thumbnail

ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ 200 ତମ ଜନ୍ମ ବାର୍ଷିକୀ, ମନମୋହୁଛି ବାଲୁକା ଶିଳ୍ପୀଙ୍କ ଚିତ୍ରକଳା

By ETV Bharat Odisha Team

Published : Feb 10, 2024, 10:54 PM IST

Dayananda Saraswati Birth Anniversary Sand Art ପୁରୀ: ମହର୍ଷି ଦୟାନନ୍ଦ ସରସ୍ୱତୀଜୀଙ୍କ 200 ତମ ଜନ୍ମ ବାର୍ଷିକୀ ଅବସରରେ ବାଲୁକା ଚିତ୍ରକଳା । ଏନେଇ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥାନ ଗୁଜୁରାଟର ଟଙ୍କାରା ଠାରେ ଏକ ବିଶାଳ ଉତ୍ସବ ଆୟୋଜିତ ହୋଇଛି । ମହର୍ଷି ଦିୟାନନ୍ଦ ସରସ୍ୱତୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ୱାରା ଏକ ଚମତ୍କାର ବାଲୁକା କଳା ଅତି ସୁନ୍ଦରତାର ସହ ତିଆରି କରାଯାଇଛି । ଏହି ଉଲ୍ଲେଖନୀୟ ବାଲୁକା କଳା 20 ଫୁଟ ଉଚ୍ଚତା ବିଶିଷ୍ଟ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ  20 ଟନ୍ ବାଲିର ଉପଯୋଗ କରିଛନ୍ତି ମାନସ । ତେବେ ଏହି ସ୍ବତନ୍ତ୍ର ବାଲୁକା କଳାକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ଦୀର୍ଘ 18 ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା କଳା ବେଶ ଆକର୍ଷଣୀୟ ରହିଥିବା ବେଳେ ମାନସଙ୍କ ଏହି କଳାକୁ ପ୍ରସଂଶା କରାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ.....ପିଲା ଦିନର ବାଲି ଖେଳ, ଆଜି ଦେଲା ପରିଚୟ; ଚର୍ଚ୍ଚାରେ ଓଡ଼ିଆ ବାଲୁକା ଶିଳ୍ପୀ ନାରାୟଣ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.