ETV Bharat / bharat

Exclusive : ଓଡ଼ିଆ ପୁଅ JEE MAIN ଟପ୍ପର, ୩୦୦ ରୁ ୩୦୦ ନମ୍ବର ରଖି ରେକର୍ଡ - ODISHA BOY JEE MAIN TOPPER

JEE MAIN ମେନ ପରୀକ୍ଷାରେ ପରଫେକ୍ଟ ସ୍କୋର ସହ ଟପ୍ପର ହୋଇଛନ୍ତି ଓମ ପ୍ରକାଶ । ଭୁବନେଶ୍ବରରୁ ଯାଇ ରାଜସ୍ଥାନ କୋଟାରେ ପ୍ରସ୍ତୁତି । IIT ବମ୍ବେରେ କମ୍ପ୍ୟୁଟର ସାଇନ୍ସ ପଢ଼ିବାକୁ ଲକ୍ଷ୍ୟ ।

Om Prakash Behera JEE Main Topper
Om Prakash Behera JEE Main Topper (ETV Bharat)
author img

By ETV Bharat Odisha Team

Published : Feb 12, 2025, 5:21 PM IST

Updated : Feb 13, 2025, 10:12 AM IST

କୋଟା(ରାଜସ୍ଥାନ): ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ ୨୦୨୫ରେ କମାଲ କଲେ ଓଡ଼ିଆ ପୁଅ । ଶତ ପ୍ରତିଶତ ସ୍କୋର (Perfect JEE main Score) ରଖି ରାଜ୍ୟକୁ ଗୌରବାନିତ୍ୱ କରିଛନ୍ତି ରାଜଧାନୀ ଭୁବନେଶ୍ୱରର ଓମ ପ୍ରକାଶ ବେହେରା । ୩୦୦ରୁ ୩୦୦ ମାର୍କ ଆଣି ଫରଫେକ୍ଟ ସ୍କୋର ରଖି ଟପ୍ପର ହୋଇଛନ୍ତି ଓମ । ସଫଳତା ପଛରେ ମାଆ ସ୍ମିତାରାଣୀଙ୍କ ତ୍ୟାଗ ରହିଥିବା କହିଛନ୍ତି ଓମ ।

ଜେଇ ମେନ ଟପ୍ପର ଓଡ଼ିଆ ପୁଅ ଓମ୍:

ପ୍ରକାଶ ପାଇଛି ଜେଇଇ ମେନ ୨୦୨୫ ରେଜଲ୍ଟ । ଏଥିରେ ଭୁବନେଶ୍ୱରର କମଳାକାନ୍ତ ବେହେରା ଓ ସ୍ମିତା ରାଣୀଙ୍କ ପୁଅ ଓମ ପ୍ରକାଶ ବେହେରା ଟପ୍ପର ହୋଇଛନ୍ତି । ସେ ଶତ ପ୍ରତିଶତ ଅର୍ଥାତ୍ ୩୦୦ରୁ ୩୦୦ ମାର୍କ ହାସଲ କରିଛନ୍ତି । ସେ ୩ ବର୍ଷ ହେଲା ରାଜସ୍ଥାନ କୋଟାରେ ରହି କୋଚିଂ ନେଉଛନ୍ତି । ଜେଇଇ ମେନ ସଫଳତା ମିଳିଯାଇଥିବା ବେଳେ ଜେଇଇ ଆଡଭାନ୍ସ କ୍ରାକ କରି ଆଇଆଇଟି(IIT) ବମ୍ବେରେ କମ୍ପ୍ୟୁଟର ସାଇନ୍ସ ବ୍ରାଞ୍ଚରୁ ବି-ଟେକ୍ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସେ ।

Om Prakash Behera JEE Main Topper (ETV Bharat)

କୋଟାରେ କୋଚିଂ ନେଉଛନ୍ତି ଓମ ପ୍ରକାଶ:

୩ ବର୍ଷ ହେଲା ରାଜସ୍ଥାନ କୋଟାରେ ରହି କୋଚିଂ ନେଉଛନ୍ତି ଓମ ପ୍ରକାଶ ବେହେରା । ଓମ ପ୍ରକାଶ କହିଛନ୍ତି, "କୋଟାରେ କୋଚିଂ ବିଷୟରେ ଜଣେ ସମ୍ପକୀୟ ଭାଇଙ୍କଠାରୁ ଜାଣିବାକୁ ପାଇଥିଲି । ଯିଏ କୋଟାରେ ରହି ପାଠ ପଢୁଥିଲେ । ଦଶମ ପାସ କରିବା ପରେ ଜେଇଇ ମେନ ପାଇଁ ପାଠ ପଢୁଥିଲି । କୋଟାରେ ପାଠ ପଢିବା ପାଇଁ ଅନେକ ପ୍ରକାର ସୁବିଧା ରହିଛି । ଶିକ୍ଷକମାନେ ସମସ୍ତ ପ୍ରକାର ସାହାଯ୍ୟ କରିଥାନ୍ତି । କିଛି ସମସ୍ୟା ଥିଲେ ତାକୁ ତୁରନ୍ତ ସମାଧାନ କରିଥାନ୍ତି ।"

