ETV Bharat / state

ଫାଷ୍ଟ କମ ଫାଷ୍ଟ ଲୋଡ଼ିଂ ନିୟମ ଲାଗୁ ଦାବି, ଟ୍ରକ ମାଲିକ ସଙ୍ଘର ଆନ୍ଦୋଳନ - TRUCK OWNERS ASSOCIATION PROTEST

କ୍ରୋମାଇଟ ପରିବହନ ପାଇଁ ଫାଷ୍ଟ କମ ଫାଷ୍ଟ ଲୋଡ଼ିଂ ନିୟମ ଲାଗୁ ଦାବି । ମିଳିତ ଟ୍ରକ ମାଲିକ ସଙ୍ଘର ଆନ୍ଦୋଳନ । କ୍ରୋମାଇଟ ପରିବହନକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ ।

Truck Owners Association
Truck Owners Association (ETV Bharat Odisha)
author img

By ETV Bharat Odisha Team

Published : Jan 11, 2025, 6:15 PM IST

ଯାଜପୁର: କ୍ରୋମାଇଟ ପରିବହନକୁ ନେଇ ମୁହାଁମୁହିଁ ଯାଜପୁର ଟ୍ରକ ମାଲିକ ସଂଘ । ଗୋଟିଏ ଟ୍ରକ ମାଲିକ ସଂଘ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ନିୟମକୁ ଅବମାନନା କରି ପରିବହନ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ ଅନ୍ୟ ଏକ ଟ୍ରକ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । କ୍ରୋମାଇଟ ବୋଝେଇ କରି ଆସୁଥିବା ଟ୍ରକକୁ ରାସ୍ତାରେ ଅଟକ ରଖିଛନ୍ତି । ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବା ପାଇଁ ଦାବି କରିଛନ୍ତି । ଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଟ୍ରକ ମାଲିକ ସଂଘ ।

ଟ୍ରକ ମାଲିକ ସଂଘ ଆନ୍ଦୋଳନ:

Truck Owners Association Protest (ETV Bharat Odisha)

ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନ ପାଇଁ ଟ୍ରକ ମାଲିକଙ୍କ ବିବାଦ ଧିରେ ଧିରେ ବଢିବାକୁ ଲାଗିଛି । କାଳିଆପାଣି ଖଣି ଅଞ୍ଚଳରୁ କ୍ରୋମାଇଟ ପରିବହନକୁ କେନ୍ଦ୍ରକରି ମୁହାଁମୁହିଁ ହୋଇଛନ୍ତି ଟ୍ରକ୍ ମାଲିକ ସଂଘ । ଜିଲ୍ଲାର ଗୋଟିଏ ଟ୍ରକ୍ ମାଲିକ ସଂଘ ଜୋରଜବରଦସ୍ତ ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମକୁ ଅବମାନନା କରି କ୍ରୋମାଇଟ ପରିବହନ କରୁଥିବା ଅନ୍ୟ ଟ୍ରକ ମାଲିକ ସଙ୍ଘ ଅଭିଯୋଗ କରୁଛି । ତେବେ ଜିଲ୍ଲା ପ୍ରଶାସନର ଟାଳଟୁଳ ନୀତି ଯୋଗୁ ଏବେ ଟ୍ରକ ମାଲିକ ସଂଘ ମାନେ ଗତ 3ଦିନ ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । କ୍ରୋମାଇଟ ବୋଝେଇ କରି ଆସୁଥିବା ସମସ୍ତ ଟ୍ରକ୍ ଗୁଡ଼ିକୁ ଯାଜପୁର ରୋଡ଼ ଓ ଚଣ୍ଡିଖୋଲ ନିକଟରେ ଅଟକ ରଖି ଧାରଣାରେ ବସିଛନ୍ତି ବିଭିନ୍ନ ଟ୍ରକ୍ ମାଲିକ ସଂଘ । ସେପଟେ ଉପରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ଚାଲିଛି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ବ୍ୟାସନଗର ତହସିଲଦାର କହିଛନ୍ତି ।

ଫାଷ୍ଟ କମ୍ ଫାଷ୍ଟ ଲୋଡ ନିୟମକୁ ଅବମାନନା:

Truck Owners Association
Truck Owners Association (ETV Bharat Odisha)

