ମହାପ୍ରଭୁଙ୍କୁ ଦର୍ଶନ କଲେ ଓୟୋ ସିଇଓ ରିତେଶ ଅଗ୍ରୱାଲ

By ETV Bharat Odisha Team

Published : Jan 21, 2024, 7:31 AM IST

thumbnail

OYO CEO Ritesh Agarwal visit Puri: ପୁରୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ଓୟୋର ସିଇଓ ରିତେଶ ଅଗ୍ରୱାଲ । ଅଯୋଧ୍ୟା ଯିବା ପୂର୍ବରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ରିତେଶ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଖୁସି ବୋଲି କହିଛନ୍ତି । ବିଶେଷକରି ପୁରୀ ସହରର ଅନେକ ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ବେଶ୍ ସୁଦୃଢ଼ ହୋଇଛି । ସେଥିପାଇଁ ପୂର୍ବ ଅପେକ୍ଷା ପୁରୀ ସମ୍ପୂର୍ଣ୍ଣ ବଦଳି ଯାଇଛି । ମହାପ୍ରଭୁଙ୍କ ଝଲକ ପାଇଁ ଦୂରଦୂରାନ୍ତରୁ ଭକ୍ତ ଛୁଟି ଆସୁଛନ୍ତି ଶ୍ରୀକ୍ଷେତ୍ରକୁ । ଓୟୋର ସର୍ଭେ ଅନୁଯାୟୀ, ପୁରୀ ଏବେ ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଅଧିକରୁ ଅଧିକ ଲୋକ ପୁରୀ ଆସିବାକୁ ପସନ୍ଦ କରୁଛନ୍ତି । ଯୁବପିଢ଼ିଙ୍କ ପସନ୍ଦ ସ୍ଥାନ ପାଲଟିଛି ଜଗନ୍ନାଥ ଧାମ । ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ସୁନ୍ଦର ବେଳାଭୂମି, କୋଣାର୍କର କଳା ଭାସ୍କର୍ଯ୍ୟ, ଚିଲିକା ଭ୍ରମଣ କରିବା ପାଇଁ ପର୍ଯ୍ୟଟକଙ୍କ ପ୍ରମୁଖ ପସନ୍ଦ ପୁରୀ ପାଲଟିଛି ।  ଏହାଦ୍ବାରା ପର୍ଯ୍ୟଟନ ଶିଳ୍ପ ବଢିବା ସହ ଲୋକଙ୍କୁ ରୋଜଗାର ମଧ୍ୟ ମିଳିବ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.