ହାଇଦ୍ରାବାଦ: ଆମେରିକା ଲସ୍ ଭେଗାସରେ ଆୟୋଜିତ ହେଉଛି 5 ଦିନିଆ ବିଶ୍ବର ସର୍ବବୃହତ ଟେକ୍ ଶୋ କନଜ୍ୟୁମର ଇଲେକ୍ଟ୍ରୋନିକ ଶୋ (CES) 2025 । ଏହି ଇଭେଣ୍ଟର ଶୁଭାରମ୍ଭ 7 ଜାନୁଆରୀ 2025ରେ ଆରମ୍ଭ ହୋଇଥିବା ବେଳେ ଆଜି (ଜାନୁଆରୀ 11) ହେଉଛି ଶେଷ ଦିନ । ଏହା ଏକ ବାର୍ଷିକ ଟେକ୍ ଇଭେଣ୍ଟ ଯେଉଁଥିରେ ସାରା ବିଶ୍ବର ଟେକ୍ କମ୍ପାନୀ ନିଜ ନିଜର ଲାଟେଷ୍ଟ ଓ ଇନୋଭେଟିଭ୍ ପ୍ରଡକ୍ଟକୁ ପ୍ରଦର୍ଶିତ କରନ୍ତି । ଏହି ଇଭେଣ୍ଟରେ ଅନେକ ଲାପଟପ୍ ପ୍ରଦର୍ଶିତ ହୋଇଛି । ସେଥିମଧ୍ୟରୁ ଶ୍ରେଷ୍ଠ-5 ଅତ୍ୟାଧୁନିକ ଲାପଟପ୍ ସମ୍ପର୍କରେ ଜାଣିବା ।
ଚଳିତ ବର୍ଷ CES 2025ରେ କୃତ୍ରିମ ବୁଦ୍ଧିମତା (AI), 5ଜି କନେକ୍ଟିଭିଟି, ଇଣ୍ଟରନେଟ୍ ଅଫ ଥିଙ୍ଗସ (IoT), ରୋବୋଟିକ୍ସ, ସେଲ୍ଫ-ଡ୍ରାଇଭିଂ କାର୍ ଓ ପରିଧାନଯୋଗ୍ୟ କ୍ଷେତ୍ରରେ ଅନେକ ଆଶ୍ଚର୍ଯ୍ୟ କରୁଥିବା ପ୍ରଡକ୍ଟ ପ୍ରଦର୍ଶିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ Samsung, LG, Nvidia, AMD, Qualcomm, Sony, Hisense, Lenovo, TCL ଓ Meta ଭଳି କମ୍ପାନୀ ଅଂଶଗ୍ରହଣ କରିଛନ୍ତି ।
ଏଠାରେ ଆମେ ଆପଣଙ୍କୁ କିଛି ଇନୋଭେଟିଭ୍ ଲାପଟପ୍ ସମ୍ପର୍କରେ କହିବାକୁ ଯାଉଛୁ, ଯାହାକୁ ଏହି ଇଭେଣ୍ଟରେ ପ୍ରଦର୍ଶିତ କରାଯାଇଛି । ଏହି ତାଲିକାରେ Asus, Lenovo, HP ଭଳି କମ୍ପାନୀର ଲାପଟପ୍ ସାମିଲ । ଇଭେଣ୍ଟରେ intel ନୂତନ Core Ultra CPUsର ଏକ ସିରିଜ ଉପସ୍ଥାପନ କରିଥିବା ବେଳେ Nvidia ଏହାର ପରବର୍ତ୍ତୀ ପିଢିର RTX 50 ଡେସ୍କଟପ୍ ଏବଂ ଲାପଟପ୍ ଜିପିୟୁ ଉପସ୍ଥାପନ କରିଛି । ଇଭେଣ୍ଟରେ ପ୍ରଦର୍ଶିତ ହୋଇଥିବା କିଛି ଅତ୍ୟାଧୁନିକ ଲାପଟପ୍ ସମ୍ପର୍କରେ ନିମ୍ନରେ ଜାଣିବା ।
1. Asus ZenBook A14
