମେ ସ୍ୱାଗତ କରୁଛୁ ।"

ଅନ୍ୟପଟେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ କହିଛନ୍ତି," ମେଳାକୁ 305ଟି ଷ୍ଟଲ ଆସିଛି । ଓଡ଼ିଶାର ସବୁ ଜିଲ୍ଲା ସମେତ 10ଟି ରାଜ୍ୟରୁ ବ୍ୟବସାୟୀମାନେ ଆସିଛନ୍ତି ।ଏଥର ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ ପରିବେଶ କରାଯାଇଛି । ବହୁତ ମହିଳାମାନଙ୍କର ଷ୍ଟଲ ଲାଗିଛି । " ତେବେ ସବୁଠୁ ବଡ଼କଥା ହେଲା ଏହି ମେଳାରେ ମହିଳାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ହାତ ତିଆରି ସାମଗ୍ରୀ ମିଳୁଛି । ହସ୍ତକଳା ବିଭାଗ ପକ୍ଷରୁ ମେଳାରେ 35ଟି ଷ୍ଟଲ ଖୋଲାଯାଇଛି । ଯେଉଁଥିରେ ବିଭିନ୍ନ ହସ୍ତଶିଳ୍ପ କାରିଗରମାନେ ଯୋଗଦେଇଛନ୍ତି। ଟେରାକୋଟା, ଚାନ୍ଦୁଆ, ଝୋଟ, ସବାଇ ଘାସ, କେନ, ବାଉଁଶ, ଲାଖ ହସ୍ତଶିଳ୍ପ, ପଥର, କନା କଣ୍ଢେଇ ଭଳି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ମେଳାରେ ଶୋଭା ପାଇଛି।

ଏହା ମଧ୍ୟ ପଢନ୍ତୁ...ଆଜିଠୁ କଳାହାଣ୍ଡି ଉତ୍ସବ ଘୁମୁରା 2025, 4 ଦିନ ଧରି ନୃତ୍ୟ ଗୀତରେ ଦୁଲୁକିବ ମଞ୍ଚ - KALAHANDI UTSAV GHUMURA 2025 

ଏହା ମଧ୍ୟ ପଢନ୍ତୁ...ହୀରାକୁଦ@69, ଚର୍ଚ୍ଚାରେ ଜୟ ନାରାୟଣଙ୍କ ଡ୍ୟାମ ଲାଭ ବୟାନ - HIRAKUD DAM FOUNDATION DAY

ଏହା ମଧ୍ୟ ପଢନ୍ତୁ...ଉଦୟଗିରିରେ ଚାଲିଛି ଗୁରୁ ପଦ୍ମସମ୍ଭବ ସମ୍ମିଳନୀ, ବିଶ୍ବର ଶାନ୍ତି ପାଇଁ ପ୍ରାର୍ଥନା - PADMASAMBHAVA BUDDHA SAMMILANI

 ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.