ETV Bharat / state

କେନ୍ଦ୍ରାପଡ଼ାରେ ଶିଳ୍ପ ଭାଗ୍ୟ: କେବେ ହେବ ଷ୍ଟିଲ ପ୍ଲାଣ୍ଟ ଓ ଗ୍ରୀନ ଏମୋନିୟମ ପ୍ରୋଜେକ୍ଟ ? - INDUSTRY IN KENDRAPARA

କେନ୍ଦ୍ରାପଡ଼ାରୁ କେବେ ହଟିବ ଶିଳ୍ପ ଶୂନ୍ୟ ଜିଲ୍ଲା ଟ୍ୟାଗ ? କେବେ ପ୍ରତିଷ୍ଠା ହେବ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଏବଂ ଗ୍ରୀନ ଏମୋନିୟମ ପ୍ଲାଣ୍ଟ ?

INDUSTRY IN KENDRAPARA
INDUSTRY IN KENDRAPARA (ETV BHARAT ODISHA)
author img

By ETV Bharat Odisha Team

Published : Jan 11, 2025, 5:22 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ପୂରଣ ହେବ ନା ଅଧୁରା ରହିଯିବ ? ଶିଳ୍ପାଞ୍ଚଳ ଟ୍ୟାଗ ଲାଗିବା ଆଗରୁ ଏହା ଉଭା ହୋଇଯିବନି ତ ? ଶିଳ୍ପ ପ୍ରତିଷ୍ଠାର ସ୍ବପ୍ନ କେବଳ କାଗଜ କଲମରେ ଅଟକି ଯିବନି ତ ? ଏମିତି ପ୍ରଶ୍ନ ଏବେ ପୂରା ଜିଲ୍ଲାବାସୀଙ୍କ ମନରେ । ଜିଲ୍ଲାରେ ଦୁଇଟି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବାର ଯୋଜନା ରହିଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ଭବିଷ୍ୟତ ?

୧୯୯୩ ମସିହାରେ କଟକ ଜିଲ୍ଲାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପରିଚୟ ପାଇଥିଲା । ଜିଲ୍ଲା ଗଠନକୁ ଇତି ମଧ୍ୟରେ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଛି । କିନ୍ତୁ ଏବେ ମଧ୍ୟ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହୋଇ ପାରିନାହିଁ । ୨୦୨୩ ମସିହାରେ ତତ୍କାଳୀନ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲାରେ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ପକ୍ଷରୁ କମ୍ପାନୀ ପ୍ରତିଷ୍ଠା ହେବା ନେଇ ଘୋଷଣା କରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ବିଶ୍ୱର ସର୍ବ ବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ MOU ସ୍ବାକ୍ଷର କରିଥିଲେ । ଏହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା ।

INDUSTRY IN KENDRAPARA (ETV BHARAT ODISHA)

ପୂର୍ବ ସରକାରରେ MOU:

୨୦୨୩ ମସିହା ନଭେମ୍ବର ମାସରେ ଆଉ ଏକ ପ୍ରକଳ୍ପ ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଥିଲେ ତତକାଳୀନ ବିଜେଡି ସରକାର । ଏହି ଦୁଇଟି ପ୍ରକଳ୍ପର ଭାଗ୍ୟ ନୂଆ ସରକାର ହାତରେ ଥିବା ବେଳେ ଏହା ପୂରଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଆର୍ସେଲର ମିତ୍ତଲ ଏବଂ ନିପ୍ପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ଗତବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ବଡ଼ଟୁବି ଗାଁରେ 11(1) ନୋଟିସ ଲଗା ଯାଇଥିଲା ।

INDUSTRY IN KENDRAPARA
INDUSTRY IN KENDRAPARA (ETV BHARAT ODISHA)

ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲ ପାଇଁ କେତେ ଜମି ଦରକାର ?