ଏସୁସ ନିଜର ଏହି ନୂଆ ଲାପଟପ୍କୁ ସିଇଏସ 2025 ଇଭେଣ୍ଟରେ ପ୍ରଦର୍ଶିତ କରିଛି । ଏହି ଲାପଟପ୍ର ନାଁ Asus ZenBook A14 ରଖାଯାଇଛି । କମ୍ପାନୀ ଦାବି କରିଛି ଯେ ଏହି ଲାପଟପ୍ Copilot Plus ସହ ଆସିଥିବା ଦୁନିଆର ସବୁଠୁ ହାଲକା ଲାପଟପ୍ । ଏହି ଲାପଟପ୍ର ଓଜନ 2.16 ପାଉଣ୍ଡ ରହିଛି । ଏସୁସର ZenBook A14 ଆପଲ୍ର MacBook Airଠାରୁ ଅଧା ପାଉଣ୍ଡ ହାଲୁକା । କିନ୍ତୁ ଆପଲ୍ର ଏହି ମ୍ୟାକବୁକ୍ଠାରୁ ଏହାର ଡିସପ୍ଲେ ବଡ଼ ରହିଛି । ଏହାର ଚେସିସ୍ Ceraluminumରେ ତିଆରି, ଯାହାକି ଆଲୁମିନିୟମ ଓ ସେରାମିକ୍ର ମିଶ୍ରଣ । ଏଥିଯୋଗୁଁ ଲାପଟପ୍ଟି ବେଶ ହାଲୁକା ସହ ମଜଭୁତ ମଧ୍ୟ । କମ୍ପାନୀର ଦାବି ଅନୁସାରେ ଏହି ଲାପଟପ୍ ଥରେ ଚାର୍ଜ ହେଲେ 32 ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍ ଦେଇପାରେ ।
- ଡିସପ୍ଲେ: ଏଥିରେ 14 ଇଞ୍ଚର Lumina OLED ଡିସପ୍ଲେ ଦିଆଯାଇଛି ।
- CPU: ପ୍ରୋସେସର ଲାଗି Snapdragon X Plusର ବ୍ୟବହାର କରାଯାଇଛି ।
- GPU: ଗ୍ରାଫିକ୍ସ ଲାଗି ଏଥିରେ Qualcomm Adreno GPU ଦିଆଯାଇଛି ।
- RAM: ଏହି ଲାପଟପ୍ 32GB ପର୍ଯ୍ୟନ୍ତ ରାମ୍ ସପୋର୍ଟ ପ୍ରଦାନ କରିଥାଏ ।
2. Lenovo ThinkBook Plus Gen 6 Rollable
CES 2025ରେ ଲେନେଭୋ ଏହି ଲାପଟପ୍କୁ ନେଇ ବେଶ ଚର୍ଚ୍ଚାରେ ଅଛି, କାରଣ ଏହା ଲେନୋଭୋର Rollable ଲାପଟପ୍ । 14 ଇଞ୍ଚର ଏହି ଲାପଟପ୍କୁ ମାତ୍ର ଗୋଟିଏ ବଟନ୍ ଦବାଇ ୟୁଜର ଏହାକୁ 17 ଇଞ୍ଚର କରିପାରିବେ । ଅର୍ଥାତ ବଟନ ଦବାଇବା ମାତ୍ରେ ଲାପଟପ୍ ସ୍କ୍ରିନ ଉପରୁ ଆଉ ଏକ ସ୍କ୍ରିନ ବାହାରିଥାଏ । ଏହି ଡିସପ୍ଲେର ପ୍ରକୃତ ଆକାର 14 ଇଞ୍ଚ, କିନ୍ତୁ ୟୁଜର ଏହାକୁ 16.7 ଇଞ୍ଚର କରିପାରିବେ । ସ୍କ୍ରିନ ବଡ଼ ହେବା ପରେ ୟୁଜର ଅନେକ ଡକ୍ୟୁମେଣ୍ଟ ଦେଖିପାରିବେ ।
ଲାପଟପ୍ରେ ଏକ ବଟନ୍ ଅଛି ଯାହାକି ଦବାଇବା ମାତ୍ରେ ଏକ OLED ଡିସପ୍ଲେ ଉପରକୁ ବାହାରିବ । ଏହାପରେ ଉକ୍ତ ଡିସପ୍ଲେ ପୁଣି ରୋଲ୍ ହୋଇ ତଳକୁ ଆସିଥାଏ । ଏଥିଲାଗି ଏହାକୁ ରୋଲେବଲ୍ ଲାପଟପ୍ ବୋଲି କୁହାଯାଉଛି । ରୋଲେବଲ୍ ଡିସପ୍ଲେ ଥାଇ ମଧ୍ୟ ଏହି ଲାପଟପ୍ର ଚଉଡା ମାତ୍ର 0.8 ଇଞ୍ଚ । ଏହାର ଓଜନ ଅନ୍ୟ 14 ଇଞ୍ଚ ଲାପଟପ୍ଠାରୁ ଅଧିକ ।
- ଡିସପ୍ଲେ: ଏଥିରେ 14 ଇଞ୍ଚର OLED ଡିସପ୍ଲେ ମିଳିଥାଏ ।
