ଆକ୍ବାରିୟମ ବିଲ ପାସ୍‌ ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ରାଜସ୍ବ ସହାୟକ - Boudh Vigilance Raid - BOUDH VIGILANCE RAID

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 21, 2024, 8:14 PM IST

ବୌଦ୍ଧ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କନିଷ୍ଠ ରାଜସ୍ବ ସହାୟକ ।  ପଚିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ ଚୌଧୁରି ପପୁନ ଦାସ । ଏକ ବିଲ ପାସ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ଚୌଧୁରି ପପୁନ ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଜିଲ୍ଲା ସଂଗ୍ରହାଳୟରେ ଥିବା ଆକ୍ବାରିୟମର ବିଲ ପାସ ପାଇଁ ଭୁବନେଶ୍ବର ସପ୍ଲାୟର୍ସ ମୁକେଶ କୁମାର ଭୁଜଙ୍କ ଠାରୁ ପଚିଶ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଆଉ ଏତିକି ବେଳେ ବ୍ରହ୍ମପୁର ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ ହାତରେ ଧରାପଡ଼ିଛନ୍ତି । ଧରା ପଡିଥାନ୍ତି ଚୌଧୁରି ପପୁନ ଦାସ, ଯିଏକି ଗତ ୨୦୨୧ ମସିହାରେ ସରକାରୀ ଚାକିରିରେ ଯୋଗଦାନ କରିଥିଲେ । ଆଜି ତାଙ୍କ ଠାରୁ ଉକ୍ତ ପଚିଶ ହଜାର ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିବା ସହିତ ପପୁନଙ୍କୁ ଗିରଫ କରିଛି । ସେପଟେ ପପୁନଙ୍କ ସମ୍ପର୍କୀୟ ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ: 7000 ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମ୍ବଲପୁର ଆରଆଇ ଓ ଅମିନ, ଗତକାଲି 20 ଲାଞ୍ଚୁଆ ଅଧିକାରୀଙ୍କ ତଥ୍ୟ ମାଗିଥିଲା SIT

ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.