ବମ୍ବେରେ କମ୍ପ୍ୟୁଟର ସାଇନ୍ସ ବ୍ରାଞ୍ଚରୁ ବିଟେକ କରିବା ଲକ୍ଷ୍ୟ:

ଓମ ପ୍ରକାଶ ଆଉ ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ ଦଶମ ପାସ କରିବା ପରେ କୋଟା ଆସିଥିଲେ, ସେତେବେଳେ ସେ ଭାବି ନଥିଲେ ଯେ ସେ ଶତପ୍ରତିଶତ ସ୍କୋର କରିବେ । ସେହି ସମୟରେ କେବଳ ପାଠ ପଢିବା ପାଇଁ ସେ କୋଟା ଆସିଥିଲେ । କେବଳ ଲକ୍ଷ୍ୟ ଥିଲା ଜେଇଇ ମେନ ଓ ଆଡଭାନ୍ସ କ୍ରାକ୍ କରିବା । ଏବେ ଜେଇଇ ମେନ ସଫଳତା ମିଳିଯାଇଥିବା ବେଳେ ଆଡଭାନ୍ସକୁ କ୍ରାକ କରି ଆଇଆଇଟି ବମ୍ବେରେ କମ୍ପ୍ୟୁଟର ସାଇନ୍ସ ବ୍ରାଞ୍ଚରୁ ବିଟେକ କରିବା ପାଇଁ ଲକ୍ଷ୍ୟ ରହିଛି ।

Om Prakash Behera JEE Main Topper
Om Prakash Behera JEE Main Topper (ETV Bharat)

ସଫଳତା ପଛରେ ରହିଛି ମାଆ-ବାପାଙ୍କ ତ୍ୟାଗ:

ଓମ ପ୍ରକାଶଙ୍କ ଏହି ସଫଳତା ପଛରେ ତାଙ୍କ ମାଆ ଓ ବାପାଙ୍କ ତ୍ୟାଗ ଅନେକ । ପୁଅର ଭବିଷ୍ୟତ ପାଇଁ ନିଜ ଅଧ୍ୟାପନା ଛାଡ଼ି ଦେଇଥିଲେ ମାଆ ଓ ବାପା । ଓଡ଼ିଶା ପ୍ରାଶାସନିକ ସେବାରେ କାର୍ଯ୍ୟ କରୁଥିବା ବେଳେ ପୁଅ ପାଇଁ ଦିଲ୍ଲୀ ଟ୍ରାନ୍ସଫର କରି ସେଠାରେ ଏକୁଟିଆ ରହିଥିଲେ । ଓମ ପ୍ରକାଶଙ୍କ ମାଆ ସ୍ମିତାରାଣୀ ଶିକ୍ଷା ବିଷୟରେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ରାଜସ୍ଥାନ କୋଟାରେ ନିଜ ପୁଅ ପାଖରେ ରହିବା ପାଇଁ ଓ ତାଙ୍କୁ ପାଠପଢାରେ ସାହାଯ୍ୟ କରିବା ପାଇଁ ସେ ଚାକିରି ଛାଡି ଦେଇଥିଲେ ଏବଂ ଭୁବନେଶ୍ୱର ଛାଡି କୋଟାରେ ରହୁଥିଲେ । ସେହିପରି ବାପା କମଳାକାନ୍ତ ବେହେରା ମଧ୍ୟ ଓଡ଼ିଶା ପ୍ରଶାସନିକ ସେବାରେ ନିୟୋଜିତ ଥିବା ବେଳେ ସେ ମଧ୍ୟ ପୁଅ ପାଇଁ ଓଡ଼ିଶାରୁ ଟ୍ରାନ୍ସଫର କରି ଦିଲ୍ଲୀରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ଅନେକ ବର୍ଷ ହେଲା ତାଙ୍କ ବାପା ଦିଲ୍ଲୀରେ ଅଛନ୍ତି ।

ଓମଙ୍କ ପାଖରେ ନଥିଲା ମୋବାଇଲ :