- CPU: ପ୍ରୋସେସର ଲାଗି Intel Core Ultra Series 2 ଚିପସେଟ୍ର ବ୍ୟବହାର କରାଯାଇଛି ।
- GPU: ଗ୍ରାଫିକ୍ସ ଲାଗି ଏଥିରେ Intel Arc Xe2 GPUର ବ୍ୟବହାର କରାଯାଇଛି ।
- RAM: ଏହି ଲାପଟପ୍ 32GB ପର୍ଯ୍ୟନ୍ତ ରାମ୍ ସପୋର୍ଟ ପ୍ରଦାନ କରିଥାଏ ।
3. Razer Blade 16 (2025)
ଏହା ଏକ ଗେମିଂ ଲାପଟପ୍, ଯେଉଁଥିରେ ସିଇଏସ 2025ରେ ପ୍ରଦର୍ଶିତ କରାଯାଇଛି । ସାଧାରଣତଃ ଗେମିଂ ଆପ୍ର ଓଜନ ଅଧିକ ରହିଥାଏ, କିନ୍ତୁ ପ୍ରତିବର୍ଷ ଇଞ୍ଜିନିୟର ନିଜର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଗେମିଂ ଲାପଟପ୍କୁ ପତଳା କରିବାରେ ଲାଗିଛନ୍ତି । ଏହି ଇଭେଣ୍ଟରେ ଉପସ୍ଥାପିତ ହୋଇଥିବା Razer Blade 16 (2025)ର ମୋଟେଇ 0.59 ଇଞ୍ଚ, ଏହାସହିତ ଲାପଟପ୍ଟି କମ୍ପାନୀର ସବୁଠୁ ପତଳା ଲାପଟପ୍ ହୋଇଛି । ଏହାବାଦ ହାର୍ଡୱେୟାର ମଧ୍ୟ ବେଶ ପ୍ରଶଂସନୀୟ । ଏଥିରେ Nvidiaର ନୂଆ GeForce RTX 50-Series GPU ଦିଆଯାଇଛି । ସେହିପରି ଗ୍ରାଫିକ୍ସ ଲାଗି ଏଥିରେ AMD Ryzen 9 AI HX 370 ପ୍ରୋସେସର ବ୍ୟବହାର କରାଯାଇଛି । ରେଜର ନିଜ ଲାପଟପ୍ରେ ପ୍ରଥମ ଥର AMD ଚିପ୍ର ବ୍ୟବହାର କରିଛି ।
- ଡିସପ୍ଲେ: ଏଥିରେ 16 ଇଞ୍ଚର QHD+ OLED ଡିସପ୍ଲେ ମିଳିଥାଏ ।
- CPU: ପ୍ରୋସେସର ଲାଗି MD Ryzen 9 AI HX 370 ଚିପସେଟ୍ର ବ୍ୟବହାର କରାଯାଇଛି ।
- GPU: ଗ୍ରାଫିକ୍ସ ଲାଗି ଏଥିରେ Nvidia GeForce RTX 50-Series GPUର ବ୍ୟବହାର କରାଯାଇଛି ।
- RAM: ଏହି ଲାପଟପ୍ରେ 64GBର ରାମ୍ ସପୋର୍ଟ ମିଳିବ ।
4. Acer Swift Go 16 AI
ଏସର୍ ଏହି ଲାପଟପ୍ର ଓଜନ 1.5 କିଲୋଗ୍ରାମ ରହିଛି । ଏହି ଲାପଟପ୍ର ନାଁରେ AI ଲେଖାଯାଇଛି, ଯାହାର ଅର୍ଥ ହେଉଛି ଏଥିରେ ଅନେକ AI ଫିଚରର ବ୍ୟବହାର କରାଯାଇଛି । ଏହି ଲାପଟପ୍ରେ କୋପାୟଲଟ୍ ସମେତ ଅନେକ ଲାର୍ଜ ଲାଙ୍ଗୁଏଜ ମଡେଲ (LLMs) ସୁରୁଖୁରୁରେ ଚାଲିବ । ଏଥିରେ 16 ଇଞ୍ଚର 3K OLED ଡିସପ୍ଲେ ଦିଆଯାଇଛି, ଯାହାର ରିଫ୍ରେସ ରେଟ୍ 90Hz ରହିଛି । କମ୍ପାନୀ ଏହି ଲାପଟପ୍କୁ 949 ଡଲାର (ପ୍ରାୟ 81,799 ଟଙ୍କା)ରେ ଲଞ୍ଚ କରିଛି ।