ହାଇକୋର୍ଟ ଅର୍ଡର ଦେଇଥିବା ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମକୁ ଅବମାନନା କରିବା ସହ ଟ୍ରକ୍ ଲୋଡିଂରେ ଅନିୟମିତତା ଅଭିଯୋଗରେ ବିଭିନ୍ନ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଗତ ୯ ତାରିଖରୁ ଶତାଧିକ ଟ୍ରକ ମାଲିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆନ୍ଦୋଳନକୁ ସମର୍ଥନ କରୁନଥିବା ଟ୍ରକ ମାଲିକଙ୍କ କ୍ରୋମାଇଟ ବୋଝେଇ କରି ଆସୁଥିବା ଟ୍ରକ୍ ଗୁଡ଼ିକୁ ଯାଜପୁର ରୋଡ଼ର ସୋବରା ଓ ଚଣ୍ଡିଖୋଲ ନିକଟରେ ଅଟକ ରଖି ଧାରଣାରେ ବସିଛନ୍ତି ଯାଜପୁର ରୋଡ଼, ଚଣ୍ଡିଖୋଲ, ବ୍ରାହ୍ମଣୀ ବ୍ରିଜ ଓ ଖଣି ପ୍ରଭାବିତ ଟ୍ରକ୍ ମାଲିକ ସଂଘ ଆଦି ୪ଟି ଟ୍ରକ୍ ମାଲିକ ସଂଘର ସଦସ୍ୟ ।

ସଙ୍ଘର ଅଭିଯୋଗ ମୁତାବକ ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଖଣି ଅଞ୍ଚଳରେ ସୁବ୍ୟବସ୍ଥିତ ଢଙ୍ଗରେ କ୍ରୋମାଇଟ ପରିବହନ ପାଇଁ ବହୁ ପୂର୍ବରୁ ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମ ଲାଗୁ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ପରେ ବିଭିନ୍ନ ଟ୍ରକ୍ ମାଲିକ ସଂଘର ମିଳିତ ନିଷ୍ପତ୍ତି କ୍ରମେ ପାର୍କିଂ ବ୍ୟବସ୍ଥା କରାଯାଇ ଏହି ନିୟମରେ ଟ୍ରକ୍ ଲୋଡିଂ କରାଯାଉଥିଲା । ହେଲେ ଗତ ୨୦୨୪ ଅକ୍ଟୋବର ମାସରୁ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି ।

ସମସ୍ୟାର ସମାଧାନ ପାଇଁ ଦାବି:

ସେହିପରି ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମେୟ ଟ୍ରକ୍ ମାଲିକ ଓ ସୁକିନ୍ଦା ମିନେରାଲ ଟ୍ରକ୍ ମାଲିକ ସଂଘର ସଦସ୍ୟମାନେ ଜୋର ଜବରଦସ୍ତ ସେମାନଙ୍କ ଟ୍ରକ୍ ଲୋଡିଂ କରାଉଥିବା ବେଳେ ଜିଲ୍ଲାର ଅନ୍ୟ ଅଞ୍ଚଳରୁ ଆସୁଥିବା ଟ୍ରକ୍ ଗୁଡ଼ିକୁ ଆଜକୁ ଅନେକ ମାସ ହେବ ଲୋଡିଂ ଦିଆଯାଉନାହିଁ । ଫଳରେ ଟ୍ରକ୍ ମାଲିକମାନେ କ୍ଷତି ସହିବା ସହ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ଖଣି ପ୍ରଭାବିତ ଟ୍ରକ୍ ମାଲିକ ସଂଘ ସମେତ, ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ, ବ୍ରାହ୍ମଣୀ ବ୍ରିଜ ଟ୍ରକ୍ ମାଲିକ ସଂଘ ଓ ଯାଜପୁର ରୋଡ଼ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ବାଧ୍ୟହୋଇ ଗତ ଜାନୁଆରୀ ୯ ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏହି ୪ଟି ଟ୍ରକ୍ ମାଲିକ ସଂଘ । ତେବେ ଯେପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନହେବ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଟ୍ରକ ମାଲିକ ସଙ୍ଘର କାର୍ଯ୍ୟକର୍ତ୍ତା ।

ଟ୍ରକ୍ ମାଲିକ ସଂଘର ଚେତାବନୀ:

ତେବେ ଟ୍ରକ ମାଲିକମାନେ ବାରମ୍ବାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେବି କୌଣସି ସୁଫଳ ମିଳୁନାହିଁ । ଅଭିଯୋଗ କରିବାରୁ ଅଭିଯୋକାରୀଙ୍କ ଟ୍ରକ ମାଲିକଙ୍କୁ କ୍ରୋମାଇଟ ଲୋଡିଂ ଦିଆଯାଉନାହଁ । ଖଣି ଉପନିର୍ଦ୍ଦେଶକ ଓ ପ୍ରଶାସନର ଗୋଚରରେ ଏସବୁ ହେଉଥିବା ଟ୍ରକ୍ ମାଲିକମାନେ ଅଭିଯୋଗ କରିଛନ୍ତି । ଏସବୁ ସମସ୍ୟାର ସମାଧାନ କରା ନଗଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଟ୍ରକ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସେପଟେ ସୁକିନ୍ଦା ମିନେରାଲ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି । ସେମାନେ ଖଣି ଓ କାରଖାନା ଦ୍ୱାରା ପ୍ରଭାବିତ ହେଉଥିବାରୁ ସେମାନଙ୍କ ଗାଡିକୁ ଅଗ୍ରାଧିକାର ଭିତ୍ତିରେ ଲୋଡିଂ ଦିଆଯିବା ଦରକାର ବୋଲି ସୁକିନ୍ଦା ମିନେରାଲ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତା କହିଛନ୍ତି । ଅନ୍ୟପଟେରେ ଆଲୋଚନା ଚାଲିଛି ଖୁବଶୀଘ୍ର ସମସ୍ୟା ସମାଧାନ ହେବ ବୋଲି ବ୍ୟାସନଗର ତହସିଲଦାର କହିଛନ୍ତି । ସେପଟେ କ୍ରୋମାଇଟ ପରିବହନ ଠିକ ଠାକ ଚାଲିଛି ପାଞ୍ଚ ଆଙ୍ଗୁଳି ସମାନ ନୁହେଁ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରାଯାଇପାରିବ ନାହିଁ ବୋଲି କହି ଆଡେଇ ଗଲେ ସ୍ଥାନୀୟ ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

