ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବ: ନବନିର୍ବାଚିତ ବିଧାୟକ ସୀତାଂଶୁ - interview with sitanshu mohapatra

By ETV Bharat Odisha Team

Published : Jun 7, 2024, 9:41 PM IST

thumbnail
INTERVIEW WITH SITANSHU MOHAPAT (ETV Bharat Odisha)

INTERVIEW WITH SITANSHU MOHAPATRA: ଭଦ୍ରକ: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ରାଜ୍ୟର ପରବର୍ତ୍ତୀ ପ୍ରଥମ ମେଡିକାଲ କଲେଜ ଭଦ୍ରକରେ ପ୍ରତିଷ୍ଠା ହେବ ବୋଲି କହିଲେ ନବନିର୍ବାଚିତ ବିଧାୟକ ସୀତାଂଶୁ ମହାପାତ୍ର । ଭଦ୍ରକ ବିଧାନସଭା ଆସନରୁ ବିଜେପିର ସୀତାଂଶୁ ମହାପାତ୍ର ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି । 

ନବନିର୍ବାଚିତ ବିଧାୟକ ସୀତାଂଶୁ ମହାପାତ୍ର କହିଛନ୍ତି ଯେ, ଭଦ୍ରକ ଜିଲ୍ଲାରେ ଦୀର୍ଘ ଦିନ ଧରି ପ୍ରମୁଖ ଦାବି କୁହାଯାଉଥିବା ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟରେ ପରିଣତ କରାଯିବା ନେଇ ପ୍ରତିଶ୍ରୁତି ବଦ୍ଧ । ଅତୀତର ଦୁର୍ନୀତିକାରୀଙ୍କ ବିରୋଧରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଜେଡିର ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଥିବା ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଏଥର ବିଜେପି ଭେଦ କରିବାରେ ସକ୍ଷମ ହୋଇଛି । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ରାଜ୍ୟର ପରବର୍ତ୍ତୀ ପ୍ରଥମ ମେଡିକାଲ କଲେଜ ଭଦ୍ରକରେ ପ୍ରତିଷ୍ଠା ହେବ ।

ରାଜନୈତିକ ପରିବାରରୁ ଆସିଥିବା ଅସିତ ଏବଂ ଅନ୍ୟ ଜଣେ ଭେଟେରାନ ପ୍ରଫୁଲ୍ଲଙ୍କୁ ସୀତାଂଶୁ ମାତ୍ ଦେଇ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ଭଦ୍ରକ ଆସନରୁ ବିଜୟ ହୋଇଛନ୍ତି । ପ୍ରକାଶ ଥାଉକି ଯେ, ବିଜେପି ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର 82282 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ 66214 ଖଣ୍ଡ ଭୋଟ ପାଇଥିଲେ । ଫଳ ସ୍ଵରୂପ ସୀତାଂଶୁ 16068 ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ ସେ । ହେଲେ କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକ 43557 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହି ଯାଇଥିଲେ । ତେବେ ନବ ନିର୍ବାଚିତ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ନିଶ୍ଚୟ ପୂରଣ କରିବେ ବୋଲି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....କିଏ ହେବେ ମୁଖ୍ୟମନ୍ତ୍ରୀ ? ଏମିତି ସଙ୍କେତ ଦେଲେ ରବି ନାଏକ - Rabi Naik On CM Race Of BJP

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.