କଳାହାଣ୍ଡିରେ ଆରମ୍ଭ ହେଲା ଧାନ ମଣ୍ଡି - PADDY PROCUREMENT
🎬 Watch Now: Feature Video
Published : Nov 29, 2024, 10:53 PM IST
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲେ ଧାନ କିଣା ପ୍ରକ୍ରିୟା । ଜୁନାଗଡ଼ RMC ଅନ୍ତର୍ଗତ ଘୋଟିଆ ଧାନ ମଣ୍ଡିରେ ଉପଜିଲ୍ଲାପାଳଙ୍କ ଦ୍ୱାରା ପୂଜାର୍ଚନା ପରେ ଆରମ୍ଭ ହୋଇଛି ଧାନ କିଣା । ଆଜି କେବଳ ଜଣେ ଚାଷୀଙ୍କ ଠାରୁ ୫୦ କ୍ଵିଣ୍ଟାଲ ଧାନ କିଣାଯାଇଛି । ଚଳିତ ବର୍ଷ ସରକାର ଧାନର MSP ୨୩୦୦ ଟଙ୍କା ଏବଂ ଇନପୁଟ ସବସିଡି ୮୦୦ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ଧାନ ବିକିଥିବା ଚାଷୀ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ବିନା କଟନୀଛଟନୀରେ ୩୧୦୦ ଟଙ୍କା ପାଇବା ଆଶା ରଖିଛନ୍ତି । ତେବେ ଡିଜିଟାଲ ଆର୍ଦ୍ରତା ମାପ ଯନ୍ତ୍ରକୁ ନେଇ ଚାଷୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
କଳାହାଣ୍ଡି ଜିଲ୍ଲାର ୧ ଲକ୍ଷ ୧୪ ହଜାର ୭୮୫ ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଛନ୍ତି । ସେଥିପାଇଁ ଜିଲ୍ଲାରେ ୨୨୩ଟି ଧାନ ମଣ୍ଡି ଖୋଲିବ । ମିଲରେ ଧାନ ରଖୁଥିବା ଖର୍ଚ୍ଚ କ୍ଵଇଣ୍ଟାଲ ପିଛା ପିଛା ୭ ଟଙ୍କା ଏବଂ ଅନ୍ୟପକ୍ଷରେ ୨୦୧୩-୧୪ ମସିହାର ଖର୍ଚ୍ଚ ଫେରସ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାରୁ ମିଲର୍ସ କଷ୍ଟମ ମିଲିଂ ପାଇଁ ରାଜି ହେଉ ନାହାନ୍ତି । ସେମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି । ତାକୁ ନେଇ ଆଗକୁ ମଣ୍ଡି କିପରି ସୁରୁଖୁରୁରେ ଚଳିବ ସେନେଇ ଚିନ୍ତାରେ ଚାଷୀ ।
ଏହା ମଧ୍ୟ ପଢ଼ନ୍ତୁ...ଡିସେମ୍ବର 27ରୁ ଅନୁଗୋଳରେ ଆରମ୍ଭ ହେବ ଧାନ ସଂଗ୍ରହ, ଏଥର ୯୫ଟି ମଣ୍ଡି ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ, ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗ |
ଏନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା କହିଛନ୍ତି, "ଆଜି କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଧାନ ମଣ୍ଡି ଉଦଘାଟନ ହେଲା । ଚଳିତ ବର୍ଷ ଜିଲ୍ଲାରେ ୨୨୩ଟି ଧାନ ମଣ୍ଡି ଖୋଲିଛି ଏବଂ ଧର୍ମଗଡ଼ ଉପଖଣ୍ଡରେ ୧୩୫ଟି ଧାନ ମଣ୍ଡି ଖୋଲିବ । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଧାନ ପରୀକ୍ଷା ପାଇଁ ସ୍ୱତନ୍ତ୍ର ମେସିନର ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ଧାନ ମଧ୍ୟ ଏହି ମେସିନ ମାଧ୍ୟମରେ ସଫା ହୋଇ ପାରିବ ।"
ଇଟିଭି ଭାରତ, କଳାହାଣ୍ଡି