ମହୁଲ ଫୁଲ ସଂଗ୍ରହ ହେଲା କାଳ, ବଜ୍ରାଘାତରେ ଭାଇ ମୃତ ଓ ଭଉଣୀ ଗୁରୁତର - Lightning Strike In Kandhamal
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 20, 2024, 10:06 PM IST
One Died In Lightning Strike: ଫୁଲବାଣୀ: ଜୀବନ ନେଲା ବ୍ରଜାଘାତ । ବ୍ରଜାଘାତରେ ଭାଇ ମୃତ, ଭଉଣୀ ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ । ବଜ୍ରାଘାତରେ ଭାଇ ମୃତ, ଭଉଣୀ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକ ନାବାଳକ ମୁକେଶ ପ୍ରଧାନୀ ହୋଇଥିବା ବେଳେ ଭଉଣୀ ସୁପ୍ରିୟା ପ୍ରଧାନୀ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ସୂଚନାଯୋଗ୍ୟ, ଆଜି(ବୁଧବାର) ଅପରାହ୍ନରେ ଭାଇ ଭଉଣୀ ଓ ସମ୍ପର୍କୀୟ ଲୋକେ ନିକଟସ୍ଥ ମହୁଲ ଗଛ ନିକଟକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ବର୍ଷା ସହ ବଜ୍ରାଘାତ ହୋଇଥିଲା । ଭାଇ ଭଉଣୀ ବଜ୍ରାଘାତର ଶିକାର ହୋଇ ଅଚେତ ହୋଇ ତଳେ ପଡି ଯାଇଥିଲେ । ନିକଟରେ ଥିବା ସମ୍ପର୍କୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିବା ପରେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅନ୍ୟପଟେ ଭଉଣୀ ସୁପ୍ରିୟା ପ୍ରଧାନୀଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସମ୍ପର୍କୀୟ ଲୋକଙ୍କ ନିକଟରୁ ସୂଚନା ମିଳିଛି ।
ଇଟିଭି ଭାରତ, କନ୍ଧମାଳ