ଭୁବନେଶ୍ବର ଆପାର୍ଟମେଣ୍ଟରେ ଲାଗିଗଲା ନିଆଁ, ପୂରା ଫ୍ଲାଟ ଧୂଆଁମୟ, ଭୟରେ ଲୋକେ - MAJOR FIRE IN BHUBNAESWAR APARTMENT

By ETV Bharat Odisha Team

Published : Jun 20, 2024, 12:50 PM IST

thumbnail
ବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ (ବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ)

Major fire broke out in Bhubaneswar Apartment : ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ । ରାଜାଧାନୀର ପଟିଆ ସ୍ଥିତ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଆଜି ସକାଳ ସମୟରେ ପଟିଆ ଛକ କେକେ ପ୍ଲାଜାରେ ଅଷ୍ଟମ ମହଲାର ଫ୍ଲାଟ୍ ନମ୍ବର ୫୦୮ରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଫଳରେ ପୂରା ଫ୍ଲାଟ ଧୂଆଁମୟ ହୋଇଯାଇଥିଲା । ଏନେଇ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା ଆରମ୍ଭ କରିଥିଲା । ନିଆଁ ଲାଗିଥିବା ଫ୍ଲାଟରେ କେହି ରହୁନଥିବା ଜଣାପଡିଛି । ନିଆଁ ଲାଗିବା ପରେ ପାଖ ପଡୋଶୀ ଲୋକଙ୍କୁ ତଳକୁ ସ୍ଥାନାନ୍ତର କରାଯାଇଥିଲା  । ଏଥିସହ ନିଆଁ ଲିଭାଇବା ପାଇଁ ଚନ୍ଦକା ଅଗ୍ନିଶମ କେନ୍ଦ୍ର କର୍ମଚାରୀ ପ୍ରୟାସ ଜାରି ରଖିଛନ୍ତି । କୌଣସି ଲୋକଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । କେବଳ କିଛି ଆସବାବପତ୍ର ଓ ବିଭିନ୍ନ ସରଞ୍ଜାମ ପୋଡ଼ି ଯାଇଛି । ‌ ନିଆଁ ଲାଗିବାର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.