ବାର୍ଷିକ 24 ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଆର୍ସେଲର ମିତ୍ତଲ ଓ ନିପ୍ପନ କମ୍ପାନୀର ପ୍ରସ୍ତାବିତ ଏହି ଷ୍ଟିଲ ପ୍ଲାଣ୍ଟ ପାଇଁ ମୋଟ 1,45,120 କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଏଏମ (ଆର୍ସେଲର ମିତ୍ତଲ) ଏବଂ ଏନଏସ (ନିପ୍ପନ ଷ୍ଟିଲ) ପୂର୍ବରୁ ସୂଚନା ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏଏମ ଏବଂ ଏନଏସ ପକ୍ଷରୁ ବାର୍ଷିକ 14 ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଇସ୍ପାତ ନିର୍ମାଣ କାରଖାନା ସାଙ୍ଗକୁ 90 ଏମଟିପିଏ ନିଜସ୍ୱ ଜେଟି ନିର୍ମାଣ କରିବାକୁ ଯୋଜନା ରଖିଥିଲା କମ୍ପାନୀ । ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅଧିନ ଖରିନାସୀ, ବଡ଼ଟୁବି, ଯୋଗୀ ଧାନକୁଦ, ରାମନଗର, ସରଳିକୁଦ, ନିପାଣିଆ, ବାହାକୁଦ,ବରଜ ବାହାକୁଦ, ବତୀଘର, ବରକୋଳିଖଳା,ବନବିହାରୀ ପୁର ଏବଂ ହରିଆବାଙ୍କ ଗ୍ରାମର ମୋଟ 4712.522 ଏକର ଜମି ଅଧିଗ୍ରହଣ ପାଇଁ ଇଡକୋ ନିକଟରେ ଆବେଦନ କରିଥିଲା । ଇଡକୋ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଏନେଇ ଚିଠି ଲେଖିବା ପରେ ଜିଲ୍ଲା ପ୍ରଶାସନ ପ୍ରାଥମିକ ସ୍ତରରେ ମହାକାଳପଡ଼ା ଅଞ୍ଚଳରେ ଥିବା ସରକାରୀ ଜମିକୁ ଇଡକୋକୁ ଦେଇଥିବା ବେଳେ ବ୍ୟକ୍ତିଗତ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି ।

  • ଆର୍ସେଲର ମିତ୍ତଲ ଓ ନିପ୍ପନ କମ୍ପାନୀ
  • ଷ୍ଟିଲ ପ୍ଲାଣ୍ଟ ପାଇଁ ମୋଟ 1,45,120 କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତାବ
  • ବାର୍ଷିକ 24 ମେଟ୍ରିକ ଟନ ଉତ୍ପାଦନ କ୍ଷମତା
  • ପ୍ରଥମ ପର୍ଯ୍ୟାୟରେ 14 ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଇସ୍ପାତ ନିର୍ମାଣ କାରଖାନା ସାଙ୍ଗକୁ 90 ଏମଟିପିଏ ନିଜସ୍ୱ ଜେଟି ନିର୍ମାଣ ଯୋଜନା
  • ଖରିନାସୀ, ବଡ଼ଟୁବି, ଯୋଗୀ ଧାନକୁଦ, ରାମନଗର, ସରଳିକୁଦ, ନିପାଣିଆ, ବାହାକୁଦ, ବରଜ ବାହାକୁଦ, ବତୀଘର, ବରକୋଳିଖଳା, ବନବିହାରୀ ପୁର ଏବଂ ହରିଆବାଙ୍କ ଗ୍ରାମ
  • ମୋଟ 4712.522 ଏକର ଜମି ଅଧିଗ୍ରହଣ ପାଇଁ ଇଡକୋ ନିକଟରେ ଆବେଦନ

ନିପ୍ପନ ଷ୍ଟିଲ ଜମି ଅଧିଗ୍ରହଣ ପାଇଁ ନୋଟିସ:

