ହାଇଦ୍ରାବାଦ: 2025 ବର୍ଷରେ ଶନି, ରାହୁ-କେତୁ ଓ ଗୁରୁଙ୍କ ଭଳି ପ୍ରମୁଖ ଏବଂ ବଡ଼ ଗ୍ରହମାନେ ରାଶି ପରିବର୍ତ୍ତନ କରିବେ । ଏହା ମଧ୍ୟରୁ ସର୍ବ ପ୍ରଥମେ କର୍ମଫଳଦାତା ଓ ନ୍ୟାୟର ଦେବତା ଶନିଦେବଙ୍କ ଗୋଚର ହେବ । ଯାହାର ପ୍ରଭାବ ସମସ୍ତ 12ଟି ଯାକ ରାଶି ଉପରେ ପଡ଼ିବ । ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜିତ ଅଛନ୍ତି । 2025 ମେ' 29 ତାରିଖରେ ଶନିଦେବ ମୀନ ରାଶିକୁ ଗୋଚର କରିବେ । ଏହି ପରିବର୍ତ୍ତନ ସମସ୍ତ ରାଶିଙ୍କ ଜୀବନରେ ପରିବର୍ତ୍ତନ ଆଣିବ । କିଛି ଲୋକଙ୍କ ପାଇଁ ସକରାତ୍ମକ ଓ କିଛି ଲୋକଙ୍କ ଉପରେ ଏହା ନକରାତ୍ମକ ପ୍ରଭାବ ପଡ଼ିପାରେ । ଶନିଦେବ 2027 ଜୁନ 3 ତାରିଖ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ ।
ବିନ୍ଧ୍ୟାଚଳର ଜଣାଶୁଣା ଜ୍ୟୋତିଷ ପଣ୍ଡିତ ଅନୁପମ ମହାରାଜଙ୍କ କହିବା ଅନୁସାରେ, ଶନିଙ୍କୁ ନ୍ୟାୟର ଦେବତା ଭାବରେ ବିଶ୍ବାସ କରାଯାଏ । ଶନିଦେବଙ୍କ ରାଶି ପରିବର୍ତ୍ତନ କିଛି ରାଶିଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଶନିଦେବ ମୀନ ରାଶିରେ ପ୍ରବେଶ କରିବା ଫଳରେ କିଛି ରାଶିଙ୍କର ଲାଭ ତ କିଛି ରାଶିଙ୍କୁ କ୍ଷତିର ସମ୍ମୁଖିନ ହେବାକୁ ପଡ଼ିପାରେ । କିନ୍ତୁ 3ଟି ରାଶିଙ୍କ ଉପରେ ଶନିଦେବଙ୍କ ବିଶେଷ କୃପାବୃଷ୍ଟି ହେବ । ଯାହାଦ୍ବାରା ଏହି 3ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ସକରାତ୍ମକ ଭାବରେ ବଡ଼ ପରିବର୍ତ୍ତନ ଘଟିବ । ରାଶି ଗୁଡିକ ହେଉଛନ୍ତି କର୍କଟ, ବିଛା ଓ ମକର ।
କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଶନିଦେବଙ୍କ ରାଶି ପରିବର୍ତ୍ତନ ବହୁତ ଶୁଭ ଫଳଦାୟକ ହେବାକୁ ଯାଉଛି । ଏହି ସମୟରେ ଲୋକମାନଙ୍କ ସମସ୍ତ ମନସ୍କାମନା ପୂରଣ ହେବ । ଅଚାନକ ଧନ ପ୍ରାପ୍ତ ହେବାର ଯୋଗ ରହିଛି । ଚାକିରି କରିଥିବା ଲୋକଙ୍କୁ ନିଜ କର୍ମକ୍ଷେତ୍ରରେ ମାନସମ୍ମାନ ସହ ପ୍ରଗତି ହେବ । ବ୍ୟବସାୟରେ ପ୍ରବଳ ଲାଭ ହେବ । ମାନସିକ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ ।
ବିଛା: ବିଛା ରାଶିର ଲୋକଙ୍କ ଉପରେ ହନୁମାନଙ୍କ ବିଶେଷ କୃପା ରହିବ । ଏହି ସମୟରେ ଯେକୌଣସି ବିଗିଡ଼ା ଯାଇଥିବା କାମକୁ ସହଜରେ ଠିକ୍ କରିବାକୁ ସମର୍ଥ ହେବେ । କ୍ୟାରିୟର ଓ ବ୍ୟବସାୟରେ ନୂତନ ସୁଯୋଗ ମିଳିବ । ପୁଞ୍ଜି ବିନିଯୋଗରୁ ଲାଭ ହେବ । ବ୍ୟବସାୟରେ ବିସ୍ତାର ହେବ । ପରିବାରରେ ସୁଖର ପରିବେଶ ରହିବ । ଦୀର୍ଘଦିନ ଧରି ଅଟକ ରହିଥିବା ଟଙ୍କାକୁ ଫେରିପାଇବେ । ଶନିଦେବଙ୍କ କୃପାଦୃଷ୍ଟିରୁ ଚାକିରିରେ ପ୍ରମୋସନ ହେବାର ସମ୍ଭାବନା ରହିଛି ।
ମକର: ମକର ରାଶିର ବ୍ୟକ୍ତିମାନେ ଶନିଦଶାରୁ ମୁକ୍ତି ପାଇବେ । ମକର ରାଶିର ବ୍ୟକ୍ତିଙ୍କ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବା ସହ ଅଟକି ରହିଥିବା ଟଙ୍କା ଆପଣଙ୍କ ପକେଟକୁ ଫେରିବ । ବ୍ୟବସାୟରେ ଅଭିବୃଦ୍ଧି ହେବ । ଶତ୍ରୁମାନେ ପରାଜିତ ହେବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ । ଚାକିରିକୁ ନେଇ ଥିବା ସମସ୍ୟା ଦୂର ହେବ । ଚାକିରି କରୁଥିବା ଲୋକମାନେ ଉତ୍ତମ ଚାକିରିର ସୁଯୋଗ ପାଇବେ ।
Disclaimer: (ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଏବଂ ପଣ୍ଡିତମାନଙ୍କ ମତ ଉପରେ ଆଧାରିତ । ଏହା ଇଟିଭି ଭାରତର କୌଣସି ନିଜସ୍ବ ମତ ନୁହେଁ ।)