ଟ୍ରକ ମାଲିକ ସଙ୍ଘ ସଭାପତିଙ୍କ ପ୍ରିତିକ୍ରିୟା:

ଯାଜପୁର ରୋଡ ଟ୍ରକ ମାଲିକ ସଙ୍ଘ ସଭାପତି ଅମୀୟ ବାରିକ କହିଛନ୍ତି, "ଯାଜପୁର ରୋଡ ଟ୍ରକ ମାଲିକ ସଙ୍ଘ ସଭାପତି ଯଥା ଆନ୍ଦୋଳନ କାରୀ ଟ୍ରକ ମାଲିକ ସମସ୍ୟା ବର୍ତ୍ତମାନ ରାଜରାସ୍ତାକୁ ଆସି ସାରିଲାଣି । ଆମେ ଏହି ସମସ୍ୟାକୁ ନେଇ ଦୀର୍ଘ 4 ମାସ ହେବ ଜିଲ୍ଲା ପ୍ରଶାସନକୁ ଜଣାଉଛୁ । ଏଥିସହିତ ବିଗତ ଦିନରେ ଏହି ସମସ୍ୟାର ସମାଧାନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ 21 ତାରିଖ ଦିନ ଆମକୁ ସମାଧାନ ପାଇଁ ବୈଠକ କରିଥିଲେ । ଏହି ବୈଠକ ପରେ ସ୍ଥାନୀୟ ଥାନା ଅଧିକାରୀଙ୍କ ନେତୃତ୍ୱରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିୟମ କଡାକଡ଼ି ପାଳନ ପାଇଁ ନିଷ୍ପତ୍ତି ହେଲା । ହେଲେ ଆଜି ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ହେଲା ନାହିଁ । ଯାହା ବିରୁଦ୍ଧରେ ଟ୍ରକ ମାଲିକମାନେ ବାଧ୍ୟ ହେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନରେ ଜିଲ୍ଲା ପ୍ରଶାସନ ନ ଚେତିଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ରାଜଧାନୀ ପର୍ଯ୍ୟନ୍ତ ବ୍ୟାପିବ ।"

ଏହା ମଧ୍ୟ ପଢ଼ନ୍ତୁ...ଜମି ଅଧିଗ୍ରହଣକୁ ବିରୋଧ, ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ

ଏହା ମଧ୍ୟ ପଢ଼ନ୍ତୁ...ଜଳ-ଜମି ଓ ଜଙ୍ଗଲକୁ ବଞ୍ଚାଇବାକୁ ରାଜରାସ୍ତାରେ ଗର୍ଜିଲେ ଆଦିବାସୀ

ଆଲୋଚନା ପରେ ନିଷ୍ପତ୍ତି:

ସେପଟେ ଏନେଇ ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ କହିଛନ୍ତି, "ଟ୍ରକ ମାଲିକଙ୍କ ଯାହାବି ଅଭିଯୋଗ ଥିଲା ମୁଁ ଶୁଣିଲି । ବିଗତ ଦିନରେ ଏହି ସମସ୍ୟା ଉପରେ ଆଲୋଚନା ହେଇଥିଲା । ଏବେ ମୁଁ ତାଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରୁଛି । ସେଠାରେ ଆଲୋଚନା ପରେ ଯାହା ନିଷ୍ପତ୍ତି ନିଆଯିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।" ଅନ୍ୟପଟେ ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, "ପରିବହନ ଗତକାଲି ଠାରୁ ଆରମ୍ଭ ହେଇଗଲାଣି । ଅସନ୍ତୁଷ୍ଟ ରହିବେ । ପାଞ୍ଚ ଆଙ୍ଗୁଳି କେବେ ସମାନ ରହିବ ନାହିଁ ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.