ଅନ୍ୟ ଏକ ପ୍ରକଳ୍ପ ନିପ୍ପନ ଷ୍ଟିଲ ଯେଉଁ ମହାକାଳପଡ଼ାରେ ଘୋଷଣା ହୋଇଛି, ଘୋଷଣା ପରେ ଜମି ମାଲିକ ମାନେ ଆନ୍ଦୋଳନ କଲେ, ଜନ ଶୁଣାଣି ହେଲା । ହେଲେ ଇଞ୍ଚେ ଜମି ଅଧିଗ୍ରହଣ ହୋଇପାରିଲା ନାହିଁ । କେମିତି ଅଧିଗ୍ରହଣ ହେବ ଲୋକେ କଣ କେମିତି ପାଇବେ ସେନେଇ ଆଲୋଚନା ମଧ୍ୟ ହେଲା ନାହିଁ । ଲୋକେ ଆଶା ରଖିଥିଲେ ଯେ ବିଜେପି ସରକାର ଶାସନକୁ ଆସିଲେ ଲୋକଙ୍କ କଥା ବୁଝିବ ଏବଂ ଅବସ୍ଥା ଦେଖି ପଦକ୍ଷେପ ନେବ। ଗତବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଏକ ଘୋଷଣା ନାମା ଜାରି କଲେ ଏବଂ ବଡ଼ଟୁବି ଗାଁରେ 11(1) ନୋଟିସ ଗୋଟିଏ ମାରିଲେ । ସେହି ନୋଟିସର ଅର୍ଥ ହେଉଛି ଯେଉଁମାନେ ଝିଅ ଝିଆଣି ଥିବେ ଯାହାର ଜମି ଅଛି ସେମାନେ 60 ଦିନ ଭିତରେ ସେମାନେ ଆପ୍ଲାଏ କରିପାରିବେ ବା ଜାଗା ପାଇଁ ଦାବି କରିପାରିବେ । ନହେଲେ ଅନ୍ୟ କେହି ଜମି ଅଧିଗ୍ରହଣ କରିପାରିବେ ନାହିଁ ବା ବିକି ପାରିବେ ନାହିଁ । କେବଳ ସରକାରଙ୍କ କଣ୍ଟ୍ରୋଲକୁ ଜାଗା ଯିବ । ଏପର୍ଯ୍ୟନ୍ତ ତାହାର କୌଣସି ବ୍ୟବସ୍ଥା ନାହିଁ, କାର୍ଯ୍ୟାନୁଷ୍ଠାନ ନାହିଁ। 1281 ଏକର ପ୍ରାଇଭେଟ ଜମି ଅଧିଗ୍ରହଣ କରାଯିବ । ୬ଟି ଗାଁ ଅଛି ଯାହା ପ୍ରଥମ ସ୍ତରରେ ଅଧିଗ୍ରହଣ ବଢ଼ାଯିବ ।

ୱେଲସ୍ପୁନ ପାଇଁ ଅଧିଗ୍ରହଣ ହେଉଛି ଜମି:

