ପରୀକ୍ଷା ପେ ଚର୍ଚ୍ଚା ବିଷୟକୁ ନେଇ ଚିତ୍ରାଙ୍କନ, ଭାଗ ନେଲେ ୧୦୦ ଛାତ୍ରଛାତ୍ରୀ - KV Rayagada
🎬 Watch Now: Feature Video
Published : Jan 24, 2024, 8:15 AM IST
Parakrama Divas: ରାୟଗଡା: ପରାକ୍ରମ ଦିବସକୁ ନେଇ "ପରୀକ୍ଷା ପେ ଚର୍ଚ୍ଚା" ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏଥିରେ ରାୟଗଡ଼ା ଜିଲ୍ଲାରୁ ମୋଟ ୧୭ଟି ବିଦ୍ୟାଳୟରୁ ୧୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଚନ୍ଦ୍ରଯାନ, ଆଦିତ୍ୟ ଏଲ୍ ୱାନ୍, ଏଗଜାମ୍ ୱାରିଅର୍ ଆଦି ବିଷୟ ଉପରେ ପର୍ଯ୍ୟବେସିତ ଥିଲା ।
ଏହା ମଧ୍ୟ ପଢ଼ନ୍ତୁ... ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବେ ଛାତ୍ରଛାତ୍ରୀ, ଆରମ୍ଭ ହେବ କାଉନସେଲିଂ
କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ ଦାସ, ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଲେଫ୍ଟନାଣ୍ଟ ଅର୍ଚ୍ଚନା ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷ ରାଜା ରାମ୍ ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ. ରମେଶ କୁମାର ସାହୁ ପ୍ରମୁଖ ଉଦଘାଟନ କରିଥିଲେ । ଶେଷରେ ଶ୍ରେଷ୍ଠ ୫ ଜଣ ପ୍ରତିଭାଗୀଙ୍କୁ ପ୍ରମାଣ ପତ୍ର ଓ ଏଗଜାମ୍ ୱାରିଅର୍ ପୁସ୍ତକ ପୁରସ୍କାର ଭାବରେ ବିତରଣ କରାଯାଇଥିଲା । ଅନ୍ୟ ସମସ୍ତ ପ୍ରତିଭାଗୀଙ୍କୁ ଇ-ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଭାବରେ ବିଦ୍ୟାଳୟର କଳା ଶିକ୍ଷକ ଅଶ୍ୱିନ ଲାଞ୍ଜେୱର୍ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।
ଇଟିଭି ଭାରତ, ରାୟଗଡା