- ଡିସପ୍ଲେ: ଏଥିରେ 16 ଇଞ୍ଚର 3K OLED ସ୍କ୍ରିନ ଦିଆଯାଇଛି ।
- CPU: ପ୍ରୋସେସର ଲାଗି AMD Ryzen AI 300 ଚିପସେଟ୍ର ବ୍ୟବହାର କରାଯାଇଛି ।
- GPU: ଗ୍ରାଫିକ୍ସ ଲାଗି ଏଥିରେ AMD Radeon 800M GPUର ବ୍ୟବହାର କରାଯାଇଛି ।
- RAM: ଏଥିରେ 32GB ପର୍ଯ୍ୟନ୍ତ ରାମ୍ ସପୋର୍ଟ ପ୍ରଦାନ କରାଯାଇଛି ।
5. MSI Raider 18 HX AI
Say hi to MSI Robot!
— MSI (@msitweets) January 9, 2025
Developed with NVIDIA ACE, it's a cutting-edge AI Assistant integrating a locally deployed small language model directly into the system, for users to control their devices and learn about product info through natural languages.#MSIxCES2025 #AI #NVIDIAACE pic.twitter.com/rYwMOXtiO8
ଏହା ମଧ୍ୟ ଏକ ଗେମିଂ ଲାପଟପ୍, ଯେଉଁଥିରେ AI ଫିଚର ପ୍ରଦାନ କରାଯାଇଛି । ଏହାବାଦ ଏଥିରେ ପ୍ରୋସେସର ଲାଗି AMD ଚିପସେଟ୍ର ବ୍ୟବହାର କରାଯାଇଛି ବୋଲି କୁହାଯାଉଛି । ଏହି ଲାପଟପ୍ର ପ୍ରତିଟି ବଟନ୍ରେ RGB କି-ବୋର୍ଡ ଦିଆଯାଇଛି । ଏହାର ଅର୍ଥ ପ୍ରତିଟି କି (Key) ଲାଗି ଅଲଗା ଅଲଗା ରଙ୍ଗ ଦିଆଯାଇଛି । ଟାଇପିଂ କରିବା ସମୟରେ ପ୍ରତିଟି କି ଅଲଗା ଅଲଗା ରଙ୍ଗରେ ଜଳିଥାଏ । ଏହାର ଟ୍ରାକପ୍ୟାଡ୍ ତଳେ MSI ମ୍ୟାଟ୍ରିକ୍ସ ଲାଇଟ୍ ବାରା ରହିଛି, ଯାହାକି ବିଶେଷ ଭାବେ ଗେମିଂ ୟୁଜରଙ୍କୁ ଭିନ୍ନ ଅନୁଭବ ପ୍ରଦାନ କରିଥାଏ ।
- ଡିସପ୍ଲେ: ଏଥିରେ 18 ଇଞ୍ଚର Mini OLED ସ୍କ୍ରିନ ଦିଆଯାଇଛି ।
- CPU: ଏଥିରେ ପ୍ରୋସେସର ଲାଗି AMD Ryzen 9955HX3D କିମ୍ବା Intel Core Ultra 285HX ଚିପସେଟ୍ର ବ୍ୟବହାର କରାଯାଇଛି ।
- GPU: ଗ୍ରାଫିକ୍ସ ଲାଗି ଏଥିରେ NVIDIA GeForce RTX 5090 GPUର ବ୍ୟବହାର କରାଯାଇଛି ।
- RAM: ଏଥିରେ 96GB ପର୍ଯ୍ୟନ୍ତ ରାମ୍ ସପୋର୍ଟ ମିଳିଥାଏ ।