ବୌଦ୍ଧର ଉଭୟ ନିର୍ବାଚନ ମଣ୍ଡଳୀରେ ଗଣତି ପ୍ରାରମ୍ଭରେ ବିଜେପି ପ୍ରାର୍ଥୀ ଆଗୁଆ - Vote Counting - VOTE COUNTING
🎬 Watch Now: Feature Video
Published : Jun 4, 2024, 1:23 PM IST
Vote Counting:ବୌଦ୍ଧ: ଚାଲିଛି ଭୋଟ ଗଣତି ପ୍ରକ୍ରିୟା । ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ଆସନ ତଥା କନ୍ଧମାଳ ସଂସଦୀୟ କ୍ଷେତ୍ରର ଦୁଇ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି । ସମ୍ପୂର୍ଣ୍ଣ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ସୁରକ୍ଷା କାର୍ଯ୍ୟରେ ବିଏସଏଫ, ରାଜ୍ୟ ପୋଲିସ ଓ ଜିଲ୍ଲା ପୋଲିସ ନିୟୋଜିତ ରହିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୬ ଜଣ ପ୍ରାର୍ଥୀ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ୬ ଜଣଙ୍କ ଚାଲିଛି ଭାଗ୍ୟ ପରୀକ୍ଷା ।
୧୨ଟା ସୁଦ୍ଧା କେବଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଅଧାରୁ ଅଧିକ ଭୋଟ ଗଣତି ମଧ୍ୟରୁ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଆଗୁଆ ରହିଛନ୍ତି । ତେବେ କିଛି ତ୍ରୁଟି ଯୋଗୁଁ ମାତ୍ର ଦୁଇ ରାଉଣ୍ଡ ଫଳାଫଳ ପ୍ରକାଶ କରାଯାଇଛି । ଭୋଟ ଗଣତି ବେଳେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ଜଣେ କର୍ମଚାରୀ ବିଦ୍ୟୁତ ଆଘାତରେ ଆହତ ହୋଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