କେନ୍ଦ୍ରାପଡାରେ ବୟନଶିଳ୍ପର ବିକାଶ ପାଇଁ 2023 ମସିହାରେ 13 ହଜାର 860 କୋଟି ଟଙ୍କା ଘୋଷଣା କରିଥିଲେ ପୂର୍ବ ସରକାର । ଜିଲ୍ଲାରେ ୱେଲସ୍ପୁନ ନ୍ୟୁ ଏନର୍ଜି ଗ୍ରୀନ ଏମୋନିଆ ମାନ୍ୟୁ ଫାକଚରିଙ୍ଗ ୟୁନିଟ ଖୋଲିବା ପାଇଁ ସ୍ଥିର କରାଯାଇଥିଲା। ତେବେ ଏହି ୟୁନିଟ ଖୋଲିବା ପାଇଁ ସରକାରୀ ଜମି ପର୍ଯ୍ୟାପ୍ତ ହେଉନଥିବା କାରଣରୁ ଜିଲ୍ଲାର ମହାକାଳପଡ଼ା, ମାର୍ଶାଘାଇ ଅଞ୍ଚଳରେ ଘରୋଇ ଜମି ଚିହ୍ନଟ ହୋଇ ପ୍ରଥମେ ଇଡକୋକୁ ଦିଆଯିବା ପାଇଁ ସୋସିଆଲ ଇମ୍ପାକ୍ଟ ଆସେସମେଣ୍ଟ ଅଧିନରେ 4(1) ନୋଟିସ ହୋଇଥିବା ଭୂମି ଅଧିଗ୍ରହଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମହାକାଳପଡ଼ା ତହସିଲ ଅଧିନ କଳାଗଡ଼ଠାରେ 543 ଏକର ଜମି ଅଧିଗ୍ରହଣ ନିମିତ୍ତ ଚିଠି ନଂ-30882 ରେ M/s LAVS ନାମକ ସଂସ୍ଥା SI (ସୋସିଆଲ ଇମ୍ପାକ୍ଟ ଆସେସମେଣ୍ଟ) କରୁଥିବା ବେଳେ ମାର୍ଶାଘାଇ ତହସିଲ ଅଧିନରେ ଥିବା ମଣିକୁଣ୍ଡାଠାରେ 251 ଏକର ଜମି ଅଧିଗ୍ରହଣ ପାଇଁ M/s IRDMS ସଂସ୍ଥା ସୋସିଆଲ ଇମ୍ପାକ୍ଟ ଆସେସମେଣ୍ଟ କରୁଥିବା ସୂଚନା ଦେଇଛନ୍ତି ଏହି ବିଭାଗର ଅଧିକାରୀ ଲକ୍ଷ୍ମୀକାନ୍ତ ହାଁସଦା ।

ଜମି ଅଧିଗ୍ରହଣ ଚାଲିଛି: ଅତିରିକ୍ତ ଜିଲ୍ଲାପାଳ

ଗ୍ରୀନ ଏମୋନିୟମ ପ୍ରୋଜେକ୍ଟ ସମ୍ପର୍କରେ ମତ ରଖି ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି, "ତାଙ୍କର ଯାହା ସବୁ DIPA(District Investment Promotion Agency),ଲ୍ୟାଣ୍ଡ ଆକୁଜିସନ ଇତ୍ୟାଦି ଇଡକୋ ଭଳି ସଂସ୍ଥା ଦ୍ୱାରା ବୁଝାବୁଝି ହେଉଛି । ସବୁଗୁଡିକ ପ୍ରୋସେସରେ ଅଛି । ତାଙ୍କର ଜମି ଅଧିଗ୍ରହଣ ହେଉ ଅବା ଜମି କିଣା ହେଉ, ଏସବୁ ପ୍ରୋସେସରେ ଅଛି । ମୁଁ ଯେତିକି ଜାଣିଛି ଆମର ଜାଗା ଅଧିଗ୍ରହଣ ପାଇଁ କାମ ଚାଲିଥିଲା, ଆମର DIPA ଟିମ ତାକୁ ମନିଟରିଂ କରୁଥିଲା । ଡିଟେଲ ରିପୋର୍ଟ ଆସିଲେ ଆମେ ଆପଣଙ୍କୁ କହିବୁ"।

''ଗ୍ରୀନ ଏମୋନିୟମ ପ୍ରୋଜେକ୍ଟ ଚିହ୍ନ ନାହିଁ''

କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ ସ୍ଥାନୀୟ ବାସିନ୍ଦା ଗୟାଧର ଧଳ କହିଛନ୍ତି,"ଯେତେବେଳେ ବିଜୁ ପଟ୍ଟନାୟକ 13ରୁ 30 ଜିଲ୍ଲା କଲେ ଲକ୍ଷ୍ୟ ରଖିଥିଲେ ପ୍ରଶାସନ ଗାଁକୁ ଯିବ, ଅଞ୍ଚଳର ବିକାଶ ଘଟିବ । ଦୁର୍ଭାଗ୍ୟର କଥା ହେଉଛି ବର୍ତ୍ତମାନ ବିଭିନ୍ନ ଜିଲ୍ଲାର ବିକାଶ ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ତଳ ଆଡୁ ପ୍ରଥମ । ୨୪ ବର୍ଷର ନବୀନ ସରକାର ଭିତରେ ଶେଷ ସମୟରେ ଅର୍ଥାତ ଶେଷ ତିନି ବର୍ଷରେ କେନ୍ଦ୍ରାପଡା ଜିଲ୍ଲାର ବିକାଶ କଥା ଚିନ୍ତା କରିଥିଲେ । ସେଥିରୁ ଘୋଷଣା କରାଗଲା ଗ୍ରୀନ ଏମୋନିୟମ ପ୍ରୋଜେକ୍ଟ, ଯେଉଁଥିରେ ବୟନଶିଳ୍ପ କ୍ଷେତ୍ରରେ 13, 860 କୋଟି ଟଙ୍କା ବ୍ୟୟ କରି 1000 ଲୋକ ନିଯୁକ୍ତି ପାଇବେ ଓ ବୟନଶିଳ୍ପର ବିକାଶ ଘଟିବ । 2000 ମସିହାରୁ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏ ବୟନଶିଳ୍ପ ବନ୍ଦ ହୋଇଗଲା ଯାହାର ନାଁ ଥିଲା ବଳଦେବଜୀଉ ପାୱାରଲୁମ୍ । ଏହାପରେ କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପର କୌଣସି ଚିହ୍ନବର୍ଣ୍ଣ ନାହିଁ । ନବୀନ ପଟ୍ଟନାୟକ ଘୋଷଣା କରିଥିବା ଗ୍ରୀନ ଏମୋନିୟମ ପ୍ରୋଜେକ୍ଟ କୁଆଡେ ଯାଇଛି ତାହାର ମଧ୍ୟ ଚିହ୍ନ ନାହିଁ । ଏହି ଘୋଷଣା କେବଳ ଘୋଷଣାରେ ରହିଛି । ''

ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ କହିଛନ୍ତି, '' ବିଧାନସଭାରେ ଶିଳ୍ପମନ୍ତ୍ରୀ କହିଥିଲେ, କେନ୍ଦ୍ରାପଡା ଜିଲ୍ଲା ପାଇଁ 9ଟି ନୂଆ ଶିଳ୍ପ ବ୍ୟବସ୍ଥା କରାଯାଇଛି । ଏବେ 11/1 ଗେଜେଟ ନୋଟିଫିକେସନ ହୋଇଥିଲା ଜମି ଅଧିଗ୍ରହଣ ପାଇଁ । ଏଥିରୁ ସ୍ପଷ୍ଟ ବାରି ହେଉଛି ଆଗାମୀ ଦିନରେ ନିଶ୍ଚିନ୍ତ କେନ୍ଦ୍ରାପଡାକୁ ଶିଳ୍ପ ଆସୁଛି । ''