ପ୍ରତ୍ୟେକ ଦିନ ୮ରୁ ୯ ଘଣ୍ଟା ପାଠ ପଢୁଥିବା କହିଛନ୍ତି ଓମ ପ୍ରକାଶ । ଦଶମ ପରୀକ୍ଷାରେ ସେ ୯୨ ପ୍ରତିଶତ ମାର୍କ ରଖିଥିବା ବେଳେ ଦ୍ୱାଦଶ ବୋର୍ଡ ପରୀକ୍ଷା ଚଳିତ ବର୍ଷ ଦେବାକୁ ଯାଉଛନ୍ତି । ଅବସର ସମୟରେ ସେ ବ୍ୟାଡମିଣ୍ଟନ ଖେଳିବା ଏବଂ ଇଂରାଜୀ ଉପନ୍ୟାସ ପଢ଼ିବାକୁ ପସନ୍ଦ କରନ୍ତି । ପାଠପଢ଼ା ମଝିରେ ବ୍ରେକ ନେବାକୁ ଇଚ୍ଛା ହେଲେ ସାଙ୍ଗସାଥିଙ୍କ ସହ ବସି କଥା ହୁଅନ୍ତି । ସେ ବାହାରକୁ ବୁଲିବାକୁ ଯାଉନଥିଲେ କିମ୍ବା ନିଜ ପାଖରେ କେବେ ମୋବାଇଲ ରଖୁନଥିଲେ । ସକାଳ ୮ଟାରେ ଉଠି ରାତି ୧୨ଟାରେ ଶୋଇ ଯାଉଥିଲେ ଓମ । ଏହି ସମୟ ମଧ୍ୟରେ କେବଳ ପାଠ ପଢାରେ ଅଧିକ ସମୟ କାଟୁଥିଲେ ।

Om Prakash Behera JEE Main Topper
Om Prakash Behera JEE Main Topper (ETV Bharat Hindi)

ଏହାମଧ୍ୟ ପଢନ୍ତୁ...

JEE-NEET କୋଚିଂ ପାଇଁ ପ୍ରଥମ ଚଏସ 'କୋଟା', ମାସକୁ ୫ ହଜାର କମ୍‌ ଖର୍ଚ୍ଚ - Kota Coaching

OAS ଟପ୍ପର ଭଦ୍ରକ ଝିଅ ଶ୍ଵେତାଶ୍ରୀ ମହାପାତ୍ର, କେମିତି ଥିଲା ଯାତ୍ରା ଆସନ୍ତୁ ଶୁଣିବା ...

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ; ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର, ଟପ୍-10ରେ 5 ମହିଳା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭେଚ୍ଛା

ପ୍ୟାରିସ ଅଲିମ୍ପିକ୍ସ: ମେଡାଲ ଟ୍ୟାଲିରେ ପାକିସ୍ତାନଠୁ ବି ପଛରେ ରହିଲା ଭାରତ; ଆମେରିକାକୁ ପଛରେ ପକାଇଲା ଚାଇନା - Paris Olympics 2024

ଆତ୍ମ-ବିଶ୍ଳେଷଣ ଜରୁରୀ:

ଓମ ପ୍ରକାଶଙ୍କ କହିବା କଥା, "କୋଟାର ଶିକ୍ଷା ଓ ପାଠ୍ୟ ସାମଗ୍ରୀ ବହୁତ ଭଲ । ଅଧ୍ୟାପକମାନଙ୍କୁ ଏହିସବୁ ପରୀକ୍ଷା ବିଷୟରେ ବହୁତ ଭଲ ଭାବରେ ଜଣା । ଜେଇଇ ମେନ ପାଇଁ ଏନସିଇଆରଟି ସିଲାବସ ଉପରେ ଅଧିକ ଫୋକସ କରିଥିଲି । ସାପ୍ତାହିକ ପରୀକ୍ଷାରେ ମାର୍କ କମ ବେଶୀ ହୋଇଥାଏ । କିନ୍ତୁ ମୁଁ ସବୁବେଳେ ମୋ ନିଜର ସର୍ବୋତ୍ତମ ଦେବାକୁ ଚେଷ୍ଟା କରେ । ପ୍ରତି ପରୀକ୍ଷା ପରେ, ମୁଁ ଆତ୍ମ-ବିଶ୍ଳେଷଣ କରୁଥିଲି ଏବଂ ଦେଖୁଥିଲି କେଉଁ ଭୁଲ ଯୋଗୁଁ କମ ମାର୍କ ମିଳିଛି । ପରବର୍ତ୍ତୀ ପରୀକ୍ଷାରେ ସେହି ଭୁଲଗୁଡିକର ଯେପରି ପୁନରାବୃତ୍ତି ନହୁଏ ସେନେଇ ଚେଷ୍ଟା କରୁଥିଲି । ମୋ ପାଇଁ ସଫଳତାର ମନ୍ତ୍ର ହେଉଛି, ଯାହା ବିତି ଯାଇଛି ତାହା ଉପରେ ଧ୍ୟାନ ଦେବା ପରିବର୍ତ୍ତେ, ଆଗକୁ କଣ ଘଟୁଛି ତାହା ଉପରେ ଧ୍ୟାନ ଦେବା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 13, 2025, 10:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.