କେନ୍ଦ୍ରାପଡ଼ା ଶିଳ୍ପ ଆନ୍ଧ୍ରକୁ ପଳାଇଲାଣି: ବିଧାୟକ

ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କହିଛନ୍ତି ,"ଆମ ଜିଲ୍ଲା ଶିଳ୍ପ ବିହୀନ ଜିଲ୍ଲା ବୋଲି ଅପବାଦ ଅଛି, ଏଥିରୁ ମୁକୁଳିବା ପାଇଁ ଆମ ସରକାର ବିଗତ ଦିନରେ ନବୀନ ବାବୁଙ୍କ ନେତୃତ୍ୱରେ ଜାପାନର ନିପ୍ପନ ଷ୍ଟିଲ ସହିତ ଗୋଟିଏ ବୁଝାମଣା କରିଥିଲେ । ଏଠି ଗୋଟିଏ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ହୋଇଛି । ସେ କାର୍ଯ୍ୟକ୍ରମ ଆଗେଇବା କଥା । କିନ୍ତୁ ଆମେ ଶୁଣୁଛୁ ଯେ ସେ ଶିଳ୍ପ କଣ ଆନ୍ଧ୍ରକୁ ପଳାଇଲାଣି । ତେଣୁ କେନ୍ଦ୍ରାପଡା ଜିଲ୍ଲାରେ ଆମର ଅର୍ଥନୀତିକୁ ଆଗକୁ ନେବା ପାଇଁ ଶିଳ୍ପର ଆବଶ୍ୟକତା ଅଛି । ସରକାରଙ୍କ ପାଖରେ ନିପ୍ପନ ଷ୍ଟିଲ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦୃଢ଼ ଦାବି ଉପସ୍ଥାପନ କରିବୁ । ଯୁବକମାନଙ୍କୁ ଏଠାରେ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ପାଇଁ ସୁଯୋଗ ଦିଅନ୍ତୁ । ଗ୍ରୀନ ଏମୋନିୟମ ପ୍ରକଳ୍ପ ମଧ୍ୟ ସରକାର ଉଦ୍ୟମ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାରେ କରିବା ପାଇଁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ କାର୍ଯ୍ୟକ୍ରମ ଆଗକୁ ବଢୁନାହିଁ । ତେଣୁ ନୂଆ ସରକାର ଡବଲ ଇଞ୍ଜିନ ସରକାରଙ୍କ ନିକଟରେ ଆମେ ସେସବୁ ଶିଳ୍ପ ଗ୍ରୀନ ଏମୋନିୟମ ହେଉ ଅବା ନିପ୍ପନ ଷ୍ଟିଲ, ଏସବୁ ସମ୍ପର୍କରେ କାର୍ଯ୍ୟକ୍ରମ ଆଗକୁ ବଢ଼ାଇବା ପାଇଁ ନିବେଦନ ରଖିବୁ । କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବେ । ''

ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସମ୍ପର୍କରେ କଣ କୁହନ୍ତି ପ୍ରଶାସନିକ ଅଧିକାରୀ ?

ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର କହିଛନ୍ତି,"ଆମର ଏବେ ସବୁ କାର୍ଯ୍ୟ ଚାଲିଛି, ବର୍ତ୍ତମାନ ଜମି ଅଧିଗ୍ରହଣ ପାଇଁ ଗୋଟିଏ ମୌଜାରେ 11(1) ନୋଟିସ ଲାଗିଯାଇଛି । ମୋଟ ୬ଟି ରାଜସ୍ୱ ଗାଁରୁ ଗୋଟିଏ ଗାଁରେ ନୋଟିସ ଲାଗିଥିବା ବେଳେ ଆଉ ୫ଟି ଗାଁ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟ ମ୍ୟାଟରରେ ସରକାରୀ ଜମି ସାଙ୍କସନ ହୋଇଗଲାଣି । ସେମାନେ ଫାର୍ଷ୍ଟ ଫେଜରେ ଯେତିକି ସରକାରୀ ଜମି, ପ୍ରାଇଭେଟ ଲ୍ୟାଣ୍ଡ ପାଇଁ ଆପ୍ଲାଏ କରିଥିଲେ ସେଥିମଧ୍ୟରୁ ଆମେ ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ 153 ଏକର ସାଙ୍କସନ କରିଦେଲୁଣି । ଆଉ ପ୍ରାଇଭେଟ ଲ୍ୟାଣ୍ଡ ଯେତିକି ଅଛି 1281 ଏକର ଆମେ ଲ୍ୟାଣ୍ଡ ଆକୁଜେସନ ପ୍ରୋସେସରେ କାର୍ଯ୍ୟ ସାରି ଆମେ ଗୋଟିଏ ମୌଜାରେ 11(1) ରେ ନୋଟିସ ଜାରି କରାଯାଇଛି । ଶିଳ୍ପ ସଂସ୍ଥା ପ୍ରତିଷ୍ଠା ପାଇଁ ଜମ୍ବୁରୁ ମାର୍ଶାଘାଇ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି, ୱାଟର ଫାସିଲିଟି, ଇଲେକ୍ଟ୍ରିକାଲ କାମ ଇତ୍ୟାଦି ସବୁ ଚାଲିଛି